1. କୃଷି ଖବର

ମନ୍ତ୍ରାଳୟରେ ଚାକିରି: ଦରମା ୬୦ ହଜାର,ଶୀଘ୍ର କରନ୍ତୁ ଆବେଦନ

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରଶାସନ ବିଭାଗରେ କନ୍‌ସଲ୍‌ଟାଣ୍ଟସ୍ (ଲିଗାଲ୍) ପାଇଁ ପଦବୀ ଖାଲି ରହିଛି । ମାସକୁ ୬୦,୦୦୦ ହିଁ ଦରମା ପାଇବେ ।

Sudesna Nayak
Sudesna Nayak
Ministry jobs vacancies announced for consultants

Ministry jobs vacancies announced for consultants

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରଶାସନ ବିଭାଗରେ କନ୍‌ସଲ୍‌ଟାଣ୍ଟସ୍ (ଲିଗାଲ୍) ପାଇଁ ପଦବୀ ଖାଲି ରହିଛି । ମାସକୁ ୬୦,୦୦୦ ହିଁ ଦରମା ପାଇବେ ।

ବିଜ୍ଞାପନ ଅନୁଯାୟୀ, କନ୍‌ସଲ୍‌ଟାଣ୍ଟସ୍ (ଲିଗାଲ୍) ଭାବେ ନିଯୁକ୍ତି ପାଇବା ବ୍ୟକ୍ତି ମାସକୁ ୬୦,୦୦୦ ହିଁ ଦରମା ପାଇବେ । ଆବେଦନର ଶେଷ ତାରିଖ ହେଉଛି ୨୦୨୨ ମାର୍ଚ୍ଚ

କନ୍‌ସଲ୍‌ଟାଣ୍ଟସ୍ (ଲିଗାଲ୍) ଏକ ଅସ୍ଥାୟୀ (ଅଣ-ସରକାରୀ) ନିଯୁକ୍ତି ହୋଇଥିବା ବେଳେ ବିନା କାରଣରେ ମନ୍ତ୍ରଣାଳୟ ଯେକୌଣସି ସମୟରେ ବାତିଲ କରିପାରେ । ବିଜ୍ଞାପନରେ ଏହା କୁହାଯାଇଛି ଯେ MoEF & CC ର କ୍ଷମତା ରହିଛି ଯେ, ଯେକୌଣସି ସମୟରେ ହିଁ ବିନା କାରଣରେ ଜଣକୁ ଅଥବା ସମସ୍ତ କନ୍‌ସଲ୍‌ଟାଣ୍ଟସ୍ (ଲିଗାଲ୍)ଙ୍କୁ ଚାକିରିରୁ ବାହାର କରିଦେବା ।

ଖାଲି ଥିବା ପଦବୀ,ଜାଣନ୍ତୁ...

କନ୍‌ସଲ୍‌ଟାଣ୍ଟସ୍ (ଲିଗାଲ୍) : ୨ ଟି ପୋଷ୍ଟ୍‌

ଦରମା,ଜାଣନ୍ତୁ...

ମାସକୁ ଦରମା ୬୦,୦୦୦ ଟଙ୍କା ।

ଯୋଗ୍ୟତା,ଜାଣନ୍ତୁ...

- ଆଇନ୍ (LL.B) ରେ ସ୍ନାତକୋତ୍ତର ଡିଗ୍ରୀ (କେବଳ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଇନଷ୍ଟିଚ୍ୟୁଟ୍) ସହିତ 3 ବର୍ଷରୁ ଅଧିକ ଅଭିଜ୍ଞତା ।

- ଆଡଭୋକେଟ୍ସ ଆକ୍ଟ, 1961 ର ଧାରା ଅନୁଯାୟୀ, ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ କିମ୍ବା କୌଣସି ଷ୍ଟେଟ୍ ବାର୍ କାଉନ୍‌ସିଲ୍‌ରେ ଆଡଭୋକେଟ୍ ଥିବେ ।

- ଲିଗାଲ୍ ଡ୍ରାଫ୍ଟିଂରେ ଅଭିଜ୍ଞତା ଥିବା ଆବଶ୍ୟକ ।

ବୟସ ସୀମା,ଜାଣନ୍ତୁ...

କନ୍‌ସଲ୍‌ଟାଣ୍ଟସ୍ (ଲିଗାଲ୍) ର ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା 65 ବର୍ଷ ହୋଇଥିବା ଦରକାର ।

ବାର୍ଷିକ ବୃଦ୍ଧି,ଜାଣନ୍ତୁ...

ପାର୍ଥୀମାନଙ୍କ କାର୍ଯ୍ୟ ଦକ୍ଷତା ଅନୁଯାୟୀ ବାର୍ଷିକ ପାରିଶ୍ରମିକ ବୃଦ୍ଧି ୦% ରୁ ୮% ମଧ୍ୟରେ ହିଁ ରହିବ ।

ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପାଇଁ ପଦବୀ ଖାଲି ; ଶୀଘ୍ର ଆବେଦନ କରନ୍ତୁ

BSNLରେ ଚାକିରି ସୁଯୋଗ, ଯୁବକ ଓ ଯୁବତୀ ଜଲଦୀ କରନ୍ତୁ ଆବେଦନ

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments