1. କୃଷି ଖବର

ଅମରନାଥରେ ବନ୍ୟା ତାଣ୍ଡବ, 16 ମୃତ

ଅମରନାଥରେ ଶୁକ୍ରବାର ବାଦଲଫଟା ବର୍ଷା କାରଣରୁ ବଡ ଦୁର୍ଘଟଣା । ବର୍ତ୍ତମାନ 16 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । 45ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଥଇବା କୁହାଯାଉଛି ।

Shuvanshu Kar
Shuvanshu Kar
Amarnath Cloudburst: 16 Killed

Amarnath Cloudburst: 16 Killed

ଅମରନାଥରେ ଶୁକ୍ରବାର ବାଦଲଫଟା ବର୍ଷା(Amarnath Cloudburst) କାରଣରୁ ବଡ ଦୁର୍ଘଟଣା ଘଟିଛି । ପ୍ରବଳ ସ୍ରୋତରେ ଅନେକ ଶ୍ରଦ୍ଧାଳୁ ଭାସି ଯାଇଛନ୍ତି । ବର୍ତ୍ତମାନ 16 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । 45ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଥଇବା କୁହାଯାଉଛି । ସେହିପରି ପାଖାପାଖି 40 ଜଣ ନିଖୋଜ ହୋଇଥିବା ସୂଚନା ମିଳୁଛି ।

ଘଟଣାସ୍ଥଳରେ ଆଇଟିବିପି(ITBP) ଓ ଏନଡିଆରଏଫ(NDRF) ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଶୁକ୍ରବାର ବିଳମ୍ବିତ ରାତି ଯାଏଁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଶନିବାର ଏହି ଅପରେସନକୁ ଜୋରଦାର କରାଯାଇଛି । ଦୁର୍ଘଟଣାକୁ ନେଇ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

ସେପଟେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ MI-17 ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି । ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରହିଛି । ଏବେସୁଦ୍ଧା 16 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ବାଦଲ ଫଟା ବର୍ଷା ହେବା ଫଳରେ ପବିତ୍ର ଅମରନାଥ ଗୁମ୍ଫା(Amarnath cave shrine) ନିକଟରେ ପ୍ରବଳ ବର୍ଷା ସହ ବନ୍ୟା ଆସିଥିଲା । ଫଳରେ ସେଠାରେ ଥିବା ଯାତ୍ରୀ ଓ ଦର୍ଶନାର୍ଥୀ ଜଳସ୍ରୋତରେ ଭାସିଯାଇଥିଲେ ।

ଜମ୍ମୁ କାଶ୍ମୀରରେ(Jammu and Kashmir) ବାଦଲଫଟା ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା ଧସିଯାଇଛି। ମାଟି ତଳେ ଶହ ଶହ ଗାଡି ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି। ଅଚାନକ ବାଦଲ ଫଟା ବର୍ଷା ପାଇଁ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି ।

ଏପଟେ ଉତ୍ତରାଖଣ୍ଡର ନୈନିତାଲଠାରେ କାର ଭାସିଯିବା ଯୋଗୁଁ ଅନେକ ମୃତାହତ ହୋଇଛନ୍ତି । ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି ଯେ ନୈନିତାଲ ଜିଲ୍ଲାରେ କାର ଭାସିଯିବା ଭଳି ଘଟଣା ବେଶ ଦୁଃଖ ଦେଇଛି । ଦୁଃଖର ଏହି ମୁହୂର୍ତ୍ତରେ ମୋ ସମବଦେନା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ରହିଛି । ଫସି ରହିଥିବା ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘାଟିକୁ ଓଲଟିଲା ବସ, 16 ମୃତ

ଭୟଙ୍କର ସଡକ ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments