1. କୃଷି ଖବର

ଆସୁଅଛି ଉଲ୍କା !!ପୃଥିବୀ ଉପରେ ଭୟାଭୟ ପ୍ରଭାବ !

ଆସୁଅଛି ଉଲ୍କା !!ପୃଥିବୀ ଉପରେ ଭୟାଭୟ ପ୍ରଭାବ !

KJ Staff
KJ Staff

ଉଲ୍କା ୨୦୧୯ ଏନ.ଜେ-୨ ..

ଉଲ୍କା ୨୦୧୯ ଏନ.ଜେ-୨ ନାମକ ଏକ ବେଶ ବଡ ଉଲ୍କା ପୃଥିବୀର ବେଶ ନିକଟରେ ହୋଇଆସୁଛି |ଆଜି ରାତିରେ ପୃଥିବୀ ଉପରେ ମାଡ ହେବାର ସମ୍ଭାବନା ରହିଛି |ଏହାର ଦାର୍ଘ୍ୟ ୨୦୭ ଫୁଟ ରହିଥିଲା ବେଳେ ଏହା ପୃଥିବୀଉପରେ କେତେ ମାତ୍ର ରେ ପ୍ରଭାବ ପକାଇବା ତାହା ଏବେ ଏକ ଚିନ୍ତା ର ବିଷୟ |

ନାସା ସେନସ ଅନୁଯାୟୀ ଏହା ହାରାହାରି ଭାରତୀୟ ସମୟ ରାତ୍ରି ୧୨:୩୦ ଘଟିକା ରେ ପୃଥିବୀ ର ବେଶ ନିକରତବର୍ତ୍ତୀ ଅଞ୍ଚଳ ଦେଇ ଗମନ କରିବା |ତେବେ ଏହା ଦ୍ୱାରା ପୃଥିବୀ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଆକଳନ କରାଯାଉଛି |ଏହି ଉଲ୍କା ଏବେ ଘଣ୍ଟା ପ୍ରତି ୩୦୦୦୦ ମାଇଲ ର ବେଗ ର ଗତି କରୁଛି ଏବଂ ପୃଥିବୀଠାରୁ ହାରାହାରି ୩.୧ ଲକ୍ଷ ମାଇଲ ଦୂରତା ରେ ଏହା ଗମନ କରିବ|ଏହି ଉଲ୍କା ଜୁନ ୨୯ ରେ ପ୍ରଥମ ଥର ଦେଖିବାକୁ ମିଳିଥିଲା ବୋଲି ନାସା ର ବୈଜ୍ଞାନିକ ମାନେ ମତ ଦେଇଛନ୍ତି |
ନାସା ସନସ ଅନୁଯାୟୀ ଏହା ୨୧୧୯ ରେ ପୁନଃ ପୃଥିବୀ ର ନିକଟବର୍ତୀ ହେବ ଏବଂ ସେ ସମୟରେ ଏହା ପୃଥିବି ଠାରୁ ହାରାହାରି ୨୩.୮ ଲକ୍ଷ ମାଇଲ ଦୂରତା ରେ ଗତି କରିବ ବୋଲି ଆକଳନ କରିଛି |

କାହିଁକି ଆସୁଛି ଉଲ୍କା?


ପୃଥିବୀ ର ଗୁରୁତ୍ୱାକର୍ଷଣ ହେତୁ ଉଲ୍କା ମାନେ ଟାଣି ହୋଇ ବହୁ ବାର ପୃଥିବୀ ନିକରବର୍ତୀ ହୋଇଛନ୍ତି |ନାସା ର ବୈଜ୍ଞାନିକ ଙ୍କ ଅନୁଯାୟୀ ଆମ ସୌଭାଗ୍ୟ ହେତୁ ଅନେକ ଥର ପୃଥିବୀ ଧ୍ବଂସ ହେବ ଭଳି କୌଣସି ପରିସ୍ଥିତି ଦଖିବାକୁ ମିଳି ନାହିଁ |

ଗତ ବର୍ଷ ଡ଼ିସେମ୍ବର ୧୮ ରେ ଏହି ପରି ଏକ ବିରାଟ ଉଲ୍କା ବେରିଂ ସମୁଦ୍ର ନିକଟବର୍ତୀ ହୋଇ ବିସ୍ପୋରଣ ହୋଇଥିଲା ଏବଂ ଏହା ୧୭୩ କିଲୋଟନ ର ଶକ୍ତି କୁ ପରିବର୍ତିତ ହୋଇଥିଲା ଯାହା କି ହିରୋଶିମା ରେ ହୋଇଥିବା ବମ୍ବ ବିସ୍ପୋରଣ ଠାରୁ ୧୦ ଗୁଣ ଅଧିକ ଥିଲା |ଏହି ପରି ଅନ୍ୟ ଏକ ଉଲ୍କା ମଧ୍ୟ ରସିଆ ର ସିଲ୍ୟବିନ୍ସଙ୍କ ଉପରେ ବିସ୍ପୋରକ ହୋଇଥିଲା ଯାହା ୪୪୦ କିଲୋଟନ ଉର୍ଜା କ୍ଷରଣ କରିବା ସାଙ୍ଗରେ ୧୫୦୦ ଲୋକଙ୍କୁ କ୍ଷେତିଗ୍ରସ୍ତ କରିଥିଲା |
ମାତ୍ର ଏହି ପରି ଦୁର୍ଘଟଣା ପୃଥିବୀ ଲାଗି ଏକ ସତର୍କତା ଚିହ୍ନ |ଏହି ଉଲ୍କା ଦିନେ ମାନବ ଜାତି ର ଶେଷ ଦିନ ର ଚିଠି ସହ ପୃଥିବୀ ଆଗମନ କରିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments