1. କୃଷି ଖବର

ଜଳକୃଷି !! ଜନଜାତି ଚାଷୀଙ୍କ ଲାଗି ଜୀବିକା !!

ଜଳକୃଷି !! ଜନଜାତି ଚାଷୀଙ୍କ ଲାଗି ଜୀବିକା !!

KJ Staff
KJ Staff

ସିଫା ରେ ରାଷ୍ଟ୍ରୀୟ ଜନଜାତି ଚାଷୀ ଙ୍କ ସମ୍ମିଳନୀ ..

ଭୁବନେଶ୍ୱର ସ୍ଥିତ ସିଫା ଆରମ୍ଭ କରିଛନ୍ତି ଜନଜାତି ଚାଷୀ ଙ୍କ ଲାଗି ସମ୍ମିଳନୀ |ଜଳାକୃଷି କୁ କିପରି ସେମାନେ କରିପାରିବେ ନିଜ ଜୀବିକା ଓ କେମିତି ହୋଇପାରିବେ ଲାଭବାନ ;ଏନେଇ ହୋଇଛି ସେଠାରେ ଏକ କର୍ମଶାଳା |ଏହି ୨ ଦିନିଆ ସମ୍ମିଳନୀ ଫେବୃଆରୀ ୧୮ ରୁ ୧୯ ଯାଏ ଆୟୋଜିତ ହେବ |
ଆୟୋଜନ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ରାଜ୍ୟପାଳ ପ୍ର.ଗାନେସି ଲାଲ ଏବଂ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିବା ସାଙ୍ଗରେ ସେ ଜନଜାତି ଗୋଷ୍ଠୀ ଙ୍କର ଥିବା କୃଷି ପ୍ରତି ଅବଦାନ କୁ ଦର୍ଶାଇଥିଲେ ଏବଂ ଦେଶ ଓ ଜାତି ର ଉନ୍ନତି ରେ ତାଙ୍କର ବିଶେଷ ଆବଶ୍ୟକତା ରହିଛି ବୋଲି କହିଥିଲେ | ସେହିପରି ଡଃ ଜେ.କେ ଜେନା ,ଉପ ନିର୍ଦେଶକ ମତ୍ସ୍ୟ ଓ ପଶୁ ପାଳନ ବିଭାଗ ,ଏଇ ସି ଏ ଆର ର ବିଭିନ୍ନ ସ୍କିମ ଏବଂ ପଲିସି ଦ୍ୱାରା କିପରି କୃଷି ର ଉନ୍ନତି ହୋଇପାରିବ ଏବଂ ଏହା ଜଳକୃଷି ସମେତ ଦେଶ ର ଜନସଂଖ୍ୟା କୁ କିପରି ଖାଦ୍ୟ ଯୋଗାଇ ପାରିବ ସେନେଇ ତଥ୍ୟ ପ୍ରଦାନ କରିଥିଲେ |
ଏବଂ ଏହା ବ୍ୟତୀତ ଜନଜାତି ଚାଷୀ ଙ୍କୁ ଜଳକୃଷି କୁ ଜୀବିକା ଭାବେ ଗ୍ରହଣ କରିବା ସହ ନିଜ ଖାଦ୍ୟ ରେ ମଧ୍ୟ ସାମିଲ କରିବାର ସେ ଉପଦେଶ ଦେଇଥିଲେ | ପରେ ସିଫା ନିର୍ଦେଶକ ,ବିନ୍ଦୁ ଆର.ପଲାଇ ରାଜ୍ୟପାଳ ଙ୍କ ସମେତ ଉପସ୍ତିଥା ଅତିଥି ଙ୍କୁ ସ୍ୱଗତ ଜଣାଇବା ସହ ସିଫା ର ଜଳକୃଷି ପ୍ରତି ଥିବା ଅବଦାନ ଏବଂ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ତାର କାର୍ଯ୍ୟକଳାପ କୁ ନେଇ ଆଲୋଚନା କରିଥିଲେ |
ଡଃ ବି.ସି ମହାପାତ୍ର,ଜନଜାତି ସବ ପ୍ଲାନ ର ମୁଖ୍ୟ ବୈଜ୍ଞାନିକ , ସିଫା ର ଉନ୍ନତ କିସମ ର ମାଛ ଜାଅଁଳା ଉତ୍ପାଦନ ,ମାଛ ଚାଷ ଏବଂ ପ୍ରଶିକ୍ଷଣ ଦ୍ୱାରା ଥିବା ଅବଦାନ ବିଷୟରେ କହିଥିଲେ ଏବଂ ଏହି ପ୍ଲାନ ଭାରତ ର ବିଭିନ୍ନ ରାଜ୍ୟ ରେ କାର୍ଯ୍ୟକାରୀ ଅଛି ବୋଲି ଉଲ୍ଲେଖ କରିଥିଲେ ଶେଷରେ ପି.କେ.ସେନାପତି ,ଆଇଏ ଏସ ,ମତ୍ସ୍ୟ ବିଭାଗ ,ଓଡିଶା ସରକାର ,ସିଫା କୁ ରାଜ୍ୟ ରେ ଅଧିକ ବିସ୍ତାର ରୂପେ କାର୍ଯ୍ୟ କରିବାକୁ ଅନୁରୋଧ କରିବା ସନଗର କହିଥିଲେ ଯେ ଓଡିଶା ସରକାର ଏବଂ ସିଫା ମିଳିତ ଭାବେ କାମ କରିପାରିଲେ ସୂଚନା ସମ୍ପ୍ରସାରଣ ଏବଂ ପ୍ରଶିକ୍ଷଣ ଆହୁରି ଉନ୍ନତ ହେଇପାରିବ ବୋଲି କହିଥିଲେ |
ଏହି ଅବସରରେ ୨ ଟି ପବ୍ଲିକସନ ର ଉନ୍ମୋଚନ କରାଯାଇଥିଲା ବେଳେ ସର୍ବଭାରତୀୟ ସ୍ଥର ରେ ଭାରତ ର କୋଣ ଅନୁକୋଣ ରୁ ହାରାହାରି ୨୦୦ ଟି ଚାଷୀ ଯୋଗଦାନ କରିଥିଲେ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments