News

ଦେଶର ୧୪ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟକଲା CBIC

କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ ହୋଇଛି । ଏହି ଅବସରରେ ଦେଶର ୧୪ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି ।

08 June, 2022 5:39 PM IST By: Shuvanshu Kar

ଆଜାଦୀ କା ଅମୃତ ମହୋତ୍ସବର ଆଇକନିକ ସପ୍ତାହ(Azadi Ka Amrit Iconic Week)ଉପଲକ୍ଷେ ଆସନ୍ତାକାଲି ସିବିଆଇସି(CBIC) ପକ୍ଷରୁ ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ ହୋଇଛି । ଏହି ଅବସରରେ ଦେଶର ୧୪ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି ।

କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ ହୋଇଛି । ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ ସମାରୋହ ଆରମ୍ଭ ହୋଇଛି । ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ବରୂପ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି । ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ ଦେଶର ୧୩ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି ।

କୃଷି ଷ୍ଟାର୍ଟଅପକୁ ମିଳୁଛି 25 ଲକ୍ଷ, ଏମିତି କରନ୍ତୁ ଆବେଦନ...

ମୌସୁମୀ ଆରମ୍ଭରୁ ଚାଷୀଙ୍କୁ କେନ୍ଦ୍ରର ବଡ ଉପହାର, ବଢିଲା MSP

ଗୌହାଟୀ, ଲକ୍ଷ୍ନୌ, ମୁମ୍ବାଇ, ମୁନ୍ଦ୍ରା/କାଣ୍ଡଲା, ପାଟନା ଏବଂ ସିଲିଗୁଡ଼ି ଠାରେ ଅନୁଷ୍ଠିତ ହୋଇଥିବା ନିଶାଦ୍ରବ୍ୟ ନଷ୍ଟ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିବା ସହିତ ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି ।

ଦେଶରେ ନିଶା ଦ୍ରବ୍ୟ ବୃଦ୍ଧି ଉପରେ ଲଗାମ ଲଗାଇବା ଓ ଏହାର ଚୋରାଚାଲାଣ ରୋକିବାକୁ ଏହି ପ୍ରୟାସ କରାଯାଇଛି । ଓଡିଶାରେ ମଧ୍ୟ ନିଶା ଦ୍ରବ୍ୟ ଗଞ୍ଜେଇର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଗଞ୍ଜେଇ ଚାଷକୁ ଅବକାରୀ ବିଭାଗ ନଷ୍ଟ କରୁଥିଲେସୁଦ୍ଧା ଏହାର ଚୋରାଚାଲାଣ ରୋକିବାରେ ସମର୍ଥ ହେଉନାହିଁ । ସେପଟେ ଗଞ୍ଜେଇ ମାଫିଆଙଅକ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି କଳାହାଣ୍ଡି । ଜିଲ୍ଲା ସୀମାନ୍ତରୁ ବିଭିନ୍ନ ସମୟରେ ବିପୁଳ ଗଞ୍ଜେଇ ଜବତ କରାଯାଉଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)