News

ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷକୁ ବ୍ୟାପକ ସ୍ତରରେ ପହଞ୍ଚାଇାକୁ MoU ସ୍ବାକ୍ଷର କଲେ କୃଷିମନ୍ତ୍ରଣାଳୟ ଓ NAFED

କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ସଂଘ(NAFED) ଏକ ଏମଓୟୁ ସ୍ୱାକ୍ଷର କରି ଆସନ୍ତା 2023ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।

06 October, 2022 2:24 PM IST By: Shuvanshu Kar

ଆସନ୍ତା ବର୍ଷ ଅର୍ଥାତ 2023 ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ(International Year of Millets) ଭାବରେ ପାଳନ ହେବାକୁଯାଉଛି । କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ସଂଘ(NAFED) ଏକ ଏମଓୟୁ ସ୍ୱାକ୍ଷର କରି ଆସନ୍ତା 2023ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।

କୃଷି ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ପାଇଁ ମାଣ୍ଡିଆର ପ୍ରୋତ୍ସାହନ ଏବଂ ମାର୍କେଟିଂ ଦିଗରେ ଉଭୟ ସଂଗଠନ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ଏମଓୟୁ ଜରିଆରେ ମାଣ୍ଡିଆ ଆଧାରିତ ଉତ୍ପାଦଗୁଡିକ ପାଇଁ ସମର୍ଥନ ଏବଂ ସଂଗଠିତ, ପ୍ରୋତ୍ସାହନ, ମାର୍କେଟ ଏବଂ ପ୍ରଭାବଶାଳୀ ବଜାର ଲିଙ୍କେଜ୍ ଗଠନ କରାଯିବ ବୋଲି ବିବୃତ୍ତିରେ ଦର୍ଶାଯାଇଛି ।

କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ବାଜରା ବର୍ଷ ୨୦୨୩(International Year of Millets 2023) ପାଇଁ ଜୋରଶୋରରେ ପ୍ରସ୍ତୁତି ଚାଲିଛି । ମିଲେଟ୍‌/ ବାଜରା ଷ୍ଟାର୍ଟଅପ୍ ଇନୋଭେସନ୍ ଚ୍ୟାଲେଂଜ୍ ୧୦ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ କରା ଯାଇଛି । ଏହି ପଦକ୍ଷେପ ମାଣ୍ଡିଆ ପାରିବେଶିକ ବ୍ୟବସ୍ଥାରେ ରହିଥିବା ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରଯୁକ୍ତିଗତ / ବ୍ୟାବସାୟିକ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଯୁବକ ମାନଙ୍କର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥାଏ

ବିଭିନ୍ନ ସଙ୍ଗଠନ ଗୁଡିକ ଦ୍ୱାରା ଅନେକ ପ୍ରତିଯୋଗିତା ଗୁଡିକ ମାଧ୍ୟମରେ ସଚେତନତା ବୃଦ୍ଧି କରିବା ନିମନ୍ତେ ମାଇଁଗଭ୍ ପ୍ଲାଟଫର୍ମ (ମଂଚ) ଏକ ବହୁତ ମହତ୍ୱପୂର୍ଣ୍ଣ ଏବଂ ସଫଳ ମାଧ୍ୟମ ହୋଇ ଯାଇଛି । ମାଇଁଗଭ୍‌ରେ ସଂଯୋଗ ହେବା ଏହାକୁ ଜନ ଆନ୍ଦୋଳନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । କିଛି ପ୍ରତିଯୋଗିତା ଗୁଡିକୁ ଆରମ୍ଭ କରା ଯାଇଛି, କିଛି ବର୍ତମାନ ଚାଲୁ ରହିଛି ଏବଂ ଆଉ କିଛିକୁ ଦେଶର ପରିକଳ୍ପନାତ୍ମକ ଏବଂ ସୃଜନାତ୍ମକ ଦୃଷ୍ଟିକୋଣକୁ ସାକାର ରୂପ ଦେବା ପାଇଁ ମାଇଁଗଭ୍ ପ୍ଲାଟଫର୍ମରେ ଶୁଭାରମ୍ଭ କରାଯିବ । ପ୍ରତିଯୋଗିତା ଗୁଡିକର ବିବରଣୀ ମାଇଁଗଭ୍ ୱେବ୍ ସାଇଟ୍ https://www.mygov.in/ ରେ ଉପଲବ୍ଧ ଅଛି ।

72ଟି ଦେଶରୁ ଆସିଥିବା ପ୍ରସ୍ତାବକୁ ସମର୍ଥନ କରି ମିଲେଟର ପ୍ରଚାର ପାଇଁ ଭାରତର ପଦକ୍ଷେପକୁ ମାନ୍ୟତା ଦିଆଯାଇଛି ଏବଂ ଜାତିସଂଘର ସାଧାରଣ ସଭା (UNGA) 5 ମାର୍ଚ୍ଚ 2021ରେ 2023 ବର୍ଷକୁ ମିଲେଟର ଆନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କରିଥିଲା ।

ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ପୂର୍ବରୁ କୃଷି ମନ୍ତ୍ରଣାଳୟର ବ୍ୟାପକ ପ୍ରସ୍ତୁତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)