1. କୃଷି ଖବର

କୃଷି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ଦେଢ ଲକ୍ଷ ଟଙ୍କା ନେଉଥିଲେ ଲାଞ୍ଚ

ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ପଦ୍ମପୁର ପାଇକମାଳ ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନ୍ସପେକ୍ଟର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ବାନ୍ଧିଛି ଭିଜିଲାନ୍ସ ।

Shuvanshu Kar
Shuvanshu Kar
Assistant Agriculture Officer arrested for taking bribe of Rs 1.5 lakh

Assistant Agriculture Officer arrested for taking bribe of Rs 1.5 lakh

ଲାଞ୍ଚ ନେଇ ଧରାପଡିଛନ୍ତି କୃଷି ଅଧିକାରୀ(Agriculture Officer) । ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ପଦ୍ମପୁର ପାଇକମାଳ ସହକାରୀ କୃଷି ଅଧିକାରୀ(Assistant Agriculture Officer) ତଥା ଫର୍ଟିଲାଇଜର ଇନ୍ସପେକ୍ଟର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ସହକାରୀ କୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ।

ସୂଚନା ଅନୁଯାୟୀ, କୃଷି ଅଧିକାରୀ ପ୍ରଣୟ କୁମାର ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିଦେବାର ଭୟ ଦେଖାଇ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ପ୍ରଣୟଙ୍କ ଭୁବନେଶ୍ବର, କଟକ ଓ ପାଇକମାଳ ସ୍ଥିତ ବାସଭବନରେ ଏକା ସାଙ୍ଗରେ ଚଢାଉ କରିଥିଲା ଭିଜିଲାନ୍ସ ।

ଅଭିଯୁକ୍ତ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ସାର ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ଜଣେ ଡିଲର ପାଖରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ରେଡ ହ୍ୟାଣ୍ଡ ଧରିଥିଲା ଭିଜିଲାନ୍ସ । ପାଇକମାଳ ବସଷ୍ଟାଣ୍ଡ ପାଖରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି ।

ବିଶାଖାପାଟନରୁ କେନ୍ଦ୍ର କୃଷିମନ୍ତ୍ରଣାଳୟର ଅଧିକାରୀ ଗିରଫ

ଅପରେସନ ନାର୍କୋସକୁ ବଡ ସଫଳତା, ଜବତ ହେଲା 7 କୋଟିର ନିଶାଦ୍ରବ୍ୟ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments