1. କୃଷି ଖବର

କୃଷି ଷ୍ଟାର୍ଟଅପକୁ ମିଳୁଛି 25 ଲକ୍ଷ, ଏମିତି କରନ୍ତୁ ଆବେଦନ...

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧିନରେ କୃଷି ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜୀ ଓ ରୋଜଗାରକୁ ପ୍ରୋତ୍ସାହନ ଦେବାର ଲକ୍ଷ ରହିଛି ।

Shuvanshu Kar
Shuvanshu Kar
Rs. 25 Lakhs for Seed Stage Funding of R-ABI Incubates

Rs. 25 Lakhs for Seed Stage Funding of R-ABI Incubates

ଚାଷୀଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ଅନେକ ଯୋଜନା ଲଞ୍ଚ କରିଆସୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରିବାକୁ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦିଆଯାଉଛି ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧିନରେ କୃଷି ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜୀ ଓ ରୋଜଗାରକୁ ପ୍ରୋତ୍ସାହନ ଦେବାର ଲକ୍ଷ ରହିଛି । ଏହି ଷ୍ଟାର୍ଟଅପ ବିଭିନ୍ନ ଶ୍ରେଣୀ, ଯେପରି କୃଷି ସଂସ୍କାର, ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ, ଡିଜିଟାଲ କୃଷି, କୃଷି ଯନ୍ତ୍ରୀକରଣ, ବେଷ୍ଟ ଟୁ ଓ୍ବେଲଥ, ଦୁଗ୍ଧ, ମତ୍ସ୍ୟ ପାଳନ ଭଳି କ୍ଷେତ୍ରରେ ସ୍ଥାପିତ କରାଯାଇପାରିବ ।

ଷ୍ଟାର୍ଟଅପ ପାଇଁ କେତେ ଟଙ୍କା ଦିଆଯାଏ ?

ଚାଷୀଙ୍କ ମଧ୍ୟରେ ଷ୍ଟାର୍ଟଅପକୁ ନେଇ ସଚେତନତା ବୃଦ୍ଧି ପାଇଁ agripreneurship orientation ଆଧାରରେ 2 ମାସ ପାଇଁ ପାଣ୍ଠି ପ୍ରଦାନ କରାଯାଏ । ପ୍ରତିମାସରେ 10,000 ଟଙ୍କା ଦିଆଯାଏ । ଆର୍ଥିକ, ଟେକ୍ନୋଲୋଜୀ, ଆଇପି ଆଦି ପାଇଁ ଏହି ଟଙ୍କା ମିଳିଥାଏ । ସେହିପରି ଆରଏବିଆଇ ଇନକ୍ୟୁବେଟ୍ସର(R-ABI Incubates) ବିହନ ପର୍ଯ୍ୟାୟ ପାଣ୍ଠିରେ 25 ଲକ୍ଷ ଟଙ୍କା ଦିଆଯାଏ ।

କେଉଁ ଆଧାରରେ ହୁଏ ହିତାଧିକାରୀଙ୍କ ଚୟନ ?

ସଂସ୍ଥା ପକ୍ଷରୁ ନିଜ କାର୍ଯ୍ୟକ୍ରମ ପାଇଁ ଆବେଦନ କରି ଓ ବିଭିନ୍ନ ପର୍ଯ୍ୟାୟ ମାଧ୍ୟମରେ ଚୟନର କଠିନ ପ୍ରକ୍ରିୟା ମାଧ୍ୟମରେ 2 ମାସର ପ୍ରଶିକ୍ଷଣ ଆଧାରରେ ଆର୍ଥିକ ଘୋଷଣା କରାଯିବାକୁଥିବା ଷ୍ଟାର୍ଟଅପର ଅନ୍ତିମ ସୂଚୀ ଜାରି କରାଯାଏ । ଟେକ୍ନୋଲୋଜୀ, ଆର୍ଥିକ, ସାମ୍ବିଧାନିକ ଅନୁପାଳନ ବିଷୟ ଆଦି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଏ । ଏହି ମାଇଲଷ୍ଟୋନ ଓ ସମୟସୀମା ନିରୀକ୍ଷଣ ମାଧ୍ୟମରେ ଷ୍ଟାର୍ଟଅପକୁ ମେଣ୍ଟରସିପ ପ୍ରଦାନ କରିବା କାର୍ଯ୍ୟକ୍ରମର ଅଂଶ ।

ସବୁ ଜିଲ୍ଲାରେ ଆୟୋଜିତ ହେବ ଋଣ ସମ୍ପର୍କ କାର୍ଯ୍ୟକ୍ରମ

ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେଉଁଠି କରିବେ ଆବେଦନ ?

ଏଥଇପାଇଁ ଆବଣ୍ଟିତ ଅର୍ଥ ହିତାଧିକାରୀଙ୍କୁ ଜାରି କରାଯିବ । ଏହି ଷ୍ଟାର୍ଟଅପକୁ ଭାରତରେ ଥିବା 29 କୃଷି ବ୍ୟବସାୟ ଇନକ୍ୟୁବେସନ କେନ୍ଦ୍ରରେ ଦୁଇ ମାସ ପାଇଁ ପ୍ରଶିକ୍ଷଣ ଦିଆଯିବ । ଏହି ଷ୍ଟାର୍ଟଅପ ଦ୍ବାରା ଯୁବକଙ୍କୁ ରୋଜଗାର ମିଳିବ । ଏହା ସହିତ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପେ ଚାଷୀଙ୍କ ପାଇଁ ସୁଯୋଗ ପ୍ରଦାନ କରି ଆୟ ବୃଦ୍ଧି ପାଇଁ ଚେଷ୍ଟା କରାଯିବ । ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇଁ https://rkvy.nic.in/ ସାଇଟକୁ ଯାଆନ୍ତୁ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments