1. କୃଷି ଖବର

ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ - ୨୦୨୨ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମ ଜୁନ୍‍ ୯ ଏବଂ ୧୦ ରେ ହେବ ।

Shuvanshu Kar
Shuvanshu Kar
PM to inaugurate Biotech Startup Expo - 2022 at Pragati Maidan on 9th June

PM to inaugurate Biotech Startup Expo - 2022 at Pragati Maidan on 9th June

ଜୁନ 9 ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ - ୨୦୨୨(Biotech Startup Expo - 2022)ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ 10ଟା 30ରେ ଏହି କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ତାଙ୍କର ସମ୍ବୋଧନ ପରେ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨(Biotech Startup Expo - 2022) ଦୁଇ ଦିନିଆ କାର୍ଯ୍ୟକ୍ରମ ଜୁନ୍‍ ୯ ଏବଂ ୧୦ ରେ ହେବ । ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆରଏସି) ଦ୍ୱାରା ଏହା ଆୟୋଜିତ ହେଉଛି । ବିଆଇଆରଏସି ସ୍ଥାପନର ଦଶ ବର୍ଷ ପୂର୍ତ୍ତି ଅବସରରେ ଏହା ଅନୁଷ୍ଠିତ ହେଉଛି । ଏକ୍ସପୋର ବିଷୟବସ୍ତୁ ହେଉଛି " ବାୟୋଟେକ ଷ୍ଟାର୍ଟଅପ୍ ଇନୋଭେସନ୍ସ: ଆତ୍ମ ନିର୍ଭର ଭାରତ ଅଭିମୁଖେ”।

ମାଟିର ସ୍ବାସ୍ଥ୍ୟ ସୁଧାରିବାକୁ ମୋଦିଙ୍କ 5 ମନ୍ତ୍ର

World Environment Day:ଆରମ୍ଭ ହେବ ‘ଲାଇଫ’

ଉଦ୍ୟୋଗୀ, ନିବେଶକ, ଶିଳ୍ପପତି, ବୈଜ୍ଞାନିକ, ଅନୁସନ୍ଧାନକାରୀ, ବାୟୋ-ଇନକ୍ୟୁବେଟର, ଉତ୍ପାଦକ, ନିୟାମକ, ସରକାରୀ ଅଧିକାରୀ ଇତ୍ୟାଦିଙ୍କୁ ସଂଯୋଗ କରିବା ପାଇଁ ଏହି ଏକ୍ସପୋ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ।

ଏକ୍ସପୋରେ ପ୍ରାୟ ୩୦୦ ଷ୍ଟଲ୍ ପ୍ରତିଷ୍ଠା ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଜୈବ ପ୍ରଯୁକ୍ତିବିଦ୍ୟା ଯେପରିକି ସ୍ୱାସ୍ଥ୍ୟସେବା, ଜେନୋମିକ୍ସ, ବାୟୋଫାର୍ମା, କୃଷି, ଶିଳ୍ପ ବାୟୋଟେକ୍ନୋଲୋଜି, ବର୍ଜ୍ୟବସ୍ତୁରୁ ସମ୍ପଦ, ସ୍ୱଚ୍ଛ ଶକ୍ତି ଆଦି ପ୍ରଦର୍ଶିତ ହେବ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments