News

ଆସାମରେ ବନ୍ୟା ବିତ୍ପାତ, ପାଣି ଘେରରେ 40 ହଜାର ହେକ୍ଟର ଚାଷ ଜମି

ଆସାମର 28 ଜିଲ୍ଲାର 19 ଲକ୍ଷରୁ ଅଧିକ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୁସ୍ଖଳନ କାରଣରୁ ବର୍ତ୍ତମାନସୁଦ୍ଧା 55 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଘର ବନ୍ୟା ପାଣିରେ ବୁଡି ରହିଥିବାରୁ ଅନେକ ଲୋକେ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି ।

19 June, 2022 12:22 PM IST By: Shuvanshu Kar

ଆସାମରେ ଲଗାଣ ବର୍ଷା ଯୋଗୁଁ ବନ୍ୟାର ଭୟାବହ ସ୍ଥିତି( flood situation) ଉପୁଜିଛି । ବନ୍ୟା କାରଣରୁ ଅନେକ ଘର ପାଣି ଘେରରେ ରହିଛି । ଗୃହପାଳିତ ପଶୁ ମଧ୍ୟ ଭାସିଯାଇଛନ୍ତି । ଚାଷ ଜମି ମଧ୍ୟ ବନ୍ୟା( flood) ପାଣିରେ ବୁଡିଯିବା କାରଣରୁ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଛି ।

ଆସାମର 28 ଜିଲ୍ଲାର 19 ଲକ୍ଷରୁ ଅଧିକ ଲୋକେ ବନ୍ୟାରେ ପ୍ରଭାବିତ( flood affected) ହୋଇଛନ୍ତି । ରାଜ୍ୟରେ ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୁସ୍ଖଳନ କାରଣରୁ ବର୍ତ୍ତମାନସୁଦ୍ଧା 55 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଘର ବନ୍ୟା ପାଣିରେ ବୁଡି ରହିଥିବାରୁ ଅନେକ ଲୋକେ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟରେ ବଜଲି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । କାରଣ ବନ୍ୟା କାରଣରୁ ଏଠାରେ ମୋଟ 3.55 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ସେହିପରି ଦରାଙ୍ଗରେ 2.90 ଲକ୍ଷ ଲୋକେ ପ୍ରବାବିତ ହୋଇଛନ୍ତି । ମୋଟ 43338 ହେକ୍ଟର ଚାଷ ଜମି ପାଣିରେ ବୁଡିଯାଇଛି । ବନ୍ୟାର ବର୍ତ୍ତମାନ ସ୍ଥିତିକୁ ଦେଖି ଜିଲ୍ଲାରେ 54 ବାନ୍ୟା ଆଶ୍ରୟ ସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଆସାମରେ ବନ୍ୟା ସ୍ଥିତି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଗାଈଗୋରୁଙ୍କ ଯତ୍ନ ବିଷୟରେ ଆସନ୍ତୁ ଜାଣିବା

ଆସୁଛି ମୌସୁମୀ, ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆହୁରି କିଛି ଦିନ ଏହିଭଳି ବର୍ଷା ହେବାର ଆଶଙ୍କା ରହିଛି । ତଳି ଅଞ୍ଚଳଗୁଡିକର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ବନ୍ୟାର ଜଳସ୍ତର ପ୍ରତି ଘଣ୍ଟାରେ ବଢିଚାଲିଛି । ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ ଟିମ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙଅକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)