1. ସଫଳ କାହାଣୀ

ସଶକ୍ତ ମନୋବଳ ଉପରେ ନିର୍ମିତ ଏକ ଜୀବନ - ସଂଗୀତା ପିଙ୍ଗଲେଙ୍କ ସାହସିକ କାହାଣୀ

ସଂଗୀତା ବିଶ୍ୱାସ କରନ୍ତି ଯେ ଏଭଳି କଠିନ ପରିସ୍ଥିତି ଜଣଙ୍କର ଶକ୍ତି ପରୀକ୍ଷା କରିବାର ସମୟ ଅଟେ । ଯଦି ଆପଣ ଏହାକୁ ଅତିକ୍ରମ କରନ୍ତି ତେବେ ଏହା ଏକ ଶକ୍ତିଶାଳୀ ଜୀବନର ପ୍ରକୃତ ପରିଭାଷା ପାଲଟିଯାଏ l

Tanushree Mahapatra
Tanushree Mahapatra
A life built on empowered morale the adventure story of Sangita Pingle

A life built on empowered morale the adventure story of Sangita Pingle

ଏହା ଜଣେ ମହିଳାଙ୍କ ଉତ୍ସାହ, ଭରସା, ଯିଏ ଆତ୍ମବିଶ୍ୱାସର ଶକ୍ତି ଉପରେ ନବସୃଜନ ମାଧ୍ୟମରେ ନିଜ ଜୀବନକୁ ଅର୍ଥପୂର୍ଣ୍ଣ କରିପାରିଛନ୍ତି l ତାଙ୍କ ଜୀବନ ପରିବାର ସହିତ ସେ ଖୁସିରେ ଜୀବନଯାପନ କରୁଥିଲେ ​​l ନିଜ ସମସ୍ତ କାର୍ଯ୍ୟ ଉଚିତ ସମୟରେ ସମ୍ପାଦନ କରୁଥିଲେ l କିନ୍ତୁ ହଠାତ ଏକ ଦୁର୍ଘଟଣା ସମୟରେ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କ ମୃତ୍ୟୁ ତାଙ୍କ ଜୀବନକୁ ଏକ ପ୍ରକାର ଅନ୍ଧକାର କରିଦେଇଥିଲା l ହଠାତ୍ ଏହି ଘଟଣାରୁ ଉପରକୁ ଉଠିବା ପୂର୍ବରୁ ପରିବାରର ଯତ୍ନ ନେବା ତାଙ୍କର ଦାୟିତ୍ତ୍ୱ ହୋଇଗଲା । ତାଙ୍କ ଉପରେ ପଡିଥିଲା ପରିବାର ସମ୍ଭାଳିବାର ଦାୟିତ୍ତ୍ୱ । ହଠାତ୍ ଘଟଣା ଯୋଗୁଁ ସମସ୍ତେ ଦିଗହୀନ ଯେପରି ହୋଇଗଲେ l ଏହାପରେ ସେ ତାଙ୍କ ଶାଶୁ ଏବଂ ପିଲାମାନଙ୍କୁ ଅସୁବିଧାରେ ଦେଖିପାରିନଥିଲେ । ଯାହାଙ୍କ କଥା ଆମେ ଆଲୋଚନା କରୁଛୁ ସେ ହେଉଛନ୍ତି ସଙ୍ଗୀତା ପିଙ୍ଗଲେ l

ସଂଗୀତା ବିଶ୍ୱାସ କରନ୍ତି ଯେ ଏଭଳି କଠିନ ପରିସ୍ଥିତି ଜଣଙ୍କର ଶକ୍ତି ପରୀକ୍ଷା କରିବାର ସମୟ ଅଟେ । ଯଦି ଆପଣ ଏହାକୁ ଅତିକ୍ରମ କରନ୍ତି ତେବେ ଏହା ଏକ ଶକ୍ତିଶାଳୀ ଜୀବନର ପ୍ରକୃତ ପରିଭାଷା ପାଲଟିଯାଏ l ସଙ୍ଗୀତା, ତାଙ୍କ ଶାଶୁଙ୍କ ସହିତ, ନିଜ କର୍ତ୍ତବ୍ୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଧୀରେ ଧୀରେ ସମ୍ପାଦନ କରୁଥିଲେ ପ୍ରତିଦିନ l ପରେ ସେ ସ୍ଥିର କଲେ ଯେ ସେ ତାଙ୍କ ଶ୍ୱଶୁର ଏବଂ ସ୍ୱାମୀଙ୍କ ଚାଷ କାର୍ଯ୍ୟ କରିବା ଆରମ୍ଭ କରିବେ l ସମସ୍ତେ ତାଙ୍କ ନିଷ୍ପତ୍ତି ଉପରେ ସନ୍ଦେହ କଲେ ସତ , କିନ୍ତୁ ସେ ହାର ମାନିଲେ ନାହିଁ; ବରଂ ସେ ଏହି ସନ୍ଦେହକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରିଥିଲେ ଏବଂ ଏହାକୁ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ l ଯାହାକୁ ସେ ସଫଳ କରି ମଧ୍ୟ ଦେଖାଇଥିଲେ l

ଅଙ୍ଗୁର ଚାଷ କରିବା ସହଜ ନୁହେଁ l ଏକ ଛୋଟ ଭୁଲ ମଧ୍ୟ ବହୁତ କ୍ଷତିକାରକ ହୋଇପାରେ | କୌଣସି ଅଭିଜ୍ଞତା ବିନା ମଧ୍ୟ ସେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ସ୍ଥିର କଲେ l ସେ ଚାଷରେ ଆବଶ୍ୟକ ଶିକ୍ଷା ପାଇବା ପାଇଁ  କଠିନ ପରିଶ୍ରମ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରସ୍ତାବିତ ମାର୍ଗ ଅନୁସରଣ କରିବାବେଳେ ସେ ନୂତନ ମାର୍ଗ ଖୋଜିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଟ୍ରାକ୍ଟର ଏବଂ ଅନ୍ୟ ସମସ୍ତ ନୂତନ ଯନ୍ତ୍ରପାତି ତାଙ୍କ କାର୍ଯ୍ୟରେ ଗୋଟିଏ ପରେ ଗୋଟିଏ ସଫଳ ଆଣିଦେଲା  l ଏହା ଉତ୍ପାଦନ ବୃଦ୍ଧି କଲା ଏବଂ ସେମାନଙ୍କ ଉତ୍ପାଦ ପାଇଁ ଚାହିଦାକୁ ମଧ୍ୟ ବଢ଼ାଇଥିଲା l ଏକ ଗୁଣାତ୍ମକ ଉତ୍ପାଦ ସୃଷ୍ଟି କରିବା ଏବଂ ସେହି କ୍ଷେତ୍ରର କୌଣସି ପୂର୍ବ ଅଭିଜ୍ଞତା କିମ୍ବା ଜ୍ଞାନ ବିନା ଏକ ପଦ୍ଧତି ପ୍ରସ୍ତାବ ଦେବା ପାଇଁ ଏହି ଅପାର ନିଷ୍ଠା ଆଜି ତାଙ୍କର ଅସ୍ତିତ୍ୱର ଚିହ୍ନ ଅଟେ l ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଏକ ଉଜ୍ଜ୍ୱଳ ଉତ୍ସ ବୋଲି ମଧ୍ୟ ଆମେ କହି ପରିବା l 

ତାଙ୍କ ମୂଲ୍ୟବୋଧ ସହିତ ଏକ ଶକ୍ତିଶାଳୀ ମୂଳଦୁଆ ଉପରେ ନିର୍ମିତ ଏହି ମହିଳା ଏକ ପ୍ରେରଣାର ପରିଭାଷାକୁ ଏକ ନୂତନ ଅର୍ଥ ଦେଇଛନ୍ତି l ଏହିପରି ଭାବରେ ସଙ୍ଗୀତା ଆତ୍ମନିର୍ଭରଶୀଳତା ଏବଂ ମହିଳା ସଶକ୍ତିକରଣ କାର୍ଯ୍ୟରେ ଏକ ନିଆରା ଅବଦାନ ରଖିଛନ୍ତି ।

ପ୍ରଗତି ପଥରେ ଦୃଢ଼ ଭାବରେ ଆଗକୁ ବଢ଼ିବା ସହ ସଙ୍ଗୀତା ସର୍ବଦା ସମ୍ପୂର୍ଣ୍ଣ ଇଛସକ୍ତି ସହିତ ତାଙ୍କ ଆଦର୍ଶକୁ ଅନୁସରଣ କରିଆସୁଛନ୍ତି l ସେ ନିଜ ପରିବାର ଏବଂ ପ୍ରିୟଜନଙ୍କ ପାଇଁ ସମର୍ଥନର ଏକ ଦୃଢ଼ସ୍ତମ୍ଭ ପାଲଟିଛନ୍ତି  l ନୂତନ କର୍ତ୍ତବ୍ୟ ଗ୍ରହଣ କରିବାବେଳେ, ସେ ପରିବାର ପ୍ରତି ନିଜର ଦାୟିତ୍ତ୍ୱକୁ ପୂର୍ଣ୍ଣ ଉତ୍ସର୍ଗତାର ସହିତ ପୂରଣ କରିଛନ୍ତି l

" ମାନା ଅଗମ ଅଗାଧ ସିନ୍ଧୁ ହେ 

ସଂଘର୍ଷ କା ପାର ନହିଁ ହେ 

କିନ୍ତୁ ଡୁବନା ମଝଧାରୋ ମେଁ

ସାହସ କୋ ସ୍ୱୀକାର ନହିଁ ହେ 

ଜଟିଲ ସମସ୍ୟା ସୁଲଝାନେ କୋ 

ନୂତନ ଅନୁସନ୍ଧାନ ନା ଭୁଲେ l

ଆବିଷ୍କାର କି କୃତୀୟୋ ମେଁ 

ୟଦି ମାନବ କା ପ୍ୟାର ନହିଁ ହେ 

ସୃଜନହିନ ବିଜ୍ଞାନ ବ୍ୟର୍ଥ ହେ 

ପ୍ରାଣୀ କା ଉପକାର ନହିଁ ହେ 

ଭୌତିକତା କି ଉତ୍ଥାନ ମେଁ

ଜୀବନ କା ଉତ୍ଥାନ ନା ଭୁଲେ l

ନିର୍ମାଣ କେ ପାୱନ୍ ୟୁଗ ମେଁ 

ହଁ ଚରିତ୍ର କା ନିର୍ମାଣ ନା ଭୁଲେ l "

ହିନ୍ଦୀରେ ଏକ କାବ୍ୟର ଏହି ରେଖାଗୁଡ଼ିକ ବାସ୍ତବ ଜୀବନରେ ଯେପରି ଅର୍ଥପୂର୍ଣ୍ଣ କରି ଦେଖାଇଛନ୍ତି ସଙ୍ଗୀତ l ସଙ୍ଗୀତ ସର୍ବଦା ଏକ ପ୍ରେରଣାଦାୟକ ଆଦର୍ଶ ଅଟନ୍ତି ଅନ୍ୟ ସମସ୍ତ ମହିଳାଙ୍କ ପାଇଁ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments