1. କୃଷି ଖବର

କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କଲେ ପ୍ରେମଚନ୍ଦ୍ର ଚୌଧୁରୀ

କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଶାସନିକ ଅଧଇକାରୀ ପ୍ରେମଚନ୍ଦ୍ର ଚୌଧୁରୀ ।ଜୁନ୍ 16 ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଦିକାରୀ ସ୍ତରରେ ବଡ ଅଦଳବଦଳ କରାଯାଇଥିଲା । ଚୌଧୁରୀଙ୍କୁ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି ।

Shuvanshu Kar
Shuvanshu Kar
Prem Chandra Chaudhary Assumes Charge As Director, Agriculture & Food Production

Prem Chandra Chaudhary Assumes Charge As Director, Agriculture & Food Production

କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଶାସନିକ ଅଧଇକାରୀ ପ୍ରେମଚନ୍ଦ୍ର ଚୌଧୁରୀ । 2010 ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟା ସଂଗଠନରେ କାର୍ଯ୍ୟ କରୁଥିଲେ । ଚୌଧୁରୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଜୁନ୍ 16 ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଦିକାରୀ ସ୍ତରରେ ବଡ ଅଦଳବଦଳ କରାଯାଇଥିଲା । ଚୌଧୁରୀଙ୍କୁ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ସେ WODC ସିଇଓ ଭାବରେ ନିଜ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି । ଯେଉଁଥିରେ ସେ ଜୁନ୍ 2021ରେ WODC ସିଇଓ ଭାବରେ ନିଯୁକ୍ତ ହୋଇଥିଲେ ପ୍ରେମଚନ୍ଦ୍ର ।

“କେବଳ ଖାଦ୍ୟ ପାଇଁ ନୁହେଁ ,ବଜାର ଲକ୍ଷ ରେ ଉତ୍ପାଦନ କଲେ କୃଷକଙ୍କ ସ୍ଥିତି ବଦଳିବ ": ଡଃ ନଗେଶ ବାରିକ

ମେ'ରେ ବଢିଛି କୃଷି ଶ୍ରମିକଙ୍କ ଖୁଚୁରା ମୁଦ୍ରସ୍ଫୀତି

ଭୁବନେଶ୍ୱରର ମ୍ୟୁନିସିପାଲିଟି କମିଶନର ଭାବରେ କୋରୋନାର ପ୍ରଥମ ତରଙ୍ଗ ସମୟରେ ଚୌଧୁରୀଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ରହିଥିଲା । ​ ଭୁବନେଶ୍ୱର ତଥା ଏହାର ଆଖପାଖରେ COVID ଡାକ୍ତରଖାନା ଏବଂ COVID କେୟାର ସେଣ୍ଟରରରେ ବେଶ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ ପ୍ରେମଚନ୍ଦ୍ର ।

 

ଏହାପୂର୍ବରୁ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ରହିଥିବା ଡ. ଏମ ମୁଥୁକୁମାରଙ୍ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ । ନାଗରିକ ସଂଗଠନର ମୁଖ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ, ସାଧାରଣ ଲୋକଙ୍କ ସହ ଯୋଡିହେବା ଏବଂ ସଚେତନତା ଦିଗରେ ଚୌଧୁରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ପ୍ରେମଚନ୍ଦ୍ର ଚୌଧୁରୀ ଗଞ୍ଜାମର କଲେକ୍ଟର ଭାବରେ ମଧ୍ୟ ନିଜ ଦାୟିତ୍ବ ତୁଲାଇଛନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments