1. କୃଷି ଖବର

ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲ ଉଦ୍‌ଘାଟିତ, ଜାଣନ୍ତୁ କଣ ମିଳିବ ଲାଭ ?

ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ୨୫ବର୍ଷ ମଧ୍ୟରେ ଭାରତର ବିକାଶ ପ୍ରକ୍ରିୟାରେ ଊର୍ଜା/ଶକ୍ତି କ୍ଷେତ୍ର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Shuvanshu Kar
Shuvanshu Kar
PM launches the National Solar rooftop portal

PM launches the National Solar rooftop portal

ନୂତନ ବିଦ୍ୟୁତ ଆବଣ୍ଟନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏନ୍‌ଟିପିସି(NTPC)ର ୫୨୦୦କୋଟି ଟଙ୍କାର ବିଭିନ୍ନ ସବୁଜ ଇନ୍ଧନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହିତ ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲ(National Solar rooftop portal)କୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୫ବର୍ଷ ମଧ୍ୟରେ ଭାରତର ବିକାଶ ପ୍ରକ୍ରିୟାରେ ଊର୍ଜା/ଶକ୍ତି କ୍ଷେତ୍ର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଊର୍ଜା କ୍ଷେତ୍ର ଲୋକଙ୍କ ଜୀବନକୁ ସୁଗମ କରିବା ସହିତ ବେପାର ବଣିଜକୁ ମଧ୍ୟ ସହଜ ଓ ଜଞ୍ଜାଳମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ । ଆଜି ଯେଉଁସବୁ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ତାହା ଦେଶର ସବୁଜ ଇନ୍ଧନ ଉତ୍ପାଦନ ଏବଂ ଊର୍ଜା ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହିସବୁ ପ୍ରକଳ୍ପ ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟକୁ ସୁଦୃଢ କରିବା ସହିତ ଗ୍ରୀନ ମୋବିଲିଟି ସଂକ୍ରାନ୍ତ ଅଙ୍ଗୀକାର ଓ ଆଶା ଆକାଂକ୍ଷା ପୂରଣରେ ସହାୟକ ହେବ ।

ଲଦାଖରେ ତିଆରି ହେଉଥିବା ପ୍ଲାଣ୍ଟରୁ ସବୁଜ ଉଦ୍‌ଯାନ (ଗ୍ରୀନ ହାଇଡ୍ରୋଜେନ) ଉତ୍ପାଦିତ ହେବ ଏବଂ ସେଥିରେ ଦେଶର ଯାନବାହନ ସବୁ ଚାଲିବ । ଏହା ଦେଶର ପ୍ରଥମ ପ୍ରକଳ୍ପ ଯାହା ବ୍ୟାବସାୟିକ ଭିତ୍ତିରେ ହାଇଡ୍ରୋଜେନ ଇନ୍ଧନ ଉତ୍ପାଦନ କରିବ ଏବଂ ତାହାକୁ ଦେଶର ପରିବହନ କ୍ଷେତ୍ରରେ ବ୍ୟବହାର କରାଯିବ । ଲଦାଖ ଦେଶର ପ୍ରଥମ ଅଞ୍ଚଳ ହେବ ଯେଉଁଠି ଖୁବ୍ ଶୀଘ୍ର ଫୁଏଲ ସେଲ ଇଲେକଟ୍ରିକ ଯାନ ଚାଲିବ । ଏହାଫଳରେ ଲଦାଖ ଏକ ଅଙ୍ଗାରକାମ୍ଳ ମୁକ୍ତ ଅଞ୍ଚଳରେ ପରିଣତ ହେବ ।

୨୦୧୪ ପୂର୍ବରୁ ବିଜୁଳି ଅଭାବ ଥିବା ରାଜ୍ୟମାନଙ୍କ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ଆଠବର୍ଷ ମଧ୍ୟରେ ସରକାର ଦେଶର ସବୁ ଅଂଶର ବିଜୁଳି କ୍ଷେତ୍ରକୁ ବଦଳାଇବା ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜୁଳି ଉତ୍ପାଦନ, ପରିବହନ, ବା ସରବରାହ, ବଣ୍ଟନ ଓ ସଂଯୋଗ ପ୍ରଦାନ- ଏହି ଚାରିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱ ଦେଇ କାମ କରାଯାଉଛି ।

ଗତ ଆଠବର୍ଷ ମଧ୍ୟରେ ଦେଶରେ ଅତିରିକ୍ତ ପ୍ରାୟ ୧, ୭୦, ୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ସୃଷ୍ଟି କରାଯାଇଛି । ଗୋଟିଏ ଦେଶ ଗୋଟିଏ ପାୱାର ଗ୍ରୀଡ ଏବେ ଆମର ଶକ୍ତି ପାଲଟିଛି । ଏହି ସମୟରେ ଦେଶରେ ପ୍ରାୟ ୧, ୭୦, ୦୦୦ ସର୍କିଟ କିଲୋମିଟରର ଟ୍ରାନ୍ସମିଶନ ଲାଇନ ବିଛାଯାଇଥିବା ସମଗ୍ର ଦେଶକୁ ସଂଯୁକ୍ତ କରାଯାଇଛି । ଆହୁରି ମଧ୍ୟ ସୌଭାଗ୍ୟ ଯୋଜନାରେ ୩କୋଟି ବିଜୁଳି ସଂଯୋଗ ପ୍ରଦାନ କରି ଆମେ ସମସ୍ତଙ୍କୁ ବିଜୁଳି ଯୋଗାଣ ଲକ୍ଷ୍ୟ ପୂରଣ କରିବାର ନିକଟବର୍ତ୍ତୀ ହୋଇଥିବା ପିଏମ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ୭୫ବର୍ଷ ପାଳନ ସୁଦ୍ଧା ଦେଶରେ ୧୭୫ ଗିଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ କରିବାକୁ ଆମେ ସଂକଳ୍ପ ନେଇଥିଲୁ । ଏବେ ଆମେ ୧୭୦ ଗିଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ଉତ୍ପାଦନ ସୁବିଧା ସୃଷ୍ଟି କରି ସେହି ଲକ୍ଷ୍ୟର ନିକଟବର୍ତ୍ତୀ ହୋଇପାରିଛୁ । ସୌରଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ୪/୫ଟି ଦେଶ ମଧ୍ୟରେ ରହିଛି ବୋଲି ସେ କହିଛନ୍ତି ।

NTPC green energy projects: 5200 କୋଟିର ପ୍ରକଳ୍ପ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

Clean Energy: 'ସ୍ବଚ୍ଛ ଉର୍ଜାର ପ୍ରମୁଖ ରପ୍ତାନିକାରୀ ହେବ ଭାରତ'

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments