News

ଖୁସି ଖବର; ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା

ଗରୀବ ଓ ଅସହାୟ ଲୋକମାନଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ଅନ୍ତର୍ଗତ ସେମାନଙ୍କୁ ସରକାରଙ୍କୁ ତରଫରୁ ବହୁ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ ।

13 April, 2022 3:31 PM IST By: Sudesna Nayak

ଗରୀବ ଓ ଅସହାୟ ଲୋକମାନଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ଅନ୍ତର୍ଗତ ସେମାନଙ୍କୁ ସରକାରଙ୍କୁ ତରଫରୁ ବହୁ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ ।

ସୂଚନା ଅନୁଯାୟୀ, ଗରିବ ଲୋକଙ୍କୁ ଏବେ ମିଳିଲା ଖୁସି ଖବର । ଦିଲ୍ଲୀ ସରକାର (Delhi Government) ବଡ଼ ରିହାତି ପ୍ରଦାନ କରିଛନ୍ତି । ସରକାର ୨୩,୨୫୬ ନିର୍ମାଣ ଶ୍ରମିକ (Delhi Construction Workers) ଙ୍କୁ ୫-୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆସନ୍ତା ଏକ କିମ୍ବା ଦୁଇ ଦିନ ମଧ୍ୟରେ ମୋଟ ୧୧.୬ କୋଟି ଟଙ୍କା ସମସ୍ତ କର୍ମଚାରୀଙ୍କ ଆକାଉଣ୍ଟରେ ଆସିବ ।

ସାହାଯ୍ୟ କରିବାର ପ୍ରୟାସ,ଜାଣନ୍ତୁ...

ଗତ ବର୍ଷ ପ୍ରଦୂଷଣ ଯୋଗୁଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ କାରଣରୁ ପ୍ରଭାବିତ ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ କେଜ୍ରିୱାଲ ସରକାର (Kejriwal Government) ସୋମବାର (Monday) ସହାୟତା ରାଶି ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ସରକାର ବିଭିନ୍ନ ଶ୍ରମିକଙ୍କୁ ଆର୍ଥିକ ସହାୟତା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ପଠାଇଛନ୍ତି ।

ଅଧିକାରୀଙ୍କ କହିବାନୁସାରେ ହିଁ, ବିଲଡିଂ ଓ କନଷ୍ଟ୍ରକ୍ସନ୍ ୱାର୍କର୍ସ ୱେଲଫେୟାର ବୋର୍ଡରେ ପଞ୍ଜିକୃତ ହୋଇଥିବା ୪.୯୨ ଲକ୍ଷ ଶ୍ରମିକଙ୍କୁ ଟଙ୍କା ପଠାଯାଇଛି । କିଛି କର୍ମଚାରୀଙ୍କ (Employees) ବ୍ୟାଙ୍କ ଆକାଉଣ୍ଟରେ ଡକ୍ୟୁମେଣ୍ଟ ଅଭାବ ଯୋଗୁଁ ସେମାନେ ଟଙ୍କା ପାଇ ନାହାଁନ୍ତି ।

ଶ୍ରମିକମାନେ ଦେଶର ମେରୁଦଣ୍ଡ,ଜାଣନ୍ତୁ...

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Deputy CM Manish Sisodia) କହିଛନ୍ତି ଯେ, ଦିଲ୍ଲୀ ସରକାର ନିର୍ମାଣ ଶ୍ରମିକଙ୍କ ସହ ପ୍ରତି କ୍ଷେତ୍ରରେ ଛିଡ଼ା ହୋଇଛନ୍ତି । ନିର୍ମାଣ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ । ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ରୋକ ଯୋଗୁଁ ଶ୍ରମିକଙ୍କ ଜୀବିକାକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି । ଏହାର କ୍ଷତିପୂରଣ ଦେବା ପାଇଁ ଏହି ଆର୍ଥିକ ସହାୟତା ଦିଆଯାଉଛି ।

ରାଜଧାନୀ ଦିଲ୍ଲୀରେ ପ୍ରାୟ ୧୧ ଲକ୍ଷ ନିର୍ମାଣ ଶ୍ରମିକ ଅଛନ୍ତି, ସେଥିମଧ୍ୟରୁ ନଅ ଲକ୍ଷ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ ହୋଇଛନ୍ତି । ସିସୋଦିଆ କହିଛନ୍ତି ଯେ, ଯେଉଁ ଶ୍ରମିକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା କିମ୍ବା ଆକାଉଣ୍ଟର ଅପଡେଟ୍ ଯୋଗୁଁ ସହାୟତା ପାଇନାହାଁନ୍ତି, ସେମାନେ ଇ-ଡିସଟ୍ରିକ୍ଟ ୱେବସାଇଟରେ ମାଗଣାରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀକୁ ସଂଶୋଧିତ କରିନିଅନ୍ତୁ ।

ପ୍ରକାଶ ଥାଉ ଯେ, ସିସୋଦିଆ ଆଗକୁ କହିଛନ୍ତି ଯେ, ଯେଉଁମାନଙ୍କର ପୁରୁଣା ପଞ୍ଜୀକରଣ ନବୀକରଣ ହୋଇନାହିଁ, ସେମାନେ ସେମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିନିଅନ୍ତୁ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ବିବାହ, ମାତୃତ୍ୱ, ପେନସନ୍ (pension)ଇତ୍ୟାଦି ବିଭିନ୍ନ ଯୋଜନାର ଲାଭ ମଧ୍ୟ ମିଳିଥାଏ ।

ଖୁସି ଖବର ; ରାଜ୍ୟ ସରକାର ଏହି ଲୋକଙ୍କୁ ଦେବେ ୫୦ ହଜାର ଟଙ୍କା,ନିହାତି ଜାଣନ୍ତୁ...

DA ପରେ ସରକାରୀ କର୍ମଚାରୀଙ୍କୁ ମିଳିବ ଆଉ ଏକ ଉପହାର! ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)