News

ଭାରତୀୟ ସେନାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ସେନା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଶୀଘ୍ର କରନ୍ତୁ ଆବେଦନ ।

11 March, 2022 2:09 PM IST By: Sudesna Nayak

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ସେନା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଶୀଘ୍ର କରନ୍ତୁ ଆବେଦନ ।

ସୂଚନା ଅନୁୟାୟୀ, ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ଅନେକ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଭାରତୀୟ ସେନାର ଅଫିସିଆଲ ୱେବସାଇଟ joinindianarmy.nic.in ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ, ୨୦୨୨ ରହିଛି । ଭାରତୀୟ ସେନାରେ ମୋଟ ୧୯୧ ଟି ପଦବୀ ପାଇଁ ଆବେଦନ କରାଯାଉଛି ।

ଭାରତୀୟ ସେନାରେ ମୋଟ୍ ପଦବୀ ବିବରଣୀ,ଜାଣନ୍ତୁ...

SSC Tech ପୁରୁଷ ୫୯ତମ କୋର୍ସ – ୧୭୫ଟି ପଦବୀ, SSC Tech ମହିଳା ୩୦ତମ କୋର୍ସ – ୧୪ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

ଭାରତୀୟ ସେନାରେ ଭର୍ତ୍ତି ପାଇଁ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି । ନିର୍ଦ୍ଧିରିତ ଶିକ୍ଷାଗତ ଯୋଗ୍ୟତା,ବୟସ ସୀମା ସମେତ ଅନ୍ୟ ସମସ୍ତ ବିବରଣୀ ଆପଣ ଏହାର ଅଫିସିଆଲ ୱେବସାଇଟରୁ ନୋଟିଫିକେସନରେ ଚେକ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ ୨୦୨୨ ରହିଛି ।

କିପରି କରିବେ ଆବେଦନ,ଜାଣନ୍ତୁ...

-ପ୍ରଥମେ ଇଣ୍ଡିଆନ୍‌ ଆର୍ମିର ଅଫିସିଆଲ ୱେବସାଇଟ joinindianarmy.nic.in କୁ ଯାଆନ୍ତୁ ।

-ଏହାପରେ ରେଜିଷ୍ଟ୍ରେସନ/ଲଗଇନ ବଟନ ଉପରେ କ୍ଲିକ କରନ୍ତୁ ।

-ଏହାପରେ ନିଜର ଆବେଦନ ଫର୍ମ ଭରନ୍ତୁ ଏବଂ ସବମିଟ୍‌ କରିଦିଅନ୍ତୁ ।

ମନ୍ତ୍ରାଳୟରେ ଚାକିରି: ଦରମା ୬୦ ହଜାର,ଶୀଘ୍ର କରନ୍ତୁ ଆବେଦନ

ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପାଇଁ ପଦବୀ ଖାଲି ; ଶୀଘ୍ର ଆବେଦନ କରନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)