News

ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବ କୃଷି ମହାକୁମ୍ଭ

ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଏପରି ଏକ ବୈପ୍ଲବିକ ପଦକ୍ଷେପ ନେଇଥିଲା କୃଷି ଜାଗରଣ l ଯାହା ମାଧ୍ୟମରେ ଦେଶରେ କୋଣ ଅନୁକୋଣରେ ଥିବା ଦକ୍ଷ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

15 November, 2024 11:26 AM IST By: Tanushree Mahapatra

ଆଜିକୁ ୨୯ ବର୍ଷ ହେବ କୃଷି ଜଗତରେ ପାଦ କୁ ପାଦ ମିଶାଇ ଚାଲୁଛି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା l ୨୮ ଟି ରାଜ୍ୟରେ ଏବଂ ୧୨ ଟି ଭାଷାରେ କୃଷି ଜାଗରଣ କାର୍ଯ୍ୟ ଜାରି ରଖିଛି l କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୯ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ ।

ତେବେ ନିକଟରେ ୨୦୨୩ ଆର୍ଥିକ ବର୍ଷରେ ଆମ ସଂସ୍ଥା କୃଷି ଜାଗରଣ ନେଇଥିଲା ଏକ ବଡ଼ ପଦକ୍ଷେପ l ଯାହା କେବେଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲା l ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଏପରି ଏକ ବୈପ୍ଲବିକ ପଦକ୍ଷେପ ନେଇଥିଲା କୃଷି ଜାଗରଣ l ଯାହା ମାଧ୍ୟମରେ ଦେଶରେ କୋଣ ଅନୁକୋଣରେ ଥିବା ଦକ୍ଷ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ବ୍ଲକ କ୍ଷେତ୍ରରୁ ଆରମ୍ଭ କରି ରାଜ୍ୟସ୍ତରୀୟ କ୍ଷେତ୍ରରେ ଚାଷୀ ହୋଇଥିଲେ ସମ୍ମାନିତ l ଯାହା ଚାଷୀଙ୍କୁ କ୍ଷେତ୍ରରେ ଏକ ଖୁସିର ମାହୋଲ ସୃଷ୍ଟି କରିଥିଲା l

କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ହେଉଛି "MILLIONAIRE FARMERS OF INDIA AWARD " ଯାହାର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟରସ l ଯାହାର ପ୍ରଥମ ସଂସ୍କରଣ ୨୦୨୩ ମସିହାରେ IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା l ଦ୍ଵିତୀୟ ସଂସ୍କରଣ ମଧ୍ୟ IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ l "MILLIONAIRE FARMERS OF INDIA AWARD" ଅଧୀନରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ପ୍ରଥମଟି ହେଲା MFOI Samridh Kisan Utsav ଏବଂ ଦ୍ଵିତୀୟଟି ହେଲା "MFOI VVIF Kisan Bharat Yatra " l ଏହି ଦୁଇଟି କାର୍ଯ୍ୟକ୍ରମ ବିଭିନ୍ନ ରାଜ୍ୟର କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହାୟତାରେ ଆୟୋଜନ କରାଯାଇଥିଲା ଯାହାକି ଅନେକ ସଫଳତା ସାଉଁଟିଥିଲା l

ତେବେ ଚଳିତ ବର୍ଷ ୨୦୨୪ ଡିସେମ୍ବର ମାସରେ "MILLIONAIRE FARMERS OF INDIA AWARD " ର ଦ୍ଵିତୀୟ ସଂସ୍କରଣ ଅନୁଷ୍ଠିତ ହେବ ଯେଉଁଠି ୩୦୦ କ୍ୟାଟେଗୋରୀରେ ଚାଷୀଙ୍କୁ ସମ୍ମାନିତ କରାଯିବ l ଯେଉଁଠି ଦେଶର ଶ୍ରେଷ୍ଠ ଦକ୍ଷ ଚାଷୀଙ୍କୁ ସମ୍ମାନ ପ୍ରଦାନ କରାଯିବ l ଏହାର ମୁଖ୍ୟ ତଥା ଟାଇଟେଲ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟରସ l ସବୁଠାରୁ ବଡ଼ ବିଷୟ ହେଉଛି ଏହି କାର୍ଯ୍ୟକ୍ରମର ସହ ସଂଯୋଜକ ରହିଛି " ICAR " l କର୍ପୋରେଟେ ପ୍ରାୟୋଜକ ରହିଛନ୍ତି କରମଣ୍ଡଲ (COROMANDEL FUTURE POSITIVE ) ,ଏଫଏମସି(FMC) ,ଏନ୍ସିଡେକ୍ସ(NCDEX) , ଅଗମା ଏନଏରଜି ପ୍ରାଇଭେଟ ଲିମିଟେଡ଼(AGMA Energy PVT LTD), ସୋମାନି ସିଡ୍ସ(SOMANI SEEDZ) , ହୋଣ୍ଡା କମ୍ପାନୀ(HONDA) l ଡିଜିଟାଲ ପାର୍ଟନର ରହିଛି ଡେଲିହଣ୍ଟ (Dailyhunt) l ବ୍ୟାଙ୍କିଙ୍ଗ ପାର୍ଟନର ରହିଛି ଏସବିଆଇ ବ୍ୟାଙ୍କ(SBI) l କୀଟ ପ୍ରାୟୋଜକ ରହିଛି ଧାନୁକା ଏଗ୍ରିଟେକ ଲିମିଟେଡ଼( Dhanuka Agritech Ltd) l

ଅଧିକ ପଢ଼ନ୍ତୁ

ସଶକ୍ତ ମନୋବଳ ଉପରେ ନିର୍ମିତ ଏକ ଜୀବନ - ସଂଗୀତା ପିଙ୍ଗଲେଙ୍କ ସାହସିକ କାହାଣୀ

ଜୀବନର ସଫଳତା ଆହ୍ୱାନଠାରୁ ସଫଳତା ପର୍ଯ୍ୟନ୍ତ – ସନ୍ତୋଷ କାଇଟଙ୍କର ଆଶ୍ଚର୍ଯ୍ୟଜନକ କାହାଣୀ