“କେବଳ ଖାଦ୍ୟ ପାଇଁ ନୁହେଁ ,ବଜାର ଲକ୍ଷ ରେ ଉତ୍ପାଦନ କଲେ କୃଷକଙ୍କ ସ୍ଥିତି ବଦଳିବ ": ଡଃ ନଗେଶ ବାରିକ

Sunday, 04 November 2018 09:09 PM
Dr. Nagesh Barik

Dr. Nagesh Barik

(ସିଫା ଅଧିନସ୍ଥ ଏଗ୍ରି ବିଜନେସ ଇନ୍କୁବେସନ ସେଣ୍ଟର ର ବୈଜ୍ଞାନିକ ଡଃ ନଗେଶ  ବାରିକ ଅଙ୍କ ସହ କୃଷି ଜାଗରଣ ର ଗୋଟେ ଆଲୋଚନା )

 କୃଷି ଜାଗରଣ :ଏଗ୍ରି ବିଜନେସ ଇନ୍କୁବେସନ ସେଣ୍ଟର  ର ପ୍ରତିଷ୍ଠା  କାହିଁକି ?

ଡଃ ନଗେଶ  ବାରିକ :ଏହା କୁକୁଡ଼ା ବାଟକ ଆଦି ପକ୍ଷୀମାନଙ୍କ ଅଣ୍ଡାରୁ ଛୁଆ ହେବାପାଇଁ ଆବଶ୍ୟକ ତାପମାତ୍ରା ଯୋଗାଇ ଦେବାକୁ ହିଁ ବୁଝାଏ ,ଏବଂ ଏହି କ୍ଷେତ୍ର ରେ ହିଁ ବ୍ୟବହାର କରାଯାଏ |ସେହିଭଳି ଭାବରେ ବ୍ୟବସାୟ ବା ଉଦ୍ୟୋଗ କ୍ଷେତ୍ରରେ ନିର୍ଦ୍ଧିଷ୍ଟ ବିପଦ ସମୟ ପର୍ଯ୍ୟନ୍ତ ସଂପୃକ୍ତି ୟୁନିଟ ଟିକୁ ଆବଶ୍ୟକ ଜ୍ଞାନକୌଶଳ ସମ୍ବନ୍ଧୀୟ ସହଯୋଗ ଯୋଗାଇ ଦେଇ ସ୍ବୟଂକ୍ଷମ ହେବାକୁ ବିଜନେସ ଇନ୍କୁବେସନ କୁହାଯାଏ ଏବଂ ଏହା କୃଷି ଓ ଅଂସଙ୍ଗିକ କ୍ଷେତ୍ରରେ କାର୍ଯ୍ୟକାରୀ ହେଲେ "ଏଗ୍ରି ବିଜନେସ ଇନ୍କୁବେସନ" ବା ଏ.ବି.ଏ କୁହାଯାଏ |

 

କୃଷି ଜାଗରଣ :ଏହା ସାଧାରଣ ଲୋକଙ୍କ ଲାଗି କଣ କାମରେ ଆସେ ?

ଡଃ ନଗେଶ  ବାରିକ :ଏହା ଗୋଟିଏ ସମୁଦାୟ କୁ ଉଦ୍ୟୋଗ ବା ବ୍ୟବସାୟ ଭିତିକ ହେବାକୁ ଉତ୍ସାହିତ କରେ |ଗୋଟିଏ ସମୁଦାୟକୁ ପ୍ରତିଟି ବ୍ୟାଙ୍କିଙ୍କୁ ଉନ୍ନତ ବ୍ୟବସାୟ ସହ ଯୋଡିବା କଷ୍ଟକର କଥା ତେଣୁ କିଛି ଦକ୍ଷତା ଏବଂ ଆଗ୍ରହ ଯୁକ୍ତ ଲୋକଙ୍କୁ ଯୋଡି  ପାରିଲେ ଏହା ସେହି ସମୁଦାୟର ସାଧନାରେ ପରିଣତ ହୁଅନ୍ତି ଏବଂ ଅବଶିଷ୍ଟ ସମୁଦାୟକୁ ବଜାରରେ ଭିନ୍ନ ଭିନ୍ନ ବିଷୟ ସହ ଯୋଡି ପାରନ୍ତି | ଏହା ନିଯୁକ୍ତି ସୃଷ୍ଟି କରିବାରେ ମଧ୍ୟ ସହାୟକ |

 

 

କୃଷିଜାଗରଣ:ଆପଣଙ୍କ କାର୍ଯ୍ୟ ପରିସର କେତଦୁର ?

ଡଃ ନଗେଶ  ବାରିକ :ସାରା ଭାରତ ରେ ,ଭାରତୀୟ ଅନୁସନ୍ଧାନ ପରିଷଦ ଦ୍ୱାରା ୨୫ ଟି ଏବି.ଏଇ ପ୍ରତିଷ୍ଠା କରାଯାଇଛି |ସମସ୍ତଙ୍କର କାର୍ଯ୍ୟକ୍ଷେତ୍ର ଭିନ୍ନ |ମଧୁର ଜଳଜୀବ ପାଳନ କ୍ଷେତ୍ର ରେ କାମ କରିବା ପାଇଁ ଏ.ବିଏଇକେବଳସିଫ ଅଧୀନରେ ଅବସ୍ଥାପିତ ଅଛି ତେଣୁ ଆମେ ସାରା ଭାରତ ରେ କାର୍ଯ୍ୟ କରିଥାଉ |

 

କୃଷିଜାଗରଣ:ଓଡିଶା ରେ କୃଷି ଉଦ୍ୟୋଗୀ କେତେଦୂର ସ୍ବୟଂକ୍ଷମ?

ଡଃ ନଗେଶ  ବାରିକ : ଅନ୍ୟ  ରାଜ୍ୟ ତୁଳନାରେ ଆମ ରାଜ୍ୟ ଓଡିଶା ରେ ବ୍ୟବସାୟ ସଂସ୍କୃତି ଅପେକ୍ଷାକୃତ ଦୁର୍ବଳ |ଆମ ଓଡ଼ିଶାରେ ଯୁବପିଢ଼ି ନିଜେ ଉଦ୍ୟୋଗୀ ହେବ ଅପେକ୍ଷା ଚାକିରୀ କରିବାକୁ ପସନ୍ଦ କରନ୍ତି|ଏଥିପାଇଁ କେବଳ  ସମ୍ପୃକ୍ତ  ଲୋକ ନୁହେଁ ସମଗ୍ର ସମାଜ ଦାୟୀ |ତେଣୁ ପିଲା ଥରେ ଉଦ୍ୟୋଗ  ପାଇଁ ଆବଶ୍ୟକ ଦକ୍ଷତା ବିକାଶ ହୋଇପାରେ ନାହିଁ |

 

କୃଷି ଜାଗରଣ:ଓଡ଼ିଶାରେ ଆପଣଙ୍କ  ସଫଳ କେମିତି ?

ଡଃ ନଗେଶ  ବାରିକ :ଆମ ଠାରୁ ପାଶିକ୍ଷଣ  ପାଇଥିବା ଶତକଡା ୫୦ ଭାଗ ହିତାଧିକାରୀ ଓଡିଶା ର ଅଟନ୍ତି |ସେମାନେ ବିଭିନ୍ନ ପ୍ରାନ୍ତରେ ସଫଳ ହେବ ସହ ନିଯୁକ୍ତି ମଧ୍ୟ ସୃଷ୍ଟି କରିଛନ୍ତି |ମୟୁରଭଞ୍ଜ  ର ବୈସିଙ୍ଗା ଠାରେ ଥିବା କୈଳାଶ ହାଚେରୀ ସାରା ଭାରତରେ ଗୋଟେ ମଡେଲ ଭାବେ କାମ କରୁଛି |

Share your comments