ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ । ବଢିଲା ଅମୁଲ କ୍ଷୀର (Amul Milk)ର ଦର । 2 ଟଙ୍କା ଲେଖାଏଁ ବଢିଲା ଅମୁଲ (Amul)ଓ ମଦର ଡାଏରୀ (MOTHER DAIRY)କ୍ଷୀର ।
ସୂଚନା ଅନୁଯାୟୀ, ଗତମାସରେ କ୍ଷୀରଜାତୀୟ ସାମଗ୍ରୀ ଉପରେ ସରକାର GST ଲଗାଇବା ପରେ ଏହାର ପ୍ରଭାବ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି । ଦେଶର ସବୁଠୁ ବଡ ଦୁଗ୍ଧ ଡାଏରୀ କମ୍ପାନି ଅମୁଲ କ୍ଷୀର (Amul Milk)ର ମୂଲ୍ୟ ବୃଦ୍ଧି କରିଛି । ଆଜି ବୁଧବାର (Wednesday)ଠାରୁ ଅମୁଲ କ୍ଷୀର (Amul Milk)ର ମୂଲ୍ୟ 2 ଟଙ୍କା ମହଙ୍ଗା ହେବ । ଗୁଜୁରାଟ ସମେତ ପୂରା ଭାରତରେ ଅମୁଲ କ୍ଷୀର (Amul Milk)ର ମୂଲ୍ୟ ଅଗଷ୍ଟ 17 ରୁ ବୃଦ୍ଧି ପାଇବ ।
ଅମୁଲ (Amul)ଓ ମଦର ଡାଏରୀ (MOTHER DAIRY) କ୍ଷୀର ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛି । ପୂର୍ବରୁ 500 ମିଲିଲିଟର ଅମୁଲ (Amul) ଗୋଲ୍ଡର ମୂଲ୍ୟ 30 ଟଙ୍କା ରହିଥିବା ବେଳେ ଏବେ ଏହା 31 ଟଙ୍କାରେ ମିଳିବ । ସେହିଭଳି 500 ମିଲିଲିଟର ଅମୁଲ (Amul) ତାଜା ପ୍ୟାକେଟ ଏବେ ଗ୍ରାହକ 25 ଟଙ୍କାରେ ପାଇବେ । ପୂର୍ବରୁ ଏହା 24 ଟଙ୍କାରେ ହିଁ ମିଳୁଥିଲା ।
ପ୍ରକାଶ ଥାଉ ଯେ, ଦର ଦାମ ବୃଦ୍ଧି ବଢି ଚାଲିଥିବା ବେଳେ ବର୍ତ୍ତମାନ ଏଥିରେ ସାମିଲ ହେବାକୁ ଯାଉଛି କ୍ଷୀର (Milk)। ଲିଟର ପିଚ୍ଛା 2 ଟଙ୍କା ବଢାଇବା ନେଇ ନିଷ୍ପତ୍ତି ନେଇଛନ୍ତି ଅମୁଲ (Amul)ଓ ମଦର ଡାଏରୀ (MOTHER DAIRY) ପରି ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ କମ୍ପାନୀ ।
Share your comments