1. କୃଷି ଖବର

ଖୁସି ଖବର ; ରାଜ୍ୟ ସରକାର ଏହି ଲୋକଙ୍କୁ ଦେବେ ୫୦ ହଜାର ଟଙ୍କା,ନିହାତି ଜାଣନ୍ତୁ...

ଗରୀବ ଓ ଅସହାୟ ଲୋକମାନଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ଅନ୍ତର୍ଗତ ସେମାନଙ୍କୁ ସରକାରଙ୍କୁ ତରଫରୁ ବହୁ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ ।

Sudesna Nayak
Sudesna Nayak
Rameshwar Oraon announces pro-people schemes in budget

Rameshwar Oraon announces pro-people schemes in budget

ଗରୀବ ଓ ଅସହାୟ ଲୋକମାନଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ଅନ୍ତର୍ଗତ ସେମାନଙ୍କୁ ସରକାରଙ୍କୁ ତରଫରୁ ବହୁ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ ।

ସୂଚନା ଅନୁଯାୟୀ ହିଁ,ଏହି କ୍ରମରେ ଝାରଖଣ୍ଡ ସରକାର (Jharkhand Government) ଆଗାମୀ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana) ଅଧୀନରେ ରାଜ୍ୟରେ ନିର୍ମାଣ ହେଉଥିବା ଘରଗୁଡ଼ିକରେ ଆଉ ଏକ କୋଠରୀ ଯୋଡିବା ପାଇଁ ରାଜ୍ୟ ସରକାର (State Government)ଙ୍କ ତରଫରୁ ହିତାଧିକାରୀଙ୍କୁ ହିଁ ଘର ପ୍ରତି ଅତିରିକ୍ତ 50 ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଝାରଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାଓନ୍ (Finance Minister Rameshwar Oraon) ନିଜ ଅଭିଭାଷଣରେ କହିଛନ୍ତି ଯେ, ବିରୋଧୀଦଳ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana) ଅଧୀନରେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଘର ଯୋଗାଇ ଦେଉଛନ୍ତି ଓ ରାଜ୍ୟ ସରକାର ଏହି କ୍ଷେତ୍ରରେ କିଛି କରନ୍ତି ନାହିଁ ।

ସେ ଆହୁରି କହିଛନ୍ତି ଯେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana) ଅଧୀନରେ ନିର୍ମିତ ଘରଗୁଡ଼ିକରେ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ କୋଠରୀ ଯୋଡିବା ପାଇଁ ରାଜ୍ୟ ସରକାର (State Government) ଅତିରିକ୍ତ ୫୦,୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ଆସନ୍ତା ଆର୍ଥିକ ବର୍ଷର ବଜେଟରେ ଏହି ବ୍ୟବସ୍ଥା କରାଯାଇଛି ଓ ମୋଟ ପ୍ରାୟ ୧ ଲକ୍ଷ ଘର ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ବଜେଟ୍ ଉପସ୍ଥାପନ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ରାମେଶ୍ୱର ଓରନ୍ (Finance Minister Rameshwar Oraon) ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ (Budget)ରେ ସ୍ୱାସ୍ଥ୍ୟ ପାଇଁ ୨୭ ପ୍ରତିଶତ, ପାନୀୟ ଜଳ ପାଇଁ ୨୦ ପ୍ରତିଶତ, ଶିକ୍ଷା କ୍ଷେତ୍ରରେ ୬.୫ ପ୍ରତିଶତ ଏବଂ ଖାଦ୍ୟ ବଣ୍ଟନରେ ୨୧ ପ୍ରତିଶତ ବୃଦ୍ଧି କରାଯାଇଛି ।

ଗୁଡ ନ୍ୟୁଜ ; ରାଜ୍ୟ ସରକାର ଲୋକଙ୍କୁ ଦେବେ ୫୦ ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ ଲାଭ...

Old Pension scheme: ଲାଗୁ ହେବ ପୁରୁଣା ପେନସନ ସ୍କିମ !

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments