
Appointment of Mr. M.R. Sharma as Managing Director of KRIBHCO
ଶ୍ରୀ ଏମ ଆର ଶର୍ମାଙ୍କୁ କୃଷକ ଭାରତୀ କୋଅପରେଟିଭ୍ ଲିମିଟେଡ୍ (କ୍ରିଭକୋ)ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି l ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ତ୍ୱ ବ୍ୟତୀତ ସେ ନିର୍ଦ୍ଦେଶକ (ବୈଷୟିକ ) ଭୂମିକାରେ କାର୍ଯ୍ୟ ଜାରି ରଖିବେ l ୨୦୨୪ ସେପ୍ଟେମ୍ବର ପହିଲାରୁ ସେ ଏହି ଦାୟିତ୍ତ୍ୱ ଗ୍ରହଣ କରିଥିଲେ l
ଆଇଆଇଟି ରୁର୍କି (୧୯୮୧) ରୁ କେମିକାଲ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଶ୍ରୀ ଏମ୍ ଆର୍ ଶର୍ମା ସାର ଶିଳ୍ପରେ ମୁଖ୍ୟତଃ ଆମୋନିଆ ଏବଂ ୟୁରିଆ ଉତ୍ପାଦନ ସମନ୍ବିତ କମ୍ପ୍ଲେକ୍ସ ସହିତ ଆନୁଷଙ୍ଗିକ ୟୁଟିଲିଟି ପ୍ଲାଣ୍ଟରେ ୪୨ ବର୍ଷରୁ ଅଧିକ ଅଭିଜ୍ଞତା ରଖିଛନ୍ତି। ୧୯୮୨ ମସିହାରେ କ୍ରିଭକୋରେ ସ୍ନାତକ ଇଞ୍ଜିନିୟର ଟ୍ରେନି (ଜିଇଟି) ଭାବରେ ଯୋଗ ଦେବା ପରେ, ସେ ପରିଚାଳନା ନିର୍ଦ୍ଦେଶକ ପଦରେ ପହଞ୍ଚିବାରେ ପ୍ରଥମ ଜିଇଟି ଅଟନ୍ତି ।
କ୍ରିଭକୋରେ ତାଙ୍କର ବିଭିନ୍ନ ଭୂମିକା ରେ ସେ ଅନେକ ପ୍ରକଳ୍ପର ନେତୃତ୍ବ ନେଇଥିଲେ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଆମୋନିଆ ଏବଂ ୟୁରିଆ କମ୍ପ୍ଲେକ୍ସର ପୁନରୁଦ୍ଧାର ଦିଗରେ ଗୁରୁତ୍ବପୂର୍ଣ ଯୋଗଦାନ ଦେଇଥିଲେ । କୋଭିଡ୍-୧୯ ସମୟରେ, ଯେତେବେଳେ ପଶ୍ଚିମ ଭାରତର ଅଧିକାଂଶ ସାର କାରଖାନା କଞ୍ଚାମାଲ ଏବଂ କାର୍ଯ୍ୟବଳ ଉପଲବ୍ଧ ନଥିବାରୁ ବନ୍ଦ କରିବାକୁ ବାଧ୍ଯ ହୋଇଥିଲା, ଶ୍ରୀ ଏମ୍ ଆର୍ ଶର୍ମା ରେକର୍ଡ ଶକ୍ତି ଦକ୍ଷତା ସହିତ ଉତ୍ପାଦନ କେନ୍ଦ୍ରକୁ ଶତ ପ୍ରତିଶତରୁ ଅଧିକ କ୍ଷମତାରେ ଚାଲୁ ରଖିବାରେ ସଫଳ ହୋଇଥିଲେ ।
ତାଙ୍କର ପ୍ରଶଂସନୀୟ ଅବଦାନ ପାଇଁ ତାଙ୍କୁ ଦକ୍ଷିଣ ଗୁଜୁରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ବାରା ଉତ୍କୃଷ୍ଟ ସିଇଓ ଭାବରେ ପୁରସ୍କୃତ କରାଯାଇଥିଲା ଏବଂ ୨୦୨୧ ମସିହାରେ ପ୍ରକାଶିତ ସମ୍ମାନଜନକ 'ଦ ସିଇଓ ମାଗାଜିନ୍'ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଅଧିକ ପଢ଼ନ୍ତୁ
Share your comments