1. କୃଷି ଖବର

BSNLରେ ଚାକିରି ସୁଯୋଗ, ଯୁବକ ଓ ଯୁବତୀ ଜଲଦୀ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ଖୁସି ଖବର । BSNLରେ ଚାକିରି କରିବାର ସୁଯୋଗ । ଭାରତ ସଂଚାର ନିଗମ ଲିମିଟେଡ୍‌ ହରିୟାଣା ସର୍କଲରେ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

Sudesna Nayak
Sudesna Nayak
BSNL vacancies apply immediately

BSNL vacancies apply immediately

ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ଖୁସି ଖବର । BSNLରେ ଚାକିରି କରିବାର ସୁଯୋଗ । ଭାରତ ସଂଚାର ନିଗମ ଲିମିଟେଡ୍‌ ହରିୟାଣା ସର୍କଲରେ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ, ଭାରତ ସଂଚାର ନିଗମ ଲିମିଟେଡ୍‌ (BSNL)ହରିୟାଣା ସର୍କଲ ପାଇଁ ୨୭ ଡିପ୍ଲୋମା ଅପାରଣ୍ଟିସ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍‌ ମାଧ୍ୟମରେ 20 ମାର୍ଚ୍ଚ 2022 ମଧ୍ୟରେ ଆବେଦନ କରିପାରିବେ । ଅଧିକ ଜାଣିବା ପାଇଁ BSNLର ଅଫିସିଆଲ ଆଇଡିରେ ଲଗ୍ ଇନ୍ କରି ନୋଟିଫିକେସନ ଚେକ୍ କରିପାରିବେ ।

ଭାରତ ସଂଚାର ନିଗମ ଲିମିଟେଡ୍‌ (BSNL) ପକ୍ଷରୁ ମୋଟ୍ ୨୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅମ୍ବାଲା ପାଇଁ ୪ଟି,ଫରିଦାବାଦ ପାଇଁ ୩ଟି,ଗୁରଗାଓଁ ପାଇଁ ୩ଟି,ହିସାର ପାଇଁ ୪ଟି,କରନାଲ ପାଇଁ ୪ଟି,ରେଓ୍ଵାଡି ପାଇଁ ୩ଟି,ରୋହତକ ପାଇଁ ୬ଟି ପଦବୀ ରହିଛି । ଏହିସବୁ ସ୍ଥାନରେ ଆବେଦନକାରୀ ନିଯୁକ୍ତ ହେବା ପରେ ପୋଷ୍ଟିଂ ଦିଆଯିବ ।

ଜରୁରୀ ତାରିଖ,ଜାଣନ୍ତୁ...

ଆବେଦନ କରିବାର ଶେଷ ତାରିଖ 20 ମାର୍ଚ୍ଚ 2022 ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ପାଖରେ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିବା ଜରୁରୀ ଅଟେ। ପ୍ରାର୍ଥୀଙ୍କ ସର୍ବାଧିକ ବୟସ 25 ବର୍ଷ ହେବା ଜରୁରୀ ଅଟେ । ସଂରକ୍ଷିତ ବର୍ଗ ପ୍ରାର୍ଥୀମାନଙ୍କ ପାଇଁ ନିୟମାନୁସାରେ ରିହାତି ପ୍ରଦାନ କରାଯିବ । ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଜାଣିବା ପାଇଁ ଆବେଦନକାରୀ ଅଫିସିଆଲ ନୋଟିଫିକେସନ ଦେଖିପାରିବେ ।

ମାସିକ ଦରମା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କୁ ମାସିକ ୮ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ ।

ଆବେଦନ ଶୁଳ୍କ,ଜାଣନ୍ତୁ...

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ ।

FSSAIରେ ଖାଲିପଡିଛି ପଦବୀ, ଜଲଦୀ କରନ୍ତୁ ଆବେଦନ

ପତଞ୍ଜଳିରେ ମିଳିବ ହଜାର ହଜାର ପିଲାଙ୍କୁ ଚାକିରି; ଜଲଦୀ ଆବେଦନ କରନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments