News

ଲଞ୍ଚ ହେଲା 4 ପ୍ରମୁଖ ଯୋଜନାର ପୋର୍ଟାଲ, ମିଳିତ ଭାବେ ଚାଷୀଙ୍କୁ ଯୋଗାଇବ ସୁବିଧା

ଖାଦ୍ୟ ପ୍ରକ୍ରିୟାକରଣ ଏବଂ କୃଷି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ପାଇଁ ସରକାର ଏକ ପୋର୍ଟାଲ ଆରମ୍ଭ କରିଛନ୍ତି। ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଉପଲବ୍ଧ ରହିବ ।

22 September, 2022 3:22 PM IST By: Shuvanshu Kar

ଖାଦ୍ୟ ପ୍ରକ୍ରିୟାକରଣ(food Processing) ଏବଂ କୃଷି ମନ୍ତ୍ରଣାଳୟ(Agriculture ministries) ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ପାଇଁ ସରକାର ଏକ ପୋର୍ଟାଲ ଆରମ୍ଭ କରିଛନ୍ତି । ଏକ ସରକାରୀ ବିବୃତ୍ତି ଅନୁଯାୟୀ କୃଷି ମନ୍ତ୍ରଣାଳୟ ମିଳିତ ଭାବେ କୃଷି ଭିତ୍ତିଭୂମି ପାଣ୍ଠି (AIF), ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (PMFME) ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ କିସାନ୍ ସାମ୍ପଦ ଯୋଜନା (PMKSY)କୁ ନେଇ ଏକ ମିଳିତ ପୋର୍ଟାଲ ଲଞ୍ଚ କରିଛନ୍ତି ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପଶୁପତି କୁମାର ପରାସଙ୍କ ଉପସ୍ଥିତିରେ ଏହି ମିଳିତ ପୋର୍ଟାଲ ଉନ୍ମୋଚିତ ହୋଇଛି। ଏହି ଅବସରରେ ଖାଦ୍ୟ ପ୍ରକ୍ରିୟାକରଣ ସଚିବ ଅନୀତା ପ୍ରବୀଣ ଏବଂ କୃଷି ସଚିବ ମନୋଜ ଅହୁଜା ମଧ୍ୟ ଉପସ୍ଥିତ ଥିଲେ।

ଉଭୟ ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀମାନେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ପଦକ୍ଷେପ ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ମାଇକ୍ରୋ ୟୁନିଟରେ ଏକ ନୂତନ ଅଧ୍ୟାୟ ଯୋଡିବ ।

ଦେଶର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକ ପାଇଁ ଏହି ପୋର୍ଟାଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପାରସ କହିଛନ୍ତି। ସେହିପରି ତୋମାର କହିଛନ୍ତି ଯେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଭିଜନ । ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ତଥା ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ ଯାହା ଦେଶର ଲୋକମାନଙ୍କୁ ସେମାନଙ୍କର ଦକ୍ଷତା ଅନୁସାରେ ସେବା ଯୋଗାଇବ ।

କୃଷି ମନ୍ତ୍ରଣାଳୟ ଅମଳ ପରବର୍ତ୍ତୀ ପରିଚାଳନା ଏବଂ କୃଷି ବିତ୍ତିଭୂମି ନିର୍ମାଣ ପାଇଁ ଏକ ମଧ୍ୟମରୁ ଦୀର୍ଘକାଳୀନ ଋଣ ଆର୍ଥିକ ସୁବିଧା ଜରିଆରେ କୃଷି ଭିତ୍ତିଭୂମି ପାଣ୍ଠି (AIF) କାର୍ଯ୍ୟକାରୀ କରୁଛି ।

ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲ ଉଦ୍‌ଘାଟିତ, ଜାଣନ୍ତୁ କଣ ମିଳିବ ଲାଭ ?

କୃଷି କ୍ଷେତ୍ରରେ ଐତିହାସିକ ପଦକ୍ଷେପ, AJAI ପୋର୍ଟାଲ ଲୋଗ ଲଞ୍ଚକଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା