ବାତ୍ୟା ମୁକାବିଲା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜୀ ଉପରେ ଗୁରୁତ୍ବ: ଡ. ମୃତ୍ୟୁଞ୍ଜୟ ମହାପାତ୍ର

Tuesday, 24 May 2022 12:26 PM
IMD's more focus on advanced technology to monitor cyclones

IMD's more focus on advanced technology to monitor cyclones

ପ୍ରଶ୍ନ: ନିକଟରେ ଓଡିଶା ମୁହାଁ ହୋଇଥିଲା ବାତ୍ୟା ଅସାନୀ । କଣ ରଣନୀତି ଥିଲା ଆଉ ଏଥିପାଇଁ କିଭଳି ପ୍ରସ୍ତୁତି କରିଥିଲେ ଆଉ ବାତ୍ୟାରେ କଣ ପ୍ରଭାବ ରହିଥିଲା ?

ଉତ୍ତର: ବାତ୍ୟା ଅସାନୀ ଆନ୍ଧ୍ର ଉପକୂଳ ମୁହାଁଉଥିଲା । ଏହା ଓଡିଶାର ଉପକୂଳ ଛୁଇଁବ ନାହିଁ ବୋଲି ପୂର୍ବାନୁମାନ କରାଯାଇଥିଲା । ଶେଷରେ ତାହା ହିଁ ହେଲା । ଆଉ ବାତ୍ୟା ଅସାନୀ ପ୍ରଭାବରେ ଓଡିଶାରେ ବର୍ଷା ହେବା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ଯେଉଁ ସମୁଦ୍ର ରହିଛି ଆନ୍ଧ୍ର ଉପକୂଳ ପାଖରେ ତାହା ଅଶାନ୍ତ ରହିଥିଲା । ମତ୍ସ୍ୟଜୀବୀଙ୍କୁ ଏନେଇ ଆଗୁଆ ସତର୍କ କରାଯିବା ସହ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଥିଲା ।

ଯେହେତୁ ବହୁତ ଦିନ ଆଗରୁ ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗ ସୂଚନା ପାଇଥିଲା, ତାହା ସାଧାରଣ ଲୋକ ତଥା ବିଶେଷ କରି ମତ୍ସ୍ୟଜୀବୀଙ୍କ ପାଇଁ ସହାୟକ ହୋଇଥିଲା ।

ପ୍ରଶ୍ନ: ଆପଣ ନିଜ କ୍ୟାରିଅରେ ବାତ୍ୟା ମୁକାବିଲାକୁ ନେଇ ଅନେକ ଅନୁଭବ ରହିଛି । ଆଗାମୀ ଦିନରେ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ପାଣିପାଗ ବିଭାଗର କଣ ନୂଆ କୌଣଳ ରହିଛି କିମ୍ବା କେଉଁ ଟେକ୍ନୋଲୋଜୀ ଆପଣାଇବାକୁ ପ୍ରସ୍ତୁତ ହେଉଛନ୍ତି ?

ବାତ୍ୟା ଭଳି ଯେଉଁ ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ମିଳୁଛି, ତାହାର ସଠିକ ସୂଚନା ଆମେ ଦେଇପାରିବା, ତାହେଲେ ବାତ୍ୟା ଯୋଗୁଁ ହେଉଥିବା ଧନଜୀବନ କ୍ଷୟକ୍ଷତିକୁ ରୋକାଯାଇପାରିବ । ଅତ୍ୟାଧୁନିକ ଟୁଲ୍ସ ଆଉ ଟେକ୍ନୋଲୋଜୀକୁ କେମିତି ବ୍ୟବହାର କରିପାରିବା, ଏନେଇ ଭାରତୀୟ ପାଣିପାଗ ସବୁବେଳେ ଚେଷ୍ଟା କରିଥାଏ ।

ଯେତେ ସମ୍ଭବ ସରକାର ଓ ସାଧାରଣ ଲୋକଙ୍କୁ ଜଣାଇବା । ବର୍ତ୍ତମାନ ବାତ୍ୟା ପାଇଁ ଅନେକ ଦିନ ଆଗରୁ ସତର୍କ ସୂଚନା ଜାରି କରାଯାଉଛି ।ବାତ୍ୟାର ଜେନେସିସ ବା ସୃଷ୍ଟି ବିଷୟରେ 7ରୁ 15 ଦିନ ପୂର୍ବରୁ ଜଣାଇ ଦିଆଯାଉଛି । ଏହାର ଗତିପଥ କିଭଳି ରହିବ, ଏହାର ପୂର୍ବନୁମାନ କରାଯାଉଛି । ଏହାସହିତ ସମୁଦ୍ର ଜୁଆର, ସମୁଦ୍ର ସ୍ଥିତି ଏବଂ ବର୍ଷାର ପରିମାଣ ଏହାର ମଧ୍ୟ ପୂର୍ବାନୁମାନ କରାଯାଉଛି ।

ଏହି ବର୍ଷ ଏକ ନୂଆ ପଦକ୍ଷେପ ନିଆଯାଉଛି । ଜେନେସିସ ବା ଅବପାତ ସୃଷ୍ଟି ହେବା ପୂର୍ବରୁ ଏହାର ଗତିପଥ କିଭଳି ରହିବ, ଏହା ଉପରେ ଅନୁଧ୍ୟାନ କରାଯାଉଛି । ବାତ୍ୟା ଜନ୍ମ ହେବା ପୂର୍ବରୁ କରାଯାଉଥିବା ପୂର୍ବାନୁମାନକୁ ପ୍ରି ଜେନେସିସ ଫୋରକାଷ୍ଟ କୁହାଯାଏ ।

ପ୍ରିଜେନେସିସ ଫୋରକାଷ୍ଟ ଏଥିପାଇଁ ଆରମ୍ଭ କରାଯାଇଛି, କାରଣ ବଙ୍ଗୋପସାଗର ଓ ଆରବ ସାଗରରେ ଛୋଟ ଛୋଟ ସାମୁଦ୍ରିକ ଅଞ୍ଚଳ ରହିଛି । ମତ୍ସ୍ୟଜୀବୀମାନେ 15 ଦିନ ଆଗରୁ ସମୁଦ୍ର ମଧ୍ୟକୁ ପଳାଇଯାଉଛନ୍ତି । ଯଦି ପ୍ରଜେନେସିସ ଫୋରକାଷ୍ଟ କରାଯାଏ, ତେବେ ମତ୍ସ୍ୟଜୀବୀଙ୍କୁ ଅନେକ ଆଗରୁ ସୂଚନା ଦିଆଯାଇାରିବ ।

ବାତ୍ୟାକୁ ନେଇ ଯେଉଁ ଫୋରକାଷ୍ଟ ଜାରି ହେଉଛି, ତାହା GIS ପ୍ଲାଟଫର୍ମରେ । ଏହା ଦ୍ବାରା ଯିଏ କେହି ବି ନିଜ ସ୍ଥାନରେ ବାତ୍ୟାର ଗତିପଥକୁ ଗ୍ରାଫିକାଲ ମାଧ୍ୟମରେ ଦେଖଇପାରିବ । ଏହା ସହିତ ଲୋକଙ୍କ ନିକଟରେ ପହଁଞ୍ଚିବା ପାଇଁ ସ୍ପେସ ଟେକ୍ନୋଲୋଜୀର ସାହାଯ୍ୟ ନିଆଯାଉଛି ।

ସବୁଠୁ ବଡ କଥା ହେଉଛି ବାତ୍ୟା ହେତୁ ଯେଉଁ ପ୍ରଭାବ ପଡିବ କିମ୍ବା କ୍ଷୟକ୍ଷତିର ପୂର୍ବାନୁମାନ କରାଯାଉଛି । ଆଗରୁ ଏହାକୁ ଷ୍ଟାଟିକ ଇମ୍ପାକ୍ଟ ଫୋରକାଷ୍ଟରେ ଆକଳନ କରାଯାଉଥିଲା । ହେଲେ ଏବେ ଡାଇନାମିକ ଇମ୍ପାକ୍ଟ ଫୋରକାଷ୍ଟ ସିଷ୍ଟମରେ ପ୍ରକାଶ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ଓ ବିଭିନ୍ନ ରାଜ୍ୟ ସରକାର ମିଶି ଏହାକୁ ପ୍ରସ୍ତୁତ କରିଛନ୍ତି ।

ବନ୍ୟା ପାଇଁ ଆଶଙ୍କା ଥିବା କ୍ଷୟକ୍ଷତି ପାଇଁ ଗ୍ରାଫିକ୍ସ ତିଆରି କରାଯାଉଛି । ଏସବୁ ସହ ନିରୀକ୍ଷଣ ପାଇଁ ସାଟେଲାଇଟର ବ୍ୟବହାର କରାଯାଉଛି । 2ଟି ସାଟେଲାଇଟ ରହିଛି ସାଟେଲାଇଟ 3 ଓ ସାଟ 3D R । ଏହାସହିତ ବିଦେଶୀ ସାଟେଲାଇଟର ମଧ୍ୟ ବ୍ୟବହାର କରାଯାଉଛି । ଏସମସ୍ତ ପର୍ଯ୍ୟବେକ୍ଷଣକୁ ମଡେଲରେ ଏକାଠି କରାଯାଏ । ଦେଶରେ 33 ରାଡାର ରହିଛି । ମୋଟ 66 ରାଡାର ଲଗାଇବାର ଲକ୍ଷ ରହିଛି । ଏହାଫଳରେ ମାତ୍ର 10 ମିଟିଟରେ ରାଡାର ଯୋଗେଁ ନୀରିକ୍ଷଣ କରିହେବ ।

ପ୍ରଶ୍ନ: ବାତ୍ୟା ମୁକାବିଲା ପାଇଁ ଯେଉଁ କୋଷ୍ଟାଲ ଓ୍ବାଲର ଯୋଜନା ରହିଥିଲା, ତାହାର କେତେ ଅଗ୍ରଗତି ହୋଇଛି ?

ଉତ୍ତର: ମିଟିଗେସନ ମେଜର ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ଦାୟିତ୍ବ ସରକାରଙ୍କ କନଷ୍ଟ୍ରକ୍ସନ ବିଭାଗ ଅଧିନରେ ଆସୁଛି । ଏଥିରେ ଭାରତୀୟ ପାଣଇପାଗ ବିଭାଗର କୌଣସି ଭୂମିକା ନାହିଁ ।

ପ୍ରଶ୍ନ: ଆଗାକୁ ଖରିପ ଋତୁ ଆସୁଛି । ପାଣିପାଗକୁ କେନ୍ଦ୍ର କରି ଚାଷୀମାନଙ୍କୁ କଣ ପରାମର୍ଶ ଦେବେ ?

ଉତ୍ତର: ଆଗାମୀ ଖରିଫ ଋତୁରେ ସାରା ଭାରାତ ବର୍ଷରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାରେ ମଧ୍ୟ ଭଲ ବର୍ଷା ହେବ । ଏହା କୃଷି ପାଇଁ ଭଲ ସୂଚନା ।

cyclones cyclone cyclone in odisha weather updates imd predicts Dr. Mrutyunjay Mahapatra Meterology

Share your comments