MFOI 2024 Road Show
  1. କୃଷି ଖବର

ତାମିଲନାଡୁରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତାମିଲନାଡୁରେ ଏକ ସେନା ଚପର ଦୁର୍ଘଟଣାଗ୍ରସ୍ତ (military chopper crashed in Tamil Nadu) ହୋଇଛି ।

Sudesna Nayak
Sudesna Nayak
army helicopter get crashed in kunnur of tamil naddu

army helicopter get crashed in kunnur of tamil naddu

ତାମିଲନାଡୁରେ ଏକ ସେନା ଚପର ଦୁର୍ଘଟଣାଗ୍ରସ୍ତ (military chopper crashed in Tamil Nadu) ହୋଇଛି । ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏନେଇ ଟ୍ବିଟ କରିଛି ବାୟୁସେନା । ଯେଉଁଥିରେ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ, ତାଙ୍କ ପରିବାର ସଦସ୍ୟ ଏବଂ କିଛି କର୍ମଚାରୀ ବିମାନରେ ଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, କୁନୁରର ଘଞ୍ଚ ଜଙ୍ଗଲ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ପରେ ହେଲିକପ୍ଟରରୁ ନିଆଁ ଲାଗି ଯାଇଥିଲା । ହେଲିକପ୍ଟର ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ କରିବା ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବାୟୁସେନା ସୂତ୍ରରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଉଦ୍ୟମ କରାଯାଉଛି ।

ହେଲିକପ୍ଟରରେ ବିମାନ ଚଳାଚଳ ବିଭାଗର ମୁଖ୍ୟ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ, ପ୍ରତିରକ୍ଷା ସହାୟକକାରୀ, ସୁରକ୍ଷା କମାଣ୍ଡୋ ଏବଂ ବାୟୁସେନା ପାଇଲଟଙ୍କ ସମେତ ମୋଟ 14 ଜଣ ଲୋକ ଥିଲେ । ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ ନେଇ ଏକ IAF Mi-17V5 ହେଲିକପ୍ଟର ଆଜି ତାମିଲନାଡୁର କୁନୁର ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବୋଲି ଦୁର୍ଘଟଣା ପରେ ଭାରତୀୟ ବାୟୁସେନା ଏକ ବୟାନ ଜାରି କହିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁହାଯାଇଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଭଲ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲ ନିଆଯାଇଛି । ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା 5 ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ତିନି ଜଣ ଆହତଙ୍କୁ ହସ୍ପିଟାଲ ନିଆଯାଇଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments