1. କୃଷି ଖବର

ଟଳିଲା ବଡ ବନ୍ୟା ବିପଦ, ଖସୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

ଧିରେ ଧିରେ ଖସୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ୮ ଘଣ୍ଟା ଧରି ସ୍ଥିର ରହିଛି ସୁବର୍ଣ୍ଣରେଖା ।

Shuvanshu Kar
Shuvanshu Kar
subarnarekha river Flood Water level decreases

subarnarekha river Flood Water level decreases

ଧିରେ ଧିରେ ଖସୁଛି ସୁବର୍ଣ୍ଣରେଖା(subarnarekha) ନଦୀର ଜଳସ୍ତର । ରାଜଘାଟରେ ମଧ୍ୟ ଜଳସ୍ତର କମୁଥିବା ଦେଖିବାକୁ ମିଳୁଛି । ତଥାପି ବିପଦ ସଂକେତ ଉପରେ ପ୍ରବାହ ଜାରି ରହିଛି ।

ସେପଟେ ବାଲେଶ୍ୱର ଜିଲ୍ଲାର ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ RDC । ବାଲେଶ୍ୱରରେ ବନ୍ୟା ବିପଦ ଟଳୁଥିବା ଆରଡିସି ସୂଚନା ଦେଇଛନ୍ତି । ଜଳସ୍ତର ଆଉ ବଢୁନଥିବାବେଳେ ଏହା ଆହୁରି ହ୍ରାସ ପାଇବାର ସମ୍ଭାବନା ଥିବା ସେ କହିଛନ୍ତି ।

ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକର ୮୩ ପଞ୍ଚାୟତର ୧୫୬ ଗାଁ ପ୍ରଭାବିତ ହୋଇଛି । 40,000 ଲୋକଙ୍କୁ ୨୨୭ ଆଶ୍ରୟସ୍ଥଳୀରେ ରଖାଯାଇଛି । ବାଲେଶ୍ୱରରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା RDC ସୂଚନା ଦେଇଛନ୍ତି ।

ରାଜ୍ୟର ବନ୍ୟାସ୍ଥିତିକୁ ନେଇ ସମୀକ୍ଷା କରିବେ ଜଳସମ୍ପଦ ମନ୍ତ୍ରୀ । ସୁବର୍ଣ୍ଣରେଖାରେ ବନ୍ୟା ବିପଦ ଟଳିଥିଲେ ମଧ୍ୟ ଏବେବି ଅନେକ ଗାଁ ପାଣି ଘେରରେ ରହିଛି । ୮ ଘଣ୍ଟା ଧରି ସ୍ଥିର ରହିଛି ସୁବର୍ଣ୍ଣରେଖା । ବିପଦକୁ ମୁକାବିଲା କରିବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ସହିତ ପାଖରେ ପ୍ରଚୁର ପରିମାଣରେ ସୁରକ୍ଷିତ ସାମଗ୍ରୀ ରହିଥିବା କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ରାଜ୍ୟରେ ମାଡିଆସୁଛି ବଡ ବନ୍ୟା ! ଆଲର୍ଟ ଜାରି

ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, ଆହୁରି ଛେଚିବା ନେଇ ଆଶଙ୍କା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments