News

Kj Chaupal ରେ ଯୋଗଦେଲେ ଶ୍ରୀଯୁକ୍ତ ଅଶୋକ ଅନନ୍ଥରମଣ

କୃଷି ଜାଗରଣର kj Chaupal ରେ ସାମିଲ ହେଲେ ଶ୍ରୀଯୁକ୍ତ ଅଶୋକ ଅନନ୍ଥରମଣ ( COO, Action construction Equipment ltd ) l

14 May, 2024 5:40 PM IST By: Tanushree Mahapatra

କୃଷି ଏବଂ କୃଷି ଜଗତକୁ ଯେତିକି ସହଯୋଗ ମିଳିବ ପ୍ରତ୍ୟକ୍ଷ ଭାବେ ଦେଶର ଉନ୍ନତି ହେବ l ଅନେକ କ୍ଷେତ୍ରକୁ ନଜରରେ ରଖି କୃଷି ଜାଗରଣ ଚାଷୀଙ୍କ ପାଇଁ ନିରନ୍ତର ସେବା ପ୍ରଦାନ କରୁଛି l ଦେଶର ମେରୁଦଣ୍ଡ କୃଷି ସହିତ ନିରନ୍ତର ଜଡ଼ିତ ଥିବା କୃଷି ଜାଗରଣ ଆଜିକୁ ୨୭ ବର୍ଷ ହେବ କାର୍ଯ୍ୟ କରୁଛି l

ଯାହା ଚାଷୀଙ୍କୁ ନୂଆ ନୂଆ କୃଷି ଜ୍ଞାନକୌଶଳ ସହ ପରିଚିତ କରାଇବା ପାଇଁ ଚେଷ୍ଟିତ l ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା ନିଜର ମୁଖ୍ୟ କାର୍ଯ୍ୟାଳୟରେ ଥିବା " କେଯେ ଚୌପାଲ୍ " ଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରିଥାଏ l ଯେଉଁଠି କୃଷି ଜଗତ ସହିତ ଜଡିତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥାନ୍ତି l ସେହିପରି ଭାବରେ ଆଜି ମଧ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଯେଉଁଠି ଚାଷ ସହିତ ଜଡିତ ACE କମ୍ପାନୀର Coo ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ l

ACE କମ୍ପାନୀର Coo ଶ୍ରୀଯୁକ୍ତ ଅଶୋକ ଅନନ୍ଥରମଣ ( COO, Action construction Equipment ltd ) l କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଏମ ସି ଡୋମିନିକ ସ୍ୱାଗତ ସମ୍ବର୍ଦ୍ଧନା ଦେଇ କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ ଓ କୃଷି ଜାଗରଣ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ଶ୍ରୀଯୁକ୍ତ ଅଶୋକଙ୍କୁ ସ୍ୱାଗତ କରିଥିଲେ l ଶ୍ରୀଯୁକ୍ତ ଅଶୋକ କୃଷି ଜାଗରଣକୁ ଧନ୍ୟବାଦ ପ୍ରଦାନ କରିଥିଲେ l MFOI ୨୦୨୪ ପୁରସ୍କାର ସଫଳତା ପାଇବା ନେଇ ଶୁଭ କାମନା ଜଣାଇଥିଲେ ଟିମ ଙ୍କୁ l କୃଷି ଜଗତରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ କିପରି ଏହା ସହାୟକ ହେବ ସେ ବିଷୟରେ ଆଲୋଚନା କରିଥିଲେ l ପରେ ନିଜ କମ୍ପାନୀ ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ କୃଷି ଜାଗରଣ ଟିମ ଙ୍କୁ l ସେ କହିଥିଲେ ଯେ କିପରି ତାଙ୍କ କମ୍ପାନୀ କୃଷି କ୍ଷେତ୍ର ପାଇଁ କାର୍ଯ୍ୟ କରୁଛି l ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କିପରି ନୂତନ ଜ୍ଞାନକୌଶଳ ବ୍ୟବହାର କରି ଚାଷ ଉପକରଣ ଉତ୍ପାଦ କରୁଛି ଯାହା ଚାଷୀଙ୍କୁ ଦେଉଛି କୃଷିକାର୍ଯ୍ୟରେ ଅନେକ ସହାୟତା l କେବଳ କୃଷି ନୁହେଁ ଅନ୍ୟାନ୍ୟ ନିର୍ମାଣ ଉପକରଣ ମଧ୍ୟ ପ୍ରସ୍ତୁତ କରୁଛି ଏହି କମ୍ପାନୀ l 

ତେବେ ACE ହେଉଛି ଭାରତର ଅଗ୍ରଣୀ ଉନ୍ନତ ଯାନ୍ତ୍ରିକ ନିର୍ମାଣ ଉପକରଣ ଉତ୍ପାଦନକାରୀ କମ୍ପାନୀ ଏବଂ ମୋବାଇଲ୍ କ୍ରେନ୍ ଆଣ୍ଡ ଟାୱାର କ୍ରେନ୍ ସେଗମେଣ୍ଟରେ ଆଜି ବଜାରରେ ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ଏକ କମ୍ପାନୀ l ମୋବାଇଲ୍ କ୍ରେନ୍ ବ୍ୟତୀତ, ACE ମୋବାଇଲ୍ / ଫିକ୍ସଡ୍ ଟାୱାର କ୍ରେନ୍, ଇଲେକ୍ଟ୍ରିକ୍ କ୍ରେନ୍, କ୍ରଲର୍ କ୍ରେନ୍, ଟ୍ରକ୍ ମାଉଣ୍ଟେଡ୍ କ୍ରେନ୍, ଲୋରୀ ଲୋଡର୍, ବ୍ୟାକହୋ ଲୋଡର୍, ଲୋଡର୍, ମୋଟର ଗ୍ରେଡର୍, ଭାଇବ୍ରେଟୋରୀ ରୋଲର୍ସ, ପିଲିଂ ରିଗ୍, ଫର୍କଲିଫ୍ଟ, କଂକ୍ରିଟ୍ ପ୍ଲେସିଂ ବୁମ୍ ଭଳି ଉପକରଣ ଉତ୍ପାଦନକାରୀ କମ୍ପାନୀ ଏହା l ଟ୍ରାକ୍ଟର, ଅମଳକାରୀ ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ର ମଧ୍ୟ ପ୍ରସ୍ତୁତ କରୁଛି l ୬୦ ରୁ ଅଧିକ ଯାନ୍ତ୍ରିକ ଉତ୍ପାଦ , ୧୦୦ ରୁ ଅଧିକ ସ୍ଥାନ ସହିତ ୨୦ ହଜାରରୁ ଅଧିକ ଗ୍ରାହକଙ୍କ ସହିତ ମଜବୁତ ସମ୍ପର୍କ ଗଢ଼ିଛି ଏହି କମ୍ପାନୀ l ଆଜିକୁ ୨୯ ବର୍ଷ ଧରି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ଏହି କମ୍ପାନୀ l ନିଜ କମ୍ପାନୀ ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିବା ପରେ ଶେଷରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ କୃଷି ଜାଗରଣ ଟିମ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଅଧିକ ପଢ଼ନ୍ତୁ

Pm Kusum Yojana: ଅନଲାଇନ୍ ରେ କିପରି କରିବେ ଆବେଦନ ?

Ginger Farming: ମଞ୍ଜି ବୁଣିବାର ସଠିକ୍ ଉପାୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)