News

ପିପିପି ପ୍ରକଳ୍ପ ପାଇଁ ବଡ ପଦକ୍ଷେପ, FICCI ସହ ମିଶି ପିଏମୟୁ ଲଞ୍ଚ କଲା କୃଷିମନ୍ତ୍ରଣାଳୟ

କୃଷି କ୍ଷେତ୍ରରେ ପିପିପି ଉପରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (ପିଏମୟୁ) ଆରମ୍ଭ । କୃଷିମନ୍ତ୍ରଣାଳୟ ଓ FICCI ।

09 September, 2022 4:16 PM IST By: Shuvanshu Kar

କୃଷି ମନ୍ତ୍ରଣାଳୟ ଏବଂ ଶିଳ୍ପ ସଂସ୍ଥା FICCI କୃଷି କ୍ଷେତ୍ରରେ ସାର୍ବଜନୀକ ଘରୋଇ ଭାଗିଦାରୀ (ପିପିପି) ପ୍ରକଳ୍ପ ପାଇଁ ଆରମ୍ଭ କରିଛନ୍ତି ମିଳିତ ପଦକ୍ଷେପ । ଏ ବାବଦରେ ପ୍ରକାଶିତ ଏକ ସରକାରୀ ବିବୃତ୍ତି ଅନୁଯାୟୀ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର କୃଷି କ୍ଷେତ୍ରରେ ପିପିପି ଉପରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (ପିଏମୟୁ) ଆରମ୍ଭ କରିଛନ୍ତି।

ତୋମର କହିଛନ୍ତି ଯେ କୃଷି କ୍ଷେତ୍ରରେ ବିକାଶ ପାଇଁ ପିପିପି ମଡେଲ ଏକ ଆଦର୍ଶ ମଡେଲ ହୋଇପାରେ । ପିପିପି ପ୍ରକଳ୍ପଗୁଡିକ ଆୟ ବୃଦ୍ଧି କରି ଚାଷୀଙ୍କୁ ଉପକୃତ କରିବା ଉପରେ ଧ୍ୟାନ ଦେବା ଉଚିତ୍ ।

ଯଦି ସରକାର ଏକାକୀ ସମସ୍ତ କାର୍ଯ୍ୟ କରନ୍ତି, ତେବେ ଏହା ଏକ ଆଦର୍ଶ ପରିସ୍ଥିତି ନୁହେଁ । କେବଳ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଉତ୍ତମ କାର୍ଯ୍ୟ କରାଯାଇପାରିବ । ଯେକୌଣସି କ୍ଷେତ୍ରର ଅଗ୍ରଗତି ପାଇଁ ସରକାର ସମସ୍ତଙ୍କୁ ଭଲ ସହଯୋଗ ଦେଇପାରିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ସେହିପରି କୃଷି ସଚିବ ମନୋଜ ଆହୁଜା କହିଛନ୍ତି ଯେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ। ବେସରକାରୀ କ୍ଷେତ୍ର ଏବଂ ଅଣ-ସରକାରୀ ସଂଗଠନମାନେ ଏକାଠି ହୋଇ କୃଷି କ୍ଷେତ୍ର ପ୍ରକଳ୍ପରେ ସରକାରଙ୍କ ସହ ସହଭାଗୀ ହେବା ଆବଶ୍ୟକ, ଯାହା ଏଗୁଡିକୁ ପ୍ରଭାବୀ ଭାବରେ କାର୍ଯ୍ୟକାରୀ କରିବାରେ ସହାୟ ହେବ ।

ଅନ୍ୟପକ୍ଷରେ, FICCI ବରିଷ୍ଠ ଉପାଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଆତ୍ମବିଶ୍ୱାସ ସହ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ PMU ପଦକ୍ଷେପ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗ ଏବଂ ସରକାରୀ ଯୋଜନା ଏବଂ ସବସିଡି ବ୍ୟବହାର କରି ବୃହତ ଆକାରର ପିପିପି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବ।

କୃଷି କ୍ଷେତ୍ରକୁ ଆକାଶ ଛୁଆଁଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ବସ୍ତରରେ ପ୍ରଥମ ଥର ପ୍ରାକୃତିକ କୃଷି କରିବେ ଚାଷୀ, ମିଳିବ 2000 ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)