
Agriculture farm managers held after rope swing trap on fence kills leopard in Tamil Nadu
ତାମିଲନାଡୁ ଠେନି ଜିଲ୍ଲାର ବୋଡି ସଂରକ୍ଷିତ ବନ ଖଣ୍ଡ ନିକଟରେ ଥିବା ଏକ କୃଷି ଫାର୍ମର ଦୁଇ ମ୍ୟାନେଜର( farm managers) ଗିରଫ । ଏହି ଦୁଇ ଜଣ ମ୍ୟାନେଜରଙ୍କୁ ବାନ୍ଧିଛି ବନ ବିଭାଗ । ଶନିବାର ଫାର୍ମ ନିକଟରେ କଲରାପତିରିଆ ବାଘ(leopard)ର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।
ଗିରଫ ଦୁଇ ମ୍ୟାନେଜର ହେଉଛନ୍ତି, ଥଙ୍ଗଭେଲ ଓ ରାଜାଭେଲ । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଏକ ଚିତାବାଘ ଫାର୍ମର ବାଡ଼ାରେ ଅଟକି ରହିଥିଲା । ଖବର ପାଇ ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାଘ ନିଜକୁ ମୁକ୍ତ କରିବାରେ ସଫଳ ହୋଇ ଜଙ୍ଗଲରେ ଅଦୃଶ୍ୟ ହୋଇଯାଇଥିଲା।
ବାଘଟି ବନ ବିଭାଗର ଆସିଷ୍ଟାଣ୍ଟ କନଜରଭେଟରଙ୍କୁ ଆକ୍ରମଣ କରିଥିଲା। ତେବେ ସେହି ଦିନ ଅନ୍ୟ ଏକ କଲରାପତିରିଆ ବାଘ ବାଡ଼ାରେ ଫସି ରହିଥିବାବେଳେ ଦୁର୍ଭାଗ୍ୟବସତଃ ଖସିଯିବାରେ ବିଫଳ ହୋଇଥିଲା ।
ମୃତ ବାଘଟିର ବ୍ୟବଚ୍ଛେଦ ହୋଇଥିବାବେଳେ ବାଡ଼ାରେ ଲାଗିଥିବା ଏକ ଦଉଡି ଫାଶରେ ଫସି ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଥଙ୍ଗଭେଲ ଏବଂ ରାଜାଭେଲଙ୍କ ଜାଣତରେ ହିଁ ବାଡ଼ାରେ ଫାସ ପଡିଥିବ ବୋଲି ବନ ବିଭାଗ ଅଧିକାରୀ ସନ୍ଦେହ କରୁଛନ୍ତି ।
ରିପୋର୍ଟ ଅନୁଯାୟୀ, ବନ ବିଭାଗ ନିୟମ ଉଲ୍ଲଂଘନ କରି ଜଙ୍ଗଲ ପରିସର ନିକଟରେ ଛେଳି ଫାର୍ମ କରିଥିବା ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଶିକାରର ଉପସ୍ଥିତି ଅନୁଭବ କରି କଲରାପତିରିଆ ବାଘ ନିୟମିତ ଭାବରେ ଏଠାକୁ ଆସୁଥିଲେ ଏବଂ ବିଭାଗ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଦୁଇଟି ଛେଳିଙ୍କୁ ବାଘ ମାରି ସାରିଥିବା ରିପୋର୍ଟରୁ ପ୍ରକାଶ ପାଇଛି ।
ହାତୀ ମୃତ୍ୟୁ ଘଟଣାରେ 2 ବନ କର୍ମଚାରୀ ନିଲମ୍ବିତ, ୨୬ରେ ହେବ ପରବର୍ତ୍ତୀ ଶୁଣାଣି
Share your comments