1. କୃଷି ଖବର

Odisha Millets Mission: ସୁନ୍ଦରଗଡକୁ ମିଲିଲା Niti Aayog ପ୍ରଶଂସା

ମିଲେଟ ମିଶନର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି Niti Aayog ।

Shuvanshu Kar
Shuvanshu Kar
NITI Aayog praises Sundargarh for implementation of Millets Mission

NITI Aayog praises Sundargarh for implementation of Millets Mission

ଆସନ୍ତା 2023କୁ ଜାତିସଂଘ ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ଭାବେ ଘୋଷଣା କରିବାବେଳେ ଓଡିଶାର ସୁନ୍ଦରଗଡ ଜିଲ୍ଲାକୁ ମିଳିଛି ବଡ ସଫଳତା । ମିଲେଟ ମିଶନ(Millets Mission)ର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି Niti Aayog । ସେହିପରି ଅଙ୍ଗନବାଡି ଶିଶୁଙ୍କ ପାଇଁ ଶିଶୁ ବିକାଶ ଯୋଜନା (ICDS) ମାଧ୍ୟମରେ ଉପଯୁକ୍ତ ପୁଷ୍ଟିକର କାର୍ଯ୍ୟକ୍ରମ ଜରିଆରେ ବାଜରା ଲଡୁକୁ ସାମିଲ କରାଯିବାକୁ ନେଇ ନୀତି ଆୟୋଗ ପ୍ରଶଂସା କରିଛି ।

ଆୟୋଗ ଏହାର ରିପୋର୍ଟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର 'Take home ration'ରେ ଓଡିଶା ମିଲେଟ ମିଶନକୁ ଏକ ନିଆରା ମଡେଲ ଭାବରେ ପ୍ରଶଂସା କରିଛି । ଏହା ମିଲେଟ ଉତ୍ପାଦନକୁ ବ ବଢାଇବା ସହିତ, କୃଷକମାନଙ୍କୁ ନିଶ୍ଚିତ ମୂଲ୍ୟ ପ୍ରଦାନ କରିଥାଏ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ପାଇଁ ଜୀବିକା ନିର୍ବାହ କରିବାରେ ଏହି ମିଶର ବହୁତ ବଡ ଭୂମିକା ରହିଛି । ଏହାସହିତ ପିଲାମାନଙ୍କର କୁପୋଷଣ ସମସ୍ୟାର ସମାଧାନ ଦିଗରେ ମଧ୍ୟ ସହାୟକ ହୋଇଛି ।

ଜିଲ୍ଲାର ମିଲେଟ ମିଶନ କାର୍ଯ୍ୟକାରିତାକୁ ‘take home ration’ ଉତ୍ପାଦର ବିବିଧକରଣ ଅଧୀନରେ ଦେଶର ସର୍ବୋତ୍ତମ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି । ସେପଟେ ମିଲେଟ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହିତ ପିଲାମାନଙ୍କର ବିକାଶ ପାଇଁ ଏକ ସୁଦୃଢ ଭିତ୍ତିଭୂମି ନିର୍ମାଣ ହେଉଥିବା ସୁନ୍ଦରଗଡ ଜିଲ୍ଲାପାଳ କହିଛନ୍ତି ।

ଏହି ପଦକ୍ଷେପ ଜିଲ୍ଲାର କୃଷକ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହୋଇଛି। ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା କ୍ଷେତ୍ରରେ ଶିଶୁଙ୍କୁ ବାଜରା ଲଡୁ ଯୋଗାଇବା ପାଇଁ ICDS ଅଧୀନରେ ଏକ ପାଇଲଟ୍ ପ୍ରୋଜେକ୍ଟ 2020 ଅଗଷ୍ଟ 15ରେ ଆରମ୍ଭ କରାଯାଇଥିଲା।

ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଜିଲ୍ଲାର ସମସ୍ତ 17ଟି ବ୍ଲକ ଏବଂ ଚାରିଟି ସହରକୁ ବୃଦ୍ଧି କରାଯାଇଛି । ଏହି ସ୍ବତନ୍ତ୍ର ପଦକ୍ଷେପ ଦ୍ବାରା 3ରୁ 6 ବର୍ଷ ବୟସର 63,000 ରୁ ଅଧିକ ପିଲା ଉପକୃତ ହୋଇଥିବା ଅନୁମାନ କରାଯାଉଛି। ବାଜରା ଲଡୁ ପ୍ରସ୍ତୁତି ପାଇଁ ପ୍ରାୟ 39 ଟି ସ୍ବୟଂସହାୟକ ଗୋଷ୍ଠୀ ଏହି ପ୍ରକଳ୍ପରେ ନିୟୋଜିତ ଅଛନ୍ତି ।

ମିଲେଟକୁ ପ୍ରୋତ୍ସାହନ ପାଇଁ ମୋଦିଙ୍କ ବଡ ଅପିଲ, ଜନଆନ୍ଦୋଳନର ଦେଲେ ଆହ୍ବାନ

ଓଡିଶାରେ ବଢୁଛି ବାଜରା ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଅଞ୍ଚଳକୁ ମିଳିବ 2808 କୋଟି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments