News

ବନ୍ୟା ଉଜାଡିଲା ଫସଲ, କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ସରକାର

କୃଷି, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ (FARD) ବିଭାଗର ଅଧିକାରୀମାନଙ୍କୁ ଫସଲ, ପନିପରିବା ଏବଂ ମାଛ ଚାଷ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

23 August, 2022 4:26 PM IST By: Shuvanshu Kar

ରାଜ୍ୟରେ ପ୍ରବଳ ବନ୍ୟା(heavy flood) ଚାଷୀଙ୍କ ଫସଲ ଉଜାଡି ଦେଇଛି । ବନ୍ୟା(flood) ଯୋଗୁଁ ହେକ୍ଟର ହେକ୍ଟର ଜମିର ଚାଷ ନଷ୍ଟ ହୋଇଯାଇଛି । ତେବେ କୃଷି, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ (FARD) ବିଭାଗର ଅଧିକାରୀମାନଙ୍କୁ ଫସଲ, ପନିପରିବା ଏବଂ ମାଛ ଚାଷ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଗଷ୍ଟ 27 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

ଖରିଫ ଫସଲର ସ୍ଥିତି ଏବଂ ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ମଧୁର ଜଳ ଏବଂ ଲୁଣି ଜଳରେ ମାଛ ଚାଷର ସ୍ଥିତିକୁ ସମୀକ୍ଷା କରି କ୍ଷୟକ୍ଷତିର ଆକଳନ କରିବାକୁ ଦୁଇ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁଠାରେ ବନ୍ୟା ଜଳ କମିନାହିଁ, କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ 30 ସୁଦ୍ଧା ପ୍ରଦାନ କରାଯିବାକୁ କୁହାଯାଇଛି । ପ୍ରଭାବିତ ଅଞ୍ଚଳରେ ଲିଫ୍ଟ ଜଳସେଚନ ପଏଣ୍ଟଗୁଡିକର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି ।

ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକାରର ଧାନ ବିହନ ଏବଂ ପନିପରିବା ସହିତ ଅଣ ଧାନ ବିହନର ଆବଶ୍ୟକତା ବିଷୟରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିହନ, ସାର ଏବଂ କୀଟନାଶକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଲଜିଷ୍ଟିକ୍ ସହାୟତା ଦିଗରେ ମଧ୍ୟ ଗୁରତ୍ବ ଦିଆଯାଇଛି ।

କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦୁଝର ଏବଂ ପୁରୀ ଜିଲ୍ଲାର ମତ୍ସ୍ୟ ଚାଷୀ ତଥା ଚାଷଜମିରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ FARD ବିଭାଗର ଅଧିକାରୀଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସରକାର ବନ୍ୟା ପ୍ରଭାବିତ ଅଞ୍ଚଳକୁ OMFED କାରଖାନାରୁ 822.64 ଟନ୍ ଗୋଖାଦ୍ୟ ଯୋଗାଇ ଦେଇଛନ୍ତି। 41.28 ଟନ୍ ପଶୁ ଖାଦ୍ୟର ଅନ୍ୟ ଏକ ସିପମେଣ୍ଟ ପଠାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଭାବିତ ଅଞ୍ଚଳରେ କୀଟନାଶକ ନିୟନ୍ତ୍ରଣ ପଦକ୍ଷେପ ତଥା ଘରୋଇ ଶିବିର ଟୀକାକରଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟରେ ମାଡିଆସୁଛି ବଡ ବନ୍ୟା ! ଆଲର୍ଟ ଜାରି

ଟଳିଲା ବଡ ବନ୍ୟା ବିପଦ, ଖସୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)