ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଆମର ଭୂମିକା: ଡଃ. ରତନ ଲାଲ

Tuesday, 01 June 2021 06:00 PM
Dr. Rattan Lal

Dr. Rattan Lal

ଆଇଏଆରଆଇ (ଇଣ୍ଡିଆନ୍ ଏଗ୍ରିକଲଚରାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍)ର ୧୧୬ତମ ପ୍ରତିଷ୍ଠା ଦିବସରେ ଭର୍ଚୁଆଲ ଉଦବୋଧନ ପ୍ରଦାନ କରି ଡଃ. ରତନ ଲାଲ କହିଲେ, ସେ ୧୯୬୩ ମସିହାରେ ୨୦୦ ଟଙ୍କାର ବୃତ୍ତି ଲାଭକରି ଆଇଏଆରଆଇ (ଇଣ୍ଡିଆନ୍ ଏଗ୍ରିକଲଚରାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍)ରେ ପହଞ୍ଚିଥିଲେ l ସେ ଡିସେମ୍ବର ୨୮, ୧୯୬୫, ସ୍ନାତକ ଶିକ୍ଷା ଲାଭ କରିବା ପରେ ଆଇଏଆରଆଇ ଛାଡ଼ିଥିଲେ l ଆହୁରି ମଧ୍ୟ ସେ ନିଜର ବକ୍ତବ୍ୟରେ କହିଲେ ଯେ,  "ମୁଁ ଆଜି ଯାହା ହୋଇଛି ସେଇଥି ପାଇଁ ଆଇଏଆରଆଇ ମୋତେ ଏକ ପରିଚୟ ଦେଇଛି, ଏହା ଚମତ୍କାର ଅଟେ l"

ଡଃ. ରତନ ଲାଲ, ଯିଏ କି ମୃତ୍ତିକା ସ୍ୱାସ୍ଥ୍ୟର ପିତା ଭାବରେ ଜଣାଶୁଣା ଏବଂ ସେ ୱାର୍ଲଡ ଫୁଡ୍ ପ୍ରାଇଜ୍ ୨୦୨୦ ହାସଲ କରିଛନ୍ତି l କୃଷି ଜାଗରଣ ସଂସ୍ଥାନର ପ୍ରତିନିଧି ସିପ୍ରା ସିଂଙ୍କ ସହିତ ଅନ୍ତରଙ୍ଗ ଆଳାପରେ ଡଃ. ରତନ ଲାଲ ମାଟିର ସ୍ୱାସ୍ଥ୍ୟକୁ ବିଗାଡି ଦେଉଥିବା କୃଷି କୌଶଳ, ମୃତ୍ତିକା କାର୍ବନ ସେକ୍ୱେସ୍ଟ୍ରେଶନ ସମ୍ପର୍କରେ ଏବଂ ଭାରତୀୟ କୃଷକମାନେ ନିଜର ଜମିର ମୃତ୍ତିକା ପାଇଁ କଣ କରିପାରିବେ ସେ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଛନ୍ତି l

୧. ସାର୍, ଆପଣ ନିଜର ଦଶନ୍ଧି ଧରି ରହିଥିବା ଅନୁଭୂତିରୁ କହିବେ କି ବର୍ଷ ବର୍ଷ ଧରି କେଉଁ କୃଷି ଅଭ୍ୟାସଗୁଡ଼ିକ ଦ୍ୱାରା ମୃତ୍ତିକାର ଗୁଣବତ୍ତା ହ୍ରାସ ଘଟୁଛି ?

ଉତ୍ତର: ମୃତ୍ତିକାର ଗୁଣବତ୍ତା ହ୍ରାସ କରୁଥିବା କାର୍ଯ୍ୟଗୁଡ଼ିକ ମଧ୍ୟରେ ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଉଛି:  a) ଜମିରେ ଫସଲର ଅବଶିଷ୍ଟାଂଶ ଜାଳିବା b) ଜମିର କର୍ଷଣ 3) ଧାନ ଜମି କାଦୁଅ କରିବା d) ପ୍ଲାବନ ଜଳସେଚନ e) ମାତ୍ରାଧିକ ଚରାଇବା  f) ସାରର ଅସନ୍ତୁଳିତ ପ୍ରୟୋଗ g) ଫସଲ ଅମଳ କିମ୍ବା ପଶୁ ଚରିବା ଯୋଗୁଁ ନଷ୍ଟ ହୋଇଥିବା ପୋଷକତତ୍ତ୍ୱଗୁଡ଼ିକୁ ଭରଣା ନ କରିବା (ମାଇକ୍ରୋ ଓ ମାକ୍ରୋ), g) କୀଟନାଶକ ଓ ସାରର ଅବାରିତ ପ୍ରୟୋଗ l

୨. ଆମକୁ  ମୃତ୍ତିକା କାର୍ବନ ସେକ୍ୱେସ୍ଟ୍ରେଶନ ସମ୍ପର୍କରେ କିଛି କୁହନ୍ତୁ l

ଉତ୍ତର: କାର୍ବନ ସେକ୍ୱେସ୍ଟ୍ରେଶନ ହେଉଛି ମାଟିର ଏକ ପ୍ରକ୍ରିୟା ଯେଉଁଥିରେ ଉଦ୍ଭିଦ ବାୟୋମାସ ମାଧ୍ୟମରେ  ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ ମାଟିକୁ ସ୍ଥାନାନ୍ତରଣ ହୁଏ (ଆସେ), ଯାହା ଫଳରେ ଏହା ସଙ୍ଗେ ସଙ୍ଗେ ବାୟୁମଣ୍ଡଳକୁ ଯାଇପାରେ ନାହିଁ ଏବଂ ମାଟିରେ ଶହ ଶହ ବର୍ଷ ଧରି ରହେ l ବାୟୁମଣ୍ଡଳୀୟ CO2 ମାଟିକୁ ଆସିବା ପାଇଁ ଦୁଇଟି ପ୍ରକ୍ରିୟା ରହିଛି:

  1. ସଏଲ୍ ଅର୍ଗାନିକ କାର୍ବନ (SOC) ଉଦ୍ଭିଦ ବାୟୋମାସ ଇନ୍ପୁଟ ମାଧ୍ୟମରେ ଯାହା ବିଘଟନ ହୋଇଯାଇ ଥାଏ, ତାହା ସଏଲ୍ ଅର୍ଗାନିକ ମ୍ୟାଟରରେ ପରିଣତ ହୁଏ ଓ ଷ୍ଟେବୁଲ୍ ସଏଲ୍ ଏଗ୍ରିଗେଟସ (ଷ୍ଟ୍ରକ୍ଚରାଲ ୟୁନିଟସ) ପ୍ରସ୍ତୁତି ମାଧ୍ୟମରେ ବିଘଟନରୁ ସୁରକ୍ଷା ଦିଏ, ଅର୍ଗାନୋ-ମିନେରାଲ କମ୍ପ୍ଲେକ୍ସ ଗୁଡ଼ିକ ସୃଷ୍ଟି ହୁଏ (ଯଥା ଧାତବ କେସନ୍ସ ସହିତ ଅର୍ଗାନିକ ପରମାଣୁର ସମଷ୍ଟି, Fe,Al,Mn,Ca,Mg ଇତ୍ୟାଦି) , ଏବଂ ଉପ-ମୃତ୍ତିକାର ଗଭୀରକୁ ଯାଇଥାଏ ଯେଉଁଠି ଏହାକୁ କ୍ଷୟ ଇତ୍ୟାଦି ଦାଉରୁ ରକ୍ଷା କରାଯାଏ l

  2. ସଏଲ୍ ଇନଅର୍ଗାନିକ କାର୍ବନ (SIC) ସେକେଣ୍ଡାରୀ କାର୍ବୋନେଟସର ଗଠନ କିମ୍ବା ବାଇକାର୍ବୋନେଟସର ମାଧ୍ୟମରେ ( ପେଡୋଯେନିକ କାର୍ବୋନେଟସ) l ଗୋଟିଏ ଡାଇଲ୍ୟୁଟ କାର୍ବୋନିକ ଏସିଡ ଗଠନ କରିବା ପାଇଁ ଯେତେବେଳେ ମାଟିରେ CO2 (ଚେରରୁ ଏବଂ ମାଇକ୍ରୋବିଆଲ ଶ୍ୱସନ ଏବଂ ଜୈବ ସାମଗ୍ରୀ ବିଘଟନରୁ ଆସିଥାଏ) ମାଟିର ଜଳ ସହିତ ଦ୍ରାବିଭୂତ ହୁଏ ସେତେବେଳେ ଏହି ଇନଅର୍ଗାନିକ ଯୌଗିକଗୁଡ଼ିକ ସୃଷ୍ଟି ହୁଅନ୍ତି ଏବଂ କାର୍ବୋନେଟସ ଗଠନ କରିବା ପାଇଁ ଏହା କେସନ୍ସ (Ca,Mg,K ଇତ୍ୟାଦି) ସହିତ ପ୍ରତିକ୍ରିୟା କରେ l ଏହି କେସନ୍ସଗୁଡ଼ିକର ଉତ୍ସ ବାହ୍ୟ ହୋଇପାରେ( ସଂଶୋଧନଗୁଡ଼ିକର ଇନ୍ପୁଟ, ବାୟୁମଣ୍ଡଳୀୟ ଡିପୋଜିସନ, ସିଲିକେଟ ଧାତୁ ଇତ୍ୟାଦିର କ୍ଷୟ) l ମାଟିରେ ସେକେଣ୍ଡାରୀ କାର୍ବୋନେଟସଗୁଡ଼ିକର ହାରାହାରି ରହିବା ଅବଧି ଅଧିକ ଲମ୍ବା ଅଟେ l SIC ସେକ୍ୱେସ୍ଟ୍ରେଶନର ଅନ୍ୟ ଏକ ମେକାନିଜମ ହେଉଛି ଉତ୍ତମ ମାନର ଜଳସେଚନ ପାଣିରେ ବାଇକାର୍ବୋନେଟସର ଲିଚିଙ୍ଗ୍ l ଶୁଷ୍କ ଓ ଅର୍ଦ୍ଧ-ଶୁଷ୍କ ଅଞ୍ଚଳଗୁଡ଼ିକରେ SIC ସେକ୍ୱେସ୍ଟ୍ରେଶନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଅଟେ l

୩. ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱର କୃଷି ଉପରେ ପ୍ରଭାବ ପକାଉଛି l ତାପମାତ୍ରା ବୃଦ୍ଧି ଫସଲ ଧାରା, ଫସଲ ଅବଧି ଇତ୍ୟାଦି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଉଛି l କୃଷକମାନେ ପୃଥିବୀର ଜଳବାୟୁ ପରିବର୍ତ୍ତନ ଚକ୍ରକୁ କିପରି ଭାବରେ ଆପଣାଇ ପାରିବେ ?

ଉତ୍ତର: ବିଶ୍ୱ ତାପମାନ ବୃଦ୍ଧି ସମସ୍ୟାର ସମାଧାନ ପାଇଁ କୃଷକମାନଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି, ଯାହା ଫଳରେ ଫସଲ ବୃଦ୍ଧି ଓ ଅମଳ ଏହା ଦ୍ୱାରା ପ୍ରଭାବିତ ହୁଏ ନାହିଁ:

  1. ଅନୂକୁଳନ: ଫସଲ ଉପରେ ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବକୁ ହ୍ରାସ କରିବା ପାଇଁ ଫସଲ କିସମ ବା ପ୍ରଜାତିଗୁଡ଼ିକ ବାଛିବାର କୌଶଳଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ, ଯେଉଁଗୁଡ଼ିକ ଉଷ୍ମ ଏବଂ ଶୁଷ୍କ ଜଳବାୟୁରେ ବଢ଼ିପାରିବ l ଅନୂକୁଳନର କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିକଳ୍ପଗୁଡ଼ିକ ହେଉଛି: ଫସଲ ଲଗାଇବାର ସମୟରେ ପରିବର୍ତ୍ତନ, ଭିନ୍ନ ଭିନ୍ନ ପଦ୍ଧତିର ଚାରା ପଟାଳି ପ୍ରସ୍ତୁତି, ମରୁଡ଼ି ଆଶଙ୍କା ହ୍ରାସ କରିବା ପାଇଁ ଚେର ଜୋନରେ ଜଳ ସଂରକ୍ଷଣ, ମାଟିକୁ ଉଷୁମ ଓ ଶୀତଳ ରଖିବା ପାଇଁ ଫସଲ ଅବଶିଷ୍ଟାଂଶ ଖତର ଏକ ସ୍ତର ବଜାୟ ରଖିବା, ଏବଂ ଜମି ପଡ଼ିଆ ରହୁଥିବା ଋତୁରେ ଗୋଟିଏ କଭର ଫସଲ କରିବା l ଏହି ସ୍ଥାନ-କୈନ୍ଦ୍ରିକ ଅଭ୍ୟାସଗୁଡ଼ିକୁ “ଜଳବାୟୁ ସ୍ମାର୍ଟ କୃଷି” କିମ୍ବା “ଜଳବାୟୁ ସ୍ଥିତିସ୍ଥାପକ କୃଷି” କୁହାଯାଏ l

  1. ହ୍ରାସକରଣ: ଜୀବାସ୍ମ ଇନ୍ଧନ ଦହନ ଏବଂ ବୃକ୍ଷ ଛେଦନ ଭଳି ଉତ୍ସଗୁଡ଼ିକରୁ ସବୁଜ କୋଠରୀ ଗ୍ୟାସଗୁଡ଼ିକର ବିକିରଣ ହ୍ରାସକୁ ଏବଂ ମାଟିରେ, ଗଛ, ଆର୍ଦ୍ର ଭୂମି, ଖଣି ଭୂମି ଓ ସହରାଞ୍ଚଳ ଜମିରେ ସେକ୍ୱେସ୍ଟ୍ରେଶନ ଦ୍ୱାରା ଆନ୍ଥରପୋଜେନିକ ବିକିରଣଗୁଡ଼ିକୁ ଅଫସେଟିଂକୁ ଏହା ଦର୍ଶାଏ l କୃଷି ଏବଂ ଜଙ୍ଗଲକୁ ଜଳବାୟୁ ପରିବର୍ତ୍ତନର (ଏକ ସମସ୍ୟା ଅପେକ୍ଷା) ଏକ ସମାଧାନ ଭାବରେ କରିବା ପାଇଁ ଏହି କୌଶଳଟି ଅଟେ l

  2. କୃଷକମାନଙ୍କୁ ପ୍ରେରଣା ଦେଇ: କାର୍ବନ ସେକ୍ୱେସ୍ଟ୍ରେଶନ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ପର୍ଯ୍ୟାବରଣ ସେବାଗୁଡ଼ିକୁ ସକ୍ରିୟ ଭାବରେ ଅବଲମ୍ବନ କରୁଥିବା ଏବଂ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରୁଥିବା କୃଷକମାନଙ୍କୁ ଅର୍ଥରାଶି ମାଧ୍ୟମରେ ନିଶ୍ଚିତ ପୁରସ୍କୃତ କରିବା ଦରକାର l ଏଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ହେଉଛି ଆନ୍ଥରପୋଜେନିକ ବିକିରଣଗୁଡ଼ିକର ଅଫସେଟିଙ୍ଗ, ଜଳର ଗୁଣବତ୍ତା ଓ ପରିମାଣରେ ବିକାଶ, ଜୈବ ବିବିଧତା ବୃଦ୍ଧି ଇତ୍ୟାଦି l

 ୪. ଆଇଏଆରଆଇ ପ୍ରତିଷ୍ଠା ଦିବସ ବକ୍ତବ୍ୟରେ ଆପଣ ଡାଇଲ୍ୟୁସନ ଇଫେକ୍ଟ ବିଷୟରେ କହିଲେ ଯେ, ସାର, ଇନ୍ପୁଟ ଇତ୍ୟାଦିର ପ୍ରୟୋଗରେ ଅଧିକ ଅମଳ ହେଉଛି ଏବଂ ପୋଷକର ଗୁଣମାନ ହ୍ରାସ ହେଉଛି l କୃଷକର ଆୟକୁ ଦ୍ଵିଗୁଣ ବୃଦ୍ଧି କରିବା ପାଇଁ ବର୍ତ୍ତମାନର କୃଷି ଅଧିକ ଅମଳ-କୈନ୍ଦ୍ରିକ ଅଟେ l ଏହି ପରିସ୍ଥିତିରେ ଆମେ କିପରି ନିଶ୍ଚିତ କରିପାରିବା ଯେ, ମନୁଷ୍ୟର ସ୍ୱାସ୍ଥ୍ୟ ନିମନ୍ତେ ମୃତ୍ତିକାର ସୁକ୍ଷ୍ମ-ପୋଷକଗୁଡ଼ିକ ସ୍ଥିର ଭାବରେ ରହିବେ ?

ଉତ୍ତର: ୧୯୬୦ ଏବଂ ୨୦୨୦ ମସିହା ମଧ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରିବା କ୍ଷେତ୍ରରେ ଭାରତ ପ୍ରଶଂସନୀୟ ଉନ୍ନତି କରିଛି l ଏହା ଏକ ପ୍ରମୁଖ ଖାଦ୍ୟ ରପ୍ତାନୀ ରାଷ୍ଟ୍ର ହୋଇପାରିଛି l ତଥାପି ଅପପୃଷ୍ଟି ଏବଂ ପୋଷଣହୀନତା ଭଳି ସମସ୍ୟାଗୁଡ଼ିକ ରହିଛି l ଜନସଂଖ୍ୟାର ଏକ ମୁଖ୍ୟ ଭାଗ ଉପରେ ଅପପୃଷ୍ଟିର ପ୍ରଭାବ ପଡୁଛି, ବିଶେଷ କରି ଛୋଟ ପିଲା ଏବଂ ସ୍ତନ୍ୟପାନ କରୁଥିବା ମା'ମାନଙ୍କ ଉପରେ ଏବଂ ବାୟୁମଣ୍ଡଳୀୟ CO2 ଅଂଶ ବୃଦ୍ଧି ଯୋଗୁଁ ଏହି ସମସ୍ୟା ଅଧିକ ହେଉଛି, ଯାହାର ପୋଷଣ ଉପରେ ଡାଇଲ୍ୟୁସନ ପ୍ରଭାବ ରହିଛି l ସାର ପ୍ରୟୋଗ ଯୋଗୁଁ ମଧ୍ୟ ପୋଷଣର ସାନ୍ଦ୍ରତାରେ ହ୍ରାସ ଘଟିପାରିବ, ହୁଏ ତ ଏହା ମୋଟ ଅମଳ ବୃଦ୍ଧି କରିପାରେ କିନ୍ତୁ ପୋଷଣଗତ ମାନକୁ ହ୍ରାସ କରିପାରେ l

ସେଇଥିପାଇଁ ବିକଶିତ କୃଷ୍ଟି ନିଶ୍ଚିତ ଭାବରେ ପୋଷଣ-ସମ୍ବେଦନଶୀଳ ହେବା ଦରକାର l ମାଟିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖାଦ୍ୟର ପୋଷଣଗତ ମାନ ନିର୍ଭର କରେ l ତେଣୁ, “ଏକ ସ୍ୱାସ୍ଥ୍ୟ“ ବିଚାର ଧାରାକୁ ନିଶ୍ଚିତ ଭାବରେ ପ୍ରୋତ୍ସାହନ ପ୍ରଦାନ କରାଯିବା ଦରକାର:“ମାଟି, ଉଦ୍ଭିଦ, ଜୀବ, ମଣିଷ, ପରିବେଶ ଏବଂ ଗ୍ରହର ସ୍ୱାସ୍ଥ୍ୟ ଏକ ଅଟେ ଏବଂ ଅବିଛେଦ୍ୟ ଅଟେ l” ଅନ୍ୟ କଥାରେ, ମାଟି ସ୍ୱାସ୍ଥ୍ୟର ହ୍ରାସକରଣର ଏକ ପ୍ରମୁଖ ପ୍ରଭାବ ରହିଛି ଏବଂ ପ୍ରତ୍ୟେକ ଜିନିଷର ସ୍ୱାସ୍ଥ୍ୟ ମଧ୍ୟ ହ୍ରାସ ହୁଏ l

ଅପପୃଷ୍ଟିର ପ୍ରସାରକୁ ହ୍ରାସ କରିବା ପାଇଁ ପୋଷଣଯୁକ୍ତ ଖାଦ୍ୟ ଉତ୍ପାଦନ କରିବାର ଆବଶ୍ୟକତା ରହିଛି l ସେଥିପାଇଁ ପୋଷଣ-ସମ୍ବେଦନଶୀଳ ଖାଦ୍ୟର ଅଧିକ ପ୍ରାଥମିକତା ରହିଛି l ଖାଦ୍ୟ ନିଶ୍ଚିତ ଭାବରେ ୧୭ଟି ସୁକ୍ଷ୍ମପୋଷକ, ୫ଟି ମାକ୍ରୋନ୍ୟୁଟ୍ରିଏଣ୍ଟ, ପ୍ରୋଟିନ, ଏହା ସହିତ ସମସ୍ତ ଜରୁରୀ ଆମିନୋ ଏସିଡ୍ସ ଓ ଭିଟାମିନଗୁଡ଼ିକରେ ସମୃଦ୍ଧ ହେବା ଦରକାର l

ଆୟୁର୍ବେଦ କୁହେ “ଆହାର ଭୁଲ ହେବା ବେଳେ ଔଷଧର କୌଣସି ବ୍ୟବହାର ନାହିଁ; ଆହାର ଠିକ ହେବା ବେଳେ ଔଷଧର କୌଣସି ଦରକାର ନାହିଁ” l ''ସଠିକ ଆହାର'' ବୃଦ୍ଧି କରିବା ଏବଂ ଯୋଗାଇଦେବା ଉପରେ କୃଷି ଦୃଷ୍ଟି ନିବଦ୍ଧ କରିବା ଦରକାର l କୃଷି ଏବଂ ଆହାର ଏକ ସାଙ୍ଗରେ ଚାଲିଥାଆନ୍ତି l

୫. କେଉଁଗୁଡ଼ିକ ସବୁ ଅଭିନବ ଏବଂ ସ୍ୱଳ୍ପ ବ୍ୟୟଯୁକ୍ତ ମୃତ୍ତିକା-ରକ୍ଷାକାରୀ କୌଶଳ ଅଟେ ଯାହାକୁ ଭାରତୀୟ କୃଷକମାନେ ପୁନଃ ମାଟି ସୃଷ୍ଟି ନିମନ୍ତେ କରିବା ଦରକାର ?

ଉତ୍ତର: ମୃତ୍ତିକା ସ୍ୱାସ୍ଥ୍ୟର ପୁନରୁଦ୍ଧାର ଉପରେ ନିଶ୍ଚିତ ଭାବରେ ଅଗ୍ରାଧିକାର ପ୍ରଦାନ କରାଯିବ l ମୃତ୍ତିକା ସ୍ୱାସ୍ଥ୍ୟର ଏକ ଅନ୍ୟତମ ପ୍ରମୁଖ ନିର୍ଣ୍ଣାୟକ ହେଉଛି ଏଥିରେ ରହିଥିବା ଜୈବିକ ସାମଗ୍ରୀ କଣ୍ଟେଣ୍ଟ (SOM), ଯାହା ଜମି ଅପବ୍ୟବହାର, ମାଟିର କୁପରିଚାଳନା, ଏବଂ ଦୀର୍ଘକାଳୀନ ନିଷ୍କର୍ଷଣ କୃଷି ଅଭ୍ୟାସଗୁଡ଼ିକ, ଯେମିତିକି ଫସଲ ଅବଶିଷ୍ଟାଂଶ ବାହାର କରିବା କିମ୍ବା ଜମିରେ ଜଳାଇଦେବା, ଅନିୟନ୍ତ୍ରିତ ଏବଂ ପ୍ରଚୁର ଗୋଚାରଣ, ଗୋବର ଜମିରେ ଲଗାଇବା ପରିବର୍ତେ ଅନ୍ୟତ୍ର ବ୍ୟବହାର, ଏହିସବୁ କାରଣଗୁଡ଼ିକ ଯୋଗୁଁ ଅତ୍ୟନ୍ତ ଭାବରେ ହ୍ରାସ ହେଉଛି,

ତେଣୁ, ଅଳ୍ପ ଖର୍ଚ୍ଚରେ ହେଉଥିବା ଟେକନୋଲଜିଗୁଡ଼ିକ ହେଉଛି: ସଂରକ୍ଷଣ କୃଷି (ବିନା-ଚାଷ କୃଷି, ଜମିର ଉପରି ଭାଗରେ ଫସଲର ଅବଶିଷ୍ଟାଂଶ ରଖି, ଚକ୍ରୀୟ ଧାରାରେ ଚାରା କିମ୍ବା କଭର ଫସଲ ଲଗାଇ, ବୁନ୍ଦା ଫର୍ଟିଗେସନ ବ୍ୟବହାର କରି ଏବଂ ପ୍ଲାବନ ଜଳସେଚନ ଦୂରକରି, କୃଷିଭିତିକ ଜଙ୍ଗଲ, କମ୍ପୋଷ୍ଟ ଇତ୍ୟାଦି କରି) l ଏହି ବିକଳ୍ପଗୁଡ଼ିକୁ ମଧ୍ୟ ''ପୁନରୁତ୍ଥାନ କୃଷି'' କୁହାଯାଏ l

ଏହି ଅଭ୍ୟାସଗୁଡ଼ିକୁ ଅବଲମ୍ବନ କରୁଥିବା କୃଷକମାନଙ୍କୁ ପୁରସ୍କାର ପ୍ରଦାନ କରିବା ଏକ ଭଲ କୌଶଳ ଅଟେ l

୬.ଆପଣଙ୍କ ବକ୍ତବ୍ୟରେ ଆପଣ କହିଲେ ଯେ, "ସଏଲ ଅର୍ଗାନିକ ମ୍ୟାଟର କଣ୍ଟେଣ୍ଟ ହେଉଛି ମୃତ୍ତିକା ସ୍ୱାସ୍ଥ୍ୟର ହୃଦୟ" l କେବଳ ଜୈବିକ କୃଷି ମାଧ୍ୟମରେ ବୃଦ୍ଧି ପାଉଥିବା ବିଶ୍ୱ ଜନସମାଜକୁ ଖାଦ୍ୟ ଯୋଗାଇବା ସମ୍ଭବ କି ?

ଉତ୍ତର: ଜୈବିକ କୃଷି ହେଉଛି ପୁନଃସୃଷ୍ଟି କୃଷିର ଏକ ଅନ୍ୟତମ ବିକଳ୍ପ ଅଟେ l ଭାରତୀୟ ମୃତ୍ତିକାର ଅଧୋପତ୍ତନ ଘଟୁଛି ଏବଂ ଅତ୍ୟାବଶକୀୟ ପୋଷକତତ୍ତ୍ୱର ହ୍ରାସ ଘଟିଛି l ତେଣୁକରି ଅଧୋପତ୍ତନ ଘଟିଥିବା ମୃତ୍ତିକାରେ ଜୈବିକ କୃଷିର ଅବଲମ୍ବନ ଦ୍ୱାରା ମୋଟ ଉତ୍ପାଦନରେ ହ୍ରାସ ଘଟିପାରେ l ସମନ୍ବିତ ମୃତ୍ତିକା ଉର୍ବରତା ପରିଚାଳନାର ବିକଳ୍ପ ଅବଲମ୍ବନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ l ପରବର୍ତ୍ତୀ ପଦ୍ଧତିଟି ରାସାୟନିକ (ସାର, କୀଟନାଶକ, ଅନାବନା ଗଛନାଶକଗୁଡିକ) ବିଚାର, ବିବେଚନା, ଅସମ ପ୍ରୟୋଗ ସହିତ ଜଡ଼ିତ ଅଟେ l ଏଗୁଡ଼ିକୁ ଉପଯୁକ୍ତ ମାତ୍ରା, ଉପଯୁକ୍ତ ପ୍ରସ୍ତୁତି, ଉପଯୁକ୍ତ ସମୟ ଏବଂ ଉପଯୁକ୍ତ ପ୍ରୟୋଗର (4Rs) ଅନୁପୂରକ ଭାବରେ ପ୍ରୟୋଗ କରିବାକୁ ହେବ l ଏହା ମନେରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, “ ପ୍ରତିକାର ଓ ବିଷ ମଧ୍ୟରେ ପାର୍ଥକ୍ୟଟି ହେଉଛି ମାତ୍ରା”.

ଜୈବିକ କୃଷିର ଏକ ସ୍ଥାନ ରହିଛି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ l କିନ୍ତୁ ଭାରତର ଜନସଂଖ୍ୟା ୧.୪ ବିଲିୟନ ଏବଂ ଆହୁରି ବଢୁଛି l ସୁସ୍ଥ, ନିରାପଦ, ପୋଷଣଯୁକ୍ତ ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ପାଇବା ହେଉଛି ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାର l ମୃତ୍ତିକା ପରିଚାଳନାର କୌଣସି ନିର୍ଦ୍ଧିଷ୍ଟ କୌଶଳ ଅପେକ୍ଷା ଏହି ମୌଳିକ ଅଧିକାର ପ୍ରତି ସମ୍ମାନର ପ୍ରାଥମିକତା ରହିଛି l

୭. ଭର୍ଟିକାଲ କୃଷି ସମ୍ପର୍କରେ ଆପଣ କଣ କହିବେ ? ଏମିତି ଏହା ଏକ ଖିଆଲ ନା ଏହା କୌଣସି ପ୍ରକାରର ଦୀର୍ଘସ୍ଥାୟୀ ଅଭ୍ୟାସ ?

ଉତ୍ତର: ଭର୍ଟିକାଲ କୃଷି ହେଉଛି ଏକ ଆଧୁନିକ ସହରାଞ୍ଚଳ କୃଷି ଯେଉଁଠି ନିୟନ୍ତ୍ରିତ ଅବସ୍ଥାଗୁଡ଼ିକରେ ସତେଜ ଉତ୍ପାଦନ ପାଇବା ପାଇଁ ସୁଉଚ୍ଚ ଅଟ୍ଟାଳିକାଗୁଡ଼ିକୁ (କାଚ ନିର୍ମିତ ଏବଂ ଆଲୋକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା) ଉପଯୋଗ କରାଯାଏ l ଖାଦ୍ୟ ସହିତ ଆସିଥିବା ରିସାଇକ୍ଲିଂଗ (ଗ୍ରେ ଏବଂ ବ୍ଲାକ ଜଳର ରିସାଇକ୍ଲିଂଗ) ପୋଷକତତ୍ତ୍ୱ ଉପରେ ଭିତିକରି ମୃତ୍ତିକାହୀନ କଲଚର ସହିତ ମଧ୍ୟ ଏହା ଜଡ଼ିତ ହୋଇପାରେ (ଯଥା., ଏରୋପୋନିକ୍ସ, ଆକ୍ଵାକଲଚର, ହାଇଡ୍ରୋପୋନିକ୍ସ, ସାଣ୍ଡ କଲଚର) l ସ୍ଥାନୀୟ ଖାଦ୍ୟ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଡ଼ ବଡ଼ ସହରରେ (ନ୍ୟୁ ଦିଲ୍ଲୀ, ମୁମ୍ବାଇ, କାଲକାଟା, ବେଙ୍ଗାଲୁରୁ, ଚେନ୍ନାଇ ଇତ୍ୟାଦି) ନିଶ୍ଚିତ ଭାବରେ ଏହାକୁ ପ୍ରୋତ୍ସାହିତ କରିବା ଦରକାର l କାରଣ ନିୟନ୍ତ୍ରିତ ଅବସ୍ଥାରେ କରାଯାଉଥିବା ଖାଦ୍ୟ କୀଟନାଶକ ଓ ଅନାବନା ଗଛନାଶକ ଦରକାର କରେ ନାହିଁ l ଅବଶ୍ୟ ଉଦ୍ଭିଦ ପୋଷକଗୁଡିକୁ ନିଶ୍ଚିତ ଯୋଗାଇଦିଆଯିବ l

ଭର୍ଟିକାଲ କୃଷି ହେଉଛି ଭବିଷ୍ୟତର କୃଷି, ବିଶ୍ୱ ତଥା ଭାରତର ବଡ଼ ବଡ଼ ସହରମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ l ଏହା ଏକ ବାସ୍ତବତା ଅଟେ ଏବଂ ଏକ ଖିଆଲ ନୁହେଁ l

୮. ମୃତ୍ତିକାର ପୋଷକତତ୍ତ୍ୱ କ୍ରମାଗତ ଭାବରେ ହ୍ରାସ ଘଟୁଥିବାର ପରିସ୍ଥିତିରେ ହାଇଡ୍ରୋପୋନିକ୍ସ ଏକ ଉତ୍ତମ ବିକଳ୍ପ ହୋଇପାରିବ କି ?

ଉତ୍ତର: ହାଇଡ୍ରୋପୋନିକ୍ସ ହେଉଛି ଏକ ମାଟି ବିହୀନ ଚାଷ l ଏରୋପୋନିକ୍ସ ଆକ୍ଵାକଲଚର ସହିତ ମିଳିତ ହୋଇ ଏହି ମାଟି ବିହୀନ ଚାଷ ବିଶେଷକରି ସହରାଞ୍ଚଳ ସେଟିଂସରେ ଖାଦ୍ୟ ଉତ୍ପାଦନ ନିମନ୍ତେ ଏକ ବୃଦ୍ଧିଜନକ ଭୂମିକା ନିର୍ବାହ କରିବ l ମାଟି ହେଉଛି ଏକ ସୀମିତ ତଥା ମୂଲ୍ୟବାନ ସମ୍ବଳ ଅଟେ l ଖାଦ୍ୟ ଓ କୃଷି ବାଦ ଏହାର ଅନେକ ଉପଯୋଗ ରହିଛି l  ଉଦାହରଣ ସ୍ୱରୂପ, ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ଆଣ୍ଟିବାୟୋଟିକଗୁଡିକର ୯୫%ର ଉତ୍ସ ହେଉଛି ମାଟିରେ ରହିଥିବା ମାଇକ୍ରୋବ୍ସ l ସେଇଥିପାଇଁ ଅନ୍ୟ ଉପଯୋଗଗୁଡ଼ିକ ପାଇଁ ମୂଲ୍ୟବାନ, ସୀମିତ ତଥା ମୃତ୍ତିକା ସମ୍ବଳର ସୁରକ୍ଷା ସଂକଟଜନକ ଅଟେ l ''ଆମର ମାଟିକୁ ରକ୍ଷା'' କରିବାକୁ ହାଇଡ୍ରୋପୋନିକ୍ସ ଏବଂ ଅନ୍ୟାନ୍ୟ ମାଟିବିହୀନ ଖାଦ୍ୟ ଉତ୍ପାଦନର ଅଭିନବ ବ୍ୟବସ୍ଥାଗୁଡ଼ିକୁ ଉପଯୋଗ କରାଯିବା ଆବଶ୍ୟକ l

୯.ଭାରତୀୟ କୃଷି ଠାରୁ ଆମେରିକୀୟ କୃଷି କିପରି ଭିନ୍ନ ଅଟେ ?

ଅଲଗା ଅଲଗା ମୃତ୍ତିକା, ଜଳବାୟୁ, ଏବଂ ସାମାଜିକ-ଅର୍ଥନୈତିକ କାରକଗୁଡ଼ିକ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଫସଲ ହୋଇଥାଏ l 

ଏକ ମୁଖ୍ୟ ଭିନ୍ନତା ହେଉଛି କୃଷି କ୍ଷେତ୍ର ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ବସବାସ କରୁଥିବା ଜନସଂଖ୍ୟାର ପ୍ରତିଶତ l  ବର୍ତ୍ତମାନ ୟୁଏସ ଜନସଂଖ୍ୟାର ମାତ୍ର ୧% ଲୋକ କୃଷି କ୍ଷେତ୍ରରେ ରହୁଛନ୍ତି/କାମ କରୁଛନ୍ତି ଏବଂ କେବଳ ୨୦% ଲୋକ ଗ୍ରାମାଞ୍ଚଳଗୁଡ଼ିକରେ ରହୁଛନ୍ତି l ୟୁ.ଏସ. ରେ ନିଯୁକ୍ତି ଲାଭ କରିଥିବା ଜନସଂଖ୍ୟାର ମାତ୍ର ୧.୩% ଲୋକ ହେଉଛନ୍ତି କୃଷକ ଏବଂ କ୍ଷେତ କାମ କରୁଥିବା ଲୋକ, ସମୁଦାୟ ପାଖାପାଖି ୨.୬ ମିଲିୟନ ଲୋକ l

ୟୁ.ଏସ. କୃଷିରେ ଅଳ୍ପ ଜନସଂଖ୍ୟା ନିଯୁକ୍ତି ପାଇ ମଧ୍ୟ ୟୁ.ଏସ. କୃଷିର ନିମ୍ନଲିଖିତ ସ୍ୱତନ୍ତ୍ର ବିଶେଷତାଗୁଡ଼ିକ ରହିଛି:

  1. ୟୁ.ଏସ. ଅର୍ଥନୀତିକୁ କୃଷିର ଅବଦାନ $୧୩୩ ବିଲିୟନରୁ ଅଧିକ

  2. ୟୁ.ଏସ. ଅର୍ଥନୀତିକୁ ମୋଟ ଉପରେ କୃଷି ଶିଳ୍ପର ଅବଦାନ $୧.୦୫୩ ଟ୍ରିଲିୟନ (ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟ ଯୁକ୍ତ ଇତ୍ୟାଦି) l

  3. କୃଷି କ୍ଷେତ୍ରରେ ଦ୍ରୁତ ଅଭିନବତା ଚାଲୁରହିଛି: ମେକାନାଇଜେସନ, ରୋବଟିକ୍ସ, ଡ୍ରୋନ୍ସ ଏବଂ ଅନ୍ୟାନ୍ୟ ରିମୋଟ ସେନସିଙ୍ଗ ଡିଭାଇସଗୁଡ଼ିକ ଶ୍ରମର ସ୍ଥାନ ଗ୍ରହଣ କରୁଛନ୍ତି l

  4. ୟୁ.ଏସ.ର ମୋଟ ସଂଖ୍ୟକ ଫାର୍ମ ହେଉଛି କେବଳ ୨ ମିଲିୟନ ଏବଂ ଏଥିରେ ହ୍ରାସ ଘଟୁଛି l

  5. ହାରାହାରି ଫାର୍ମ ସାଇଜ ହେଉଛି ୪୪୪ ଏକର, ମୋଟ ଫାର୍ମଲାଣ୍ଡ ଏରିଆ ହେଉଛି ୮୯୭ ମିଲିୟନ ଏକର l

  6. ସ୍ଥାନୀୟ ଖାଦ୍ୟ ବଜାର ବୃଦ୍ଧି ଘଟୁଛି ( $୨୦ ବିଲିୟନ) ଏବଂ ବିଶେଷକରି କୋଭିଡି ୧୯ ମହାମାରୀ ଯୋଗୁଁ l

  7. ଫସଲର ହାରାହାରି ଅମଳ ମକା ପାଇଁ ୧୧.୩ t/ha ଥିଲା, ଚାଉଳ ପାଇଁ ୮.୪ t/ha, ସୋୟାବିନ ପାଇଁ ୩.୨t/ha, ଗହମ ପାଇଁ ୩.୫ t/ha ଏବଂ ଚାରା ପାଇଁ ୪.୯ t/ha ଥିଲା l

Soil Health Farming and Soil Health Soil Health and science

Share your comments