News

Assam Flood: ଚାଷ ଜମିରେ ବ୍ୟାପକ କ୍ଷତି, 42 ଲକ୍ଷ ବାସହରା

ଆସାମରେ ବନ୍ୟା କାରଣରୁ 42 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ହଜାର ହଜାର ଲୋକ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇପଡିଛନ୍ତି । ଅନ୍ୟପକ୍ଷେ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

20 June, 2022 10:15 AM IST By: Shuvanshu Kar

ଆସାମରେ ବନ୍ୟା(Assam Flood)ର କରାଳ ରୂପ । ଚାରିଆଡେ ଜଳ ପ୍ରଳୟ । ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ଉଦଗ୍ର ରୂପ ନେଉଛି । 42 ଲକ୍ଷ ଲୋକ ବାସହରା ହୋଇପଡିଛନ୍ତି । ବନ୍ୟା କାରଣରୁ ଆସାମର ଚାଷ ଜମିକୁ ବ୍ୟାପକ କ୍ଷତି ପହଞ୍ଚିଛି । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।

ଆସାମରେ ବନ୍ୟା(Assam Flood) କାରଣରୁ 42 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ହଜାର ହଜାର ଲୋକ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇପଡିଛନ୍ତି । ଅନ୍ୟପକ୍ଷେ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତର ରୋଗୀ, ଶିଶୁ ସମେତ ଅନେକ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।

ସେନାର ଯବାନମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟ ସହିତ, ସେନା ଯବାନ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରିଲିଫ କ୍ୟାମ୍ପରେ ଆବଶ୍ୟକୀୟ ଜିନିଷର ଠିକ ସମୟରେ ଯୋଗାଣ ସୁନିଶ୍ଚିତ କରୁଛନ୍ତି ।

ଆସାମରେ ବନ୍ୟା(Assam Flood) କାରଣରୁ ମୃତ୍ୟୁ ସଂଖ୍ୟା 71 ଛୁଇଁ ସାରିଛି । 40 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅନେକ ଏଯାଏଁ ନିଖୋଜ ରହିଛନ୍ତି । ଅନେକ ସ୍ଥାନରେ ଭୁସ୍ଖଳନ ହୋଇଥିବା ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 33ଟି ଜିଲ୍ଲା ବନ୍ୟାରେ ପ୍ରବାବିତ ହୋଇଛନ୍ତି ।

ଆସାମରେ ବନ୍ୟା ବନ୍ୟା ବିତ୍ପାତ, ପାଣିରେ ଘେରରେ 40 ହଜାର ହେକ୍ଟର ଚାଷ ଜମି

ବନ୍ୟା ପ୍ରଭାବିତ ଅଞ୍ଚଳରେ ଗାଈଗୋରୁଙ୍କ ଯତ୍ନ ବିଷୟରେ ଆସନ୍ତୁ ଜାଣିବା

ରବିବାର ଆସାମରେ ବନ୍ୟା ସ୍ଥିତିକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଫୋନରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆହୁରି କିଛି ଦିନ ଏହିଭଳି ବର୍ଷା ହେବାର ଆଶଙ୍କା ରହିଛି । ତଳି ଅଞ୍ଚଳଗୁଡିକର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ବନ୍ୟାର ଜଳସ୍ତର ପ୍ରତି ଘଣ୍ଟାରେ ବଢିଚାଲିଛି । ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ ଟିମ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)