News

କୃଷି ବିଭାଗର ପ୍ରମୁଖ ସଚିବ ହେଲେ IAS ଅରବିନ୍ଦ ପାଢୀ

ଭାରତୀୟ ପ୍ରଶାସନିକ (IAS) ଅରବିନ୍ଦ ପାଢୀ ହୋଇଛନ୍ତି କୃଷି ବିଭାଗର ସଚିବ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢୀଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି ।

04 August, 2022 2:10 PM IST By: Shuvanshu Kar

ଭାରତୀୟ ପ୍ରଶାସନିକ ସେବା(IAS) ସ୍ତରରେ ହୋଇଛି ବଡ ଧରଣର ଅଦଳ ବଦଳ । ଭାରତୀୟ ପ୍ରଶାସନିକ (IAS) ଅରବିନ୍ଦ ପାଢୀ ହୋଇଛନ୍ତି କୃଷି ବିଭାଗର ସଚିବ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢୀଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି ।

କୃଷି ବିଭାଗ ପ୍ରମୁଖ ସଚିବ ପଦରେ ଅରବିନ୍ଦ ପାଢୀଙ୍କୁ ମିଳିଛି ନିଯୁକ୍ତି । 1996 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପାଢୀଙ୍କୁ ସ୍ବଳ୍ପ ବର୍ଷା ହେତୁ ଓଡିଶାରେ ଧାନ ଚାଷରେ 20% ହ୍ରାସ ମଧ୍ୟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସରକାର ଏହି ଦାୟିତ୍ବ ଦେଇଛନ୍ତି । ଏହାସହିତ ସେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ବର୍ତ୍ତମାନ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ସ୍ଥାନରେ କୃଷି ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ପାଢୀ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କୃଷି ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳୁଥିଲେ।

ସେପଟେ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ସେହିପରି ଅଶ୍ୱଥି ଏସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ଓ ସଚିବ ଦାୟିତ୍ୱ ମିଳିଛି । ଆଇଏଏସ ସଞ୍ଜୟ କୁମାର ସିଂହ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି । ସେ I&PR ସଚିବ, ବିଡିଏ ଭିସି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

କୃଷି ଜାଗରଣରେ ନୀରଜ ପ୍ରଜାପତି, ସାଇକେଲରେ ବୁଲିବୁଲି ଚାଷୀଙ୍କୁ କରୁଛନ୍ତି ଜାଗ୍ରୃତ

କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କଲେ ପ୍ରେମଚନ୍ଦ୍ର ଚୌଧୁରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)