News

ଜାଣନ୍ତୁ ଗୁଡ ର ଉପକାରିତା ବିଷୟରେ

ସାଧାରଣତଃ ଅନେକ ଲୋକେ ଖାଦ୍ୟ ଖାଇ ସାରିବା ପରେ ଗୁଡ ଖାଇବା ପାଇଁ ଭଲ ପାଇଥାନ୍ତି । ସାମାନ୍ୟ ଗୁଡ ସେବନ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ମୁଖ୍ୟତଃ ଗୁଡ ସେବନ କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଗୁଡ ଶରୀର ପାଇଁ ଆବଶ୍ୟକ ହେଉଥିବା କିଛି ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ ।

13 December, 2022 7:00 PM IST By: Tanushree Mahapatra

ସାଧାରଣତଃ ଅନେକ ଲୋକେ ଖାଦ୍ୟ ଖାଇ ସାରିବା ପରେ ଗୁଡ ( jaggery )  ଖାଇବା ପାଇଁ ଭଲ ପାଇଥାନ୍ତି । ସାମାନ୍ୟ ଗୁଡ ସେବନ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ମୁଖ୍ୟତଃ ଗୁଡ ସେବନ କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଗୁଡ ଶରୀର ପାଇଁ ଆବଶ୍ୟକ ହେଉଥିବା କିଛି ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ନିୟମିତ ନିଜ ଖାଦ୍ୟରେ ଗୁଡ ସାମିଲ କରିବା ଦ୍ୱାରା ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ ।

ଏଥିରେ କ୍ୟାଲସିୟମ୍‌, ଫସଫରସ୍‌, ପୋଟାସିୟମ୍‌, ଲୌହ ( iron ) , ଜିଙ୍କ୍‌ (jinc ) , ପ୍ରୋଟିନ୍‌, ଭିଟାମିନ୍ ଆଦି ଅନେକ୍ ପୋଷକ ତତ୍ୱ ରହିଛି । ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ l

ପରିବର୍ତ୍ତନଶୀଳ ଜୀବନଶୈଳୀ ମଧ୍ୟରେ ବର୍ତ୍ତମାନ ଆଣ୍ଠୁଗଣ୍ଠି ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିୟମିତ ସାମାନ୍ୟ ଗୁଡ ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଦୂର ହୋଇଥାଏ । ନିୟମିତ ଗୁଡ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହେ। ଏହାସହ ହୃଦୟ ସୁସ୍ଥ ରହିବା ସହ ଶରୀରକୁ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିଥାଏ ଗୁଡ । ଏହା ସେବନ କରିବା ଦ୍ୱାରା ଏହା ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ ।

ଗୁଡ ଦ୍ୱାରା ମସ୍ତିଷ୍କ ଜନିତ ସମସ୍ୟାରୁ ଏହା ରକ୍ଷା କରିବାରେ ସାହାଯ୍ୟ କରିବା ସହିତ,ଅଧକପାଳିରୁ ମଧ୍ୟ ଏହା ଆରାମ୍ ଦେଇଥାଏ । ଏହା ଦୃଷ୍ଟିଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଅଧିକ କ୍ଳାନ୍ତ ଅନୁଭବ କରୁଥିଲେ, ସେହି ସମୟରେ ଗୁଡ ଖଣ୍ଡିଏ ଖାଇବା ଦ୍ୱାରା, କ୍ଳାନ୍ତପଣ ଦୂର ହୋଇଥାଏ ।

ଏହା ଶରୀରରେ ଶକ୍ତି ସ୍ତର ବଢାଇ କ୍ଳାନ୍ତି ଦୂର କରିପାରେ । ଗୁଡ ରକ୍ତ ପରିଷ୍କାର କରିବା ସହିତ,ମେଟାବଲିଜମ୍ ହାର ନିୟନ୍ତ୍ରଣ କରେ । ଏହା ଛଡା ଫୁସ୍‌ଫୁସ୍ ଓ ଗଳା ସଂକ୍ରମଣରୁ ସୁରକ୍ଷା ଦେବାରେ ଏହା ଉପକାରୀ । ପେଟ ଜନିତ ସମସ୍ୟାରୁ ମୁକ୍ତି ଦେବାରେ ଯାହାଯ୍ୟ କରେ ଗୁଡ । ଗ୍ୟାସ୍ ଓ ଏସିଡିଟି ହେଉଥିଲେ ଗୁଡ ଖାଇବା ଦ୍ୱାରା ଆରାମ୍ ମିଳିଥାଏ । ଗୁଡ ସହିତ ପ୍ରତିଦିନ ଖଣ୍ଡେ ଅଦା ମିଶାଇ ଖାଇଲେ , ଏହା ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଖାଦ୍ୟ ଖାଇ ସାରିବା ପରେ ଛୋଟ ଗୁଡ ଖଣ୍ଡିଏ ଖାଇଲେ ଏହା ହଜମ କରିବାରେ ସାହାଯ୍ୟ କରେ । ଅଦା ଓ ଗୋଲମରିଚ ସହିତ ଗୁଡ ମିଶାଇ ଖାଇଲେ ଥଣ୍ଡା,ସର୍ଦ୍ଦି ଠାରୁ ଆରାମ୍ ମିଳେ ।

ଗୁଡର ଉପକାରିତା ସମ୍ପର୍କରେ ଜାଣିବା ସହିତ, ଆଉ ଏକ କଥା ମଧ୍ୟ ମନେ ରଖିବା ଉଚିତ୍ ଯେ, ଅତ୍ୟଧିକ ପରିମାଣରେ ଗୁଡ ଖାଇବା ମଧ୍ୟ କ୍ଷତିକାରକ । ଅଧିକ ମାତ୍ରାରେ ଗୁଡ ଖାଇବା ଦ୍ୱାରା ଓଜନ ବଢିଯାଇପାରେ ଏବଂ ରକ୍ତ ଶର୍କରା ବଢିବା, ଅନ୍ତନଳୀ ସଂକ୍ରମଣ,ପେଟ ଖରାପ୍ ହେବା ଭଳି ସମସ୍ୟାର ଆଶଙ୍କା ରହିଛି । ସବୁବେଳେ ଗୁଡ କିଣିବା ସମୟରେ ଶୁଦ୍ଧ ଗୁଡ କିଣିବା ଉଚିତ୍ ।

ଗୁଡ ମଧ୍ୟ ଚର୍ମ ପାଇଁ ବେଶ୍‌ ଉପଯୋଗୀ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଖରାପ ଟକ୍ସିନ ଦୂର ହେବା ସହ ରକ୍ତ ପରିଷ୍କାର ହୋଇଥାଏ। ଏହାଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯାଏ। ମୁହଁରେ ବ୍ରଣ ଏବଂ ତ୍ୱଚାରେ ଭାଙ୍ଗ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପେଟ ଜନିତ ସମସ୍ୟା ଦୂର କରିବା ପାଇଁ ଗୋଟେ ଗ୍ଲାସପାଣିରେ ଗୁଡ ଖାଇବା ଦ୍ୱାରା ଉପଶମ ମିଳିଥାଏ। ଗ୍ୟାସ୍‌ ଭଳି ଦୋଷ ମଧ୍ୟ ଦୂର କରିଥାଏ ଗୁଡ । ଯୁବତୀମାନଙ୍କୁ ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଗୁଡ। ଏଥିରେ ଅନେକ ଭିଟାମିନ ଏବଂ ମିନେରାଲ ରହିଥାଏ । ଗୁଡ ଖାଇବା ଦ୍ୱାରା ଶରୀରରୁ ଭିଟାମିନର ଅଭାବ ଦୂର କରାଯାଏ। ଏହାଛଡା ଆଳସ୍ୟ ଏବଂ ଥକ୍କାପଣ ସମସ୍ୟା ଦୂର କରିବା ପାଇଁ ଗୁଡ ଖାଇବା ଉଚିତ ।

ବିଶୋଧିତ ଚିନି ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ। ଯାହା ଦ୍ୱାରା ମଣିଷକୁ ରୋଗ ହେବାର ସମ୍ଭାବନା ବଢି ଯାଇଥାଏ। ଫଳରେ ଶରୀରରେ ରୋଗ ପତିଷେଧକ କ୍ଷମତା କମ ହୋଇଯାଇଥାଏ। କିନ୍ତୁ ଗୁଡ ଇମ୍ୟୁନିଟି ବଢାଇଥାଏ ଏବଂ କାଶ-ଥଣ୍ଡା ଭଳି ରୋଗ ବିରୋଧରେ ଲଢିଥାଏ। ଗୁଡ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବଢିଥାଏ। ଏହା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ।

ଦହି ଖାଆନ୍ତୁ; ଦୂର ହେବ ଅନେକ ସମସ୍ୟା

ଖାଆନ୍ତୁ ଗ୍ରୀନ୍‌ ଟମାଟୋ,ଦୂର ହେଇଯିବ ଏହି ସବୁ ରୋଗ…

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)