1. କୃଷି ଖବର

ଆଜିଠୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା,ରୋଗୀଙ୍କ ପାଖରେ ପହଞ୍ଚିବେ ଡାକ୍ତର

ବିକଶିତ ହେବାରେ ଲାଗିଛି ସ୍ବାସ୍ଥ୍ୟସେବା । ଏଥିରେ ଯୋଡି ହେଉଛି ଆଉ ଏକ ମାଇଲଖୁଣ୍ଟ । ଏଣିକି ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ ।

Sudesna Nayak
Sudesna Nayak
Air ambulance health service to be start in odisha from today

Air ambulance health service to be start in odisha from today

ବିକଶିତ ହେବାରେ ଲାଗିଛି ସ୍ବାସ୍ଥ୍ୟସେବା । ଏଥିରେ ଯୋଡି ହେଉଛି ଆଉ ଏକ ମାଇଲଖୁଣ୍ଟ । ଏଣିକି ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ । ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ ବଡ ହସ୍ପିଟାଲକୁ ଆଉ ଆସିବାକୁ ପଡ଼ିବନି । ସେମାନଙ୍କୁ ଏବେ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ।

ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଓଡିଶାର ମୁଖ୍ୟମନ୍ତ୍ରୀ ବାୟୁସେବା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସେବା ଦ୍ବାରା ଉପାନ୍ତ ଜିଲ୍ଲାବାସୀମାନଙ୍କୁ ମିଳିବ ସ୍ପେସିଆଲିଟି ସ୍ବାସ୍ଥ୍ୟସେବା । ଯେତେ ବି ଜଟିଳ ରୋଗ ହେଉ ନା କାହିଁକି ନିଜ ଜିଲ୍ଲାରେ ହିଁ ସେବା ପାଇବେ ଜିଲ୍ଲାବାସୀ । ଯାହାର ଶୁଭାରମ୍ଭ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହେବ ।

ଆଜି (ସୋମବାର) ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଯୋଜନାର ଉଦ୍‌ଘାଟନ କରିବେ ।

ଏହି ସେବାରେ ପ୍ରଥମ ପର୍ଯ୍ୟାୟରେ ୪ ଟି ଜିଲ୍ଲାଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାବାସୀମାନେ ନିଜ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇବେ । ଏଣିକି ବିମାନ ଯୋଗେ ଡାକ୍ତରମାନେ ଆସି ଜିଲ୍ଲାରେ ପହଞ୍ଚି ହିଁ ସ୍ବାସ୍ଥ୍ୟସେବା ଯୋଗାଇବେ ।

କହିବାକୁ ଗଲେ, ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀଙ୍କୁ ଭୁବନେଶ୍ବର, କଟକ ଭଳି ବଡ ବଡ ସହରକୁ ଆସିବାକୁ ପଡୁଥିଲା । ଅଜଥା ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡୁଥିଲା । ପରିବାର ଲୋକମାନେ ମଧ୍ୟ ବହୁ ଅସୁବିଧା କଷ୍ଟ ଭୋଗୁଥିଲେ । ହେଲେ ଏହି ସେବା ଦ୍ବାରା ଏବେ ରୋଗୀ ନୁହେଁ ଡାକ୍ତର ରୋଗୀଙ୍କ ପାଖରେ ପହଞ୍ଚିବେ ।

ଏହି ସ୍ବାସ୍ଥ୍ୟ ସେବାରୁ ଦୁର୍ଗମ ଅଞ୍ଚଳବାସୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ମୁଖ୍ୟ ଲକ୍ଷ୍ୟ ରହିଛି । ଅପହଞ୍ଚ ଇଲାକାର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବିଶେଷଜ୍ଞ ଡାକ୍ତରୀ ଟିମ ସେଠାରେ ପହଞ୍ଚି ହିଁ ଚିକିତ୍ସା କରିବେ । ଦରକାର ପଡିଲେ ରୋଗୀମାନଙ୍କୁ ଏୟାର ଲିଫ୍ଟ କରଯାଇ କଟକ, ଭୁବନେଶ୍ବର ଭଳି ବଡ ବଡ ସହରକୁ ଅଣାଯିବ ।

ନିକଟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରିରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ଏହାପରେ ପୁଣି ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ବାସ୍ତବରେ ଏହି ସେବାରେ ଲୋକମାନେ କେତେ ଉପକୃତ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments