1. କୃଷି ଖବର

ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ପୂର୍ବରୁ କୃଷି ମନ୍ତ୍ରଣାଳୟର ବ୍ୟାପକ ପ୍ରସ୍ତୁତି

କୃଷି ଏବଂ କୃଷକ କଲ୍ୟାଣ ବିଭାଗ ମାଇଁଗଭ୍ ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ର ସମୟ ଅବଧି ସୁଦ୍ଧା ପୂର୍ବରୁ ଆରମ୍ଭ କରା ଯାଇଥିବା କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡିକର ଏକ ଶୃଙ୍ଖଳା ଆୟୋଜନ କରିଛି ।

Shuvanshu Kar
Shuvanshu Kar
Agriculture Ministry organises various pre-launch events ahead of International Year of Millets 2023

Agriculture Ministry organises various pre-launch events ahead of International Year of Millets 2023

କୃଷି ଏବଂ କୃଷକ କଲ୍ୟାଣ ବିଭାଗ ମାଇଁଗଭ୍ ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩(International Year of Millets 2023)ର ସମୟ ଅବଧି ସୁଦ୍ଧା ପୂର୍ବରୁ ଆରମ୍ଭ କରା ଯାଇଥିବା କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡିକର ଏକ ଶୃଙ୍ଖଳା ଆୟୋଜନ କରିଛି । ପ୍ରାଚୀନ ଏବଂ ପୌଷ୍ଟିକ ଖାଦ୍ୟଶସ୍ୟକୁ ପୁଣି ଥରେ ଖାଦ୍ୟ ଥାଳିକୁ ଆଣିବା ଉପରେ ସଚେତନତା ଓ ପ୍ରଚାର ଏବଂ ପ୍ରସାର କରିବା ନିମନ୍ତେ ପଦକ୍ଷେପ ନିଆ ଯିବା ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଅଟେ ।

ବିଭିନ୍ନ ସଙ୍ଗଠନ ଗୁଡିକ ଦ୍ୱାରା ଅନେକ ପ୍ରତିଯୋଗିତା ଗୁଡିକ ମାଧ୍ୟମରେ ସଚେତନତା ବୃଦ୍ଧି କରିବା ନିମନ୍ତେ ମାଇଁଗଭ୍ ପ୍ଲାଟଫର୍ମ (ମଂଚ) ଏକ ବହୁତ ମହତ୍ୱପୂର୍ଣ୍ଣ ଏବଂ ସଫଳ ମାଧ୍ୟମ ହୋଇ ଯାଇଛି । ମାଇଁଗଭ୍‌ରେ ସଂଯୋଗ ହେବା ଏହାକୁ ଜନ ଆନ୍ଦୋଳନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । କିଛି ପ୍ରତିଯୋଗିତା ଗୁଡିକୁ ଆରମ୍ଭ କରା ଯାଇଛି, କିଛି ବର୍ତମାନ ଚାଲୁ ରହିଛି ଏବଂ ଆଉ କିଛିକୁ ଦେଶର ପରିକଳ୍ପନାତ୍ମକ ଏବଂ ସୃଜନାତ୍ମକ ଦୃଷ୍ଟିକୋଣକୁ ସାକାର ରୂପ ଦେବା ପାଇଁ ମାଇଁଗଭ୍ ପ୍ଲାଟଫର୍ମରେ ଶୁଭାରମ୍ଭ କରାଯିବ । ପ୍ରତିଯୋଗିତା ଗୁଡିକର ବିବରଣୀ ମାଇଁଗଭ୍ ୱେବ୍ ସାଇଟ୍ https://www.mygov.in/ ରେ ଉପଲବ୍ଧ ଅଛି ।

୫ ସେପ୍ଟେମ୍ବର ୨୦୨୨ରେ ‘ଇଣ୍ଡିଆଜ୍ ୱେଲ୍‌ଥ, ମିଲେଟ୍‌ସ ଫର୍ ହେଲ୍‌ଥ‘ ବିଷୟକୁ ନେଇ ଏକ ଚିତ୍ରକଥା (କମିକ୍ ଷ୍ଟୋରି) ଡିଜାଇନ୍ କରିବା ନିମନ୍ତେ ଏକ ପ୍ରତିଯୋଗିତା ଆରମ୍ଭ କରା ଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବାଜରାର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ଉପକାରିତାକୁ ପ୍ରଦର୍ଶିତ କରି ଲୋକ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା । ଏହି ପ୍ରତିଯୋଗିତା ୫ ନଭେମ୍ବର ୨୦୨୨ରେ ସମାପ୍ତ ହୋଇ ଯିବ ଏବଂ ଏହାକୁ ବର୍ତ୍ତମାନ ସୁଦ୍ଧା ବହୁତ ଉତ୍ସାହଜନକ ପ୍ରତିକ୍ରିୟା ମିଳି ସାରିଛି ।

ମିଲେଟ୍‌/ ବାଜରା ଷ୍ଟାର୍ଟଅପ୍ ଇନୋଭେସନ୍ ଚ୍ୟାଲେଂଜ୍ ୧୦ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ କରା ଯାଇଛି । ଏହି ପଦକ୍ଷେପ ବାଜରା ପାରିବେଶିକ ବ୍ୟବସ୍ଥାରେ ରହିଥିବା ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରଯୁକ୍ତିଗତ / ବ୍ୟାବସାୟିକ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଯୁବକ ମାନଙ୍କର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥାଏ । ଏହି ଇନୋଭେସନ୍ ଚ୍ୟାଲେଂଜ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ ।

ଦ ମାଇଟି ମିଲେଟ୍ସ କ୍ୱିଜ୍‌କୁ ନିକଟରେ ଆରମ୍ଭ କରା ଯାଇଥିଲା, ଯେଉଁଥିରେ ପଚରା ଯାଇଥିବା ପ୍ରଶ୍ନ ବାଜରା ଏବଂ ଏହାର ଉପକାରିତା ଉପରେ ଆଧାରିତ ଅଟେ ଏବଂ ଏହାକୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଏହି ପ୍ରତିଯୋଗିତା ୨୦ ଅକ୍ଟୋବର ୨୦୨୨ରେ ସମାପ୍ତ ହେବ । ଏହାକୁ ୨୦ ରୁ ୩୦ ଅଗଷ୍ଟ, ୨୦୨୨ ମଧ୍ୟରେ ୫୭,୭୭୯ ପେଜ୍ ଭ୍ୟୁ (ଅର୍ଥାତ୍ ଏହି ପୃଷ୍ଠାକୁ ଲୋକ ଦେଖିଛନ୍ତି) ଏବଂ ଏହି ସମୟ ମଧ୍ୟରେ୧୦,୮୨୪ ପ୍ରବିଷ୍ଟି ପ୍ରାପ୍ତ ହୋଇଛି ।

ବାଜରାର ମହତ୍ୱ ଉପରେ ଏକ ଅଡିଓ ଗୀତ ଏବଂ ବୃତ ଚିତ୍ର ପ୍ରସ୍ତୁତି ନିମନ୍ତେ ମଧ୍ୟ ଏକ ପ୍ରତିଯୋଗିତା ଖୁବ୍ ଶୀଘ୍ର ଆରମ୍ଭ କରାଯିବ ।

ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ନିମନ୍ତେ ଲୋଗୋ ଏବଂ ସ୍ଲୋଗାନ ପ୍ରତିଯୋଗିତା ପୂର୍ବରୁ ଆୟୋଜିତ କରା ଯାଇ ସାରିଛି ଏବଂ ଏହାର ବିଜେତା ମାନଙ୍କର ନାମ ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରାଯିବ । ଭାରତ ସରକାର ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ର ମହତ୍ୱପୂର୍ଣ୍ଣ ଅବସରକୁ ଚିହ୍ନିତ କରିବା ନିମନ୍ତେ ଲୋଗୋ ଏବଂ ସ୍ଲୋଗାନ ଜାରି କରିବେ ।

'Millet Challenge' for startups: ଷ୍ଟାର୍ଟଅପ କମ୍ପାନୀ ପାଇଁ ମିଲେଟ ଚ୍ୟାଲେଞ୍ଜ ଘୋଷଣା

Odisha Millets Mission: ସୁନ୍ଦରଗଡକୁ ମିଲିଲା Niti Aayog ପ୍ରଶଂସା

Share your comments