
Awareness camp organized for more productive crops
ଗତକାଲି ମଙ୍ଗଳବାର ଦିନ “ସୁସ୍ଥ ସମାଜ” ଯାହାକି ଏକ ପଂଜିକୃତ ଟ୍ରଷ୍ଟ କେଉଁଝର ଜିଲ୍ଲାର ହରିଚନ୍ଦନପୁର ବ୍ଳକ ସ୍ଥିତ ତେନ୍ତେଳାପଶି ଗ୍ରା.ପ. ପରିସରରେ ପ୍ରାୟ ୪୫ ଜଣରୁ ଅଧିକ ପ୍ରଗତିଶୀଳ କୃଷକମାନ ଙ୍କୁ ନେଇ ଅଧିକ ଉତ୍ପାଦନକ୍ଷମ ଅର୍ଥକାରୀ ଫସଲର ଏକ ସଚେତନତା ତଥା ଏହାର ଏହି ଅଞ୍ଚଳରେ ରହିଥିବା ଜଳବାୟୁ, ମୃତ୍ତିକା, ଚାଷ ସକାଶେ ଉପଯୁକ୍ତ ପରିବେଶର ଉପସ୍ଥିତି ଉପରେ ଏକ ସଂକଳ୍ପ ଶିବିର ଆୟୋଜନ କରିଥିଲା I ଏହି ସଂକଳ୍ପ ସମାବେଶରେ ମୂଖ୍ୟ ଅତିଥି ଭାବରେ ତେନ୍ତେଳାପଶି ଗ୍ରା.ପ.ର ସରପଞ୍ଚ ମହାଶୟା ଓ ସମ୍ମାନୀତ ଅତିଥି ଭାବରେ ହୁଣ୍ଡା ଗ୍ରା.ପ.ର ସରପଞ୍ଚ ତଥା ବିଶିଷ୍ଟ ଅତିଥି ଭାବରେ ତେନ୍ତେଳାପଶି ଗ୍ରା.ପ.ର କାର୍ଯ୍ୟନିର୍ବାହୀ ଅଧୀକାରୀ ଉପସ୍ଥିତ ରହିଥିଲେ I
ଏହା ପୂର୍ବରୁ ଏହି ଅଂଚଳରେ ସର୍ଭେ ଦ୍ୱାରା ଆକଳନ (fesibility survey report) କରାଯାଇଥିବା ବିଭିନ୍ନ ଅଧିକ ଉତ୍ପାଦନକ୍ଷମ ଅର୍ଥକାରୀ ଫସଲ ଗୁଡିକ ହେଲା, ଲେମନଗ୍ରାସ, ମିଠା ତୁଳସୀ, ଗୋଲାପ, ରୋଜମେରୀ, କଳା ଗୋଲମରିଚ, ପମାରୋଜା ଇତ୍ୟାଦି I ବିଭିନ୍ନ ପାରମ୍ପରିକ ଚାଷ ଅପେକ୍ଷା ଔଷଧୀୟ ଓ ସୁଗନ୍ଧିତ ଚାଷ (Medicinal and Aromatic Plants-MAP) ଦ୍ୱାରା ସ୍ଥାନୀୟ ବାସିନ୍ଦା ଏକର ପ୍ରତି ଅଧିକ ଓ ନିୟମିତ ଅର୍ଥ ଉପାର୍ଜନ କରିବା ସହିତ ଏକ ସ୍ୱାବଳମ୍ବୀ ଜୀବନ ଯାପନ କରିପାରିବେ I ଏହା ଏକ ଆଦିବାସୀ ଅଧ୍ୟୁସିତ ଅଂଚଳ ହୋଇଥିବାରୁ ଏହି ଚାଷ ସକାଶେ ସ୍ଥାନୀୟ ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡ ସବଳ ନ ଥିବାରୁ ସଂସ୍ଥା ସି.ଏସ.ଆଇ.ଆର.-ଆଇ.ଏଚ.ବି.ଟି., ପାଲମପୁର (C.S.I.R.-I.H.B.T.,Palampur)କୁ କିଛି ଚାରା ବିହନର ସହାୟତା କ୍ଷେତ୍ରରେ ଅନୁରୋଧ କରିବାର ଏକ ପ୍ରସ୍ତାବ ପାରିତ କରାଯାଇଛି I
ଏହା ସହିତ ସୁସ୍ଥ ସମାଜ ବିଭିନ୍ନ ସୁଗନ୍ଧିତ ଘାସର ତେଲ ନିଷ୍କାସନ ନିମନ୍ତେ କୃଷି ଯନ୍ତ୍ର ସ୍ଥାପନ ନିମନ୍ତେ ପ୍ରତିଶୃତି ଦେଇଛି l ଯାହାଦ୍ୱାରା ଚାଷୀମାନେ ବିଶେଷ ଭାବରେ ଉତ୍ପାଦିତ ଘାସରୁ ତେଲ ନିଷ୍କାସନରେ ନିମନ୍ତେ ହଇରାଣ ହେବେ ନାହିଁ I ଏହି ସଂକଳ୍ପ ଶିବିରକୁ ସଂସ୍ଥାର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟଙ୍କଧର ପୋଢ ଚାଷ ସମ୍ବନ୍ଧୀୟ ବିଭିନ୍ନ ବୈଷିୟିକ ଦିଗ ପ୍ରତି ଆଲୋଚନା କରି ଅଧିକ ଉତ୍ପାଦନକ୍ଷ ଅର୍ଥକାରୀ ଫସଲର ଏକ ନୂତନ ବିପ୍ଳବ ଆଣି କିପରି ଏହି ଅଂଚଳ ଆର୍ଥିକ ସାମାଜିକ ସ୍ୱାବଳମ୍ବୀ ହୋଇ ପIରିବ ସେ ଦିଗରେ ଏକ ଆଶା ଓ ଭରସା ସୃଷ୍ଟି କରିଥିଲେ l ସଂସ୍ଥା ଆଗାମୀ ଦିନରେ କ’ଣ କ’ଣ ଓ କିପରି ଏହି ଅଂଚଳକୁ ଏକ କ୍ଳଷ୍ଟର ରୂପରେ ନେଇ ଜୈବିକ ପ୍ରାମାଣିକ ତଥା ଉନ୍ନତ ପ୍ରଜାତିର ଚାରା ଓ ଅଧିକ ଅନୁସନ୍ଧାନମୂଳକ ପ୍ରୟୋଗାତ୍ମକ ବ୍ୟବସ୍ଥା କରାଯାଇପାରିବ, ପରୀକ୍ଷାଗାରରୁ ଜନସାଧାରଣଙ୍କ ଜୀବନ ଜିବିକାରେ ପରିଣତ ହୋଇ ପIରିବ ସେ ବିଷୟରେ ଆଲୋକପାତ କରାଯାଇଥିଲା I
ଏହି ସଂକଳ୍ପ ଶିବିରରେ ପ୍ରାୟତଃ ୪ଟି ଗ୍ରା.ପ.ରୁ ପ୍ରଗତିଶୀଳ କୃଷକମାନେ ସାମିଲ ହୋଇଥିଲେ I ତେନ୍ତେଳାପଶି ଗ୍ରା.ପ. ଅଂଚଳରେ ଏହି ପରି ଏକ ଆଧୁନିକ ଚାଷର ପରିଯୋଜନା କରାଯାଇଥିବାରୁ ନିଜ ଅଭିଭାଷଣରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଓ ସରପଞ୍ଚ ମହାଦୟା ସଂସ୍ଥI ତଥା ଅୟୋଜକଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ I ନିଜ ଅଭିଭାଷଣରେ ହୁଣ୍ଡା ଗ୍ରା.ପ.ର ସରପଞ୍ଚ ଏହି ଶିବିର ଚାଷୀଙ୍କ ସକାଶେ ବିଶେଷ ଆର୍ଥିକ ପ୍ରଗତି ଆଣିପାରିବ ଓ ନିଜ ଅଂଚଳରେ ଏହି ପରି ଏକ ସମାନ୍ତରାଳ ଶିବିର ଆୟୋଜନ କରିବା ସକାଶେ ମନସ୍ଥ କରିଥିଲେ I
ଶେଷରେ ତେନ୍ତେଳାପଶି ଗ୍ରା.ପ. ସ୍ଥିତ ଖୁଣ୍ଟାପଡା ଗ୍ରାମର ପ୍ରଗତିଶୀଳ ଚାଷୀ ଶ୍ରୀ ଜଗନ୍ନାଥ ନାଏକ ସଂସ୍ଥା ସହିତ ମିଳିତ ଭାବରେ ୫ ଲକ୍ଷରୁ ଅଧିକ ପରିମାଣର ମିଠା ତୁଳସୀ ଚାରା ପ୍ରସ୍ତୁତି କରିଥିବାରୁ ଏହି ଶିବିରରେ ସମ୍ମାନିତ କରାଗଲା, ଯାହାକି ଆଗମୀ ଦିନରେ ଅନ୍ୟ ଚାଷୀମାନଙ୍କୁ ଚାଷ ସକାଶେ ବିତରଣ କରାଯିବ I ଏହି ଶିବିରକୁ ଖଜୁରୀବଣି ଗ୍ରାମର ସନ୍ତୋଷ ପରିଡା, ହୁଣ୍ଡା ଗ୍ରାମର ଜଗବନ୍ଧୁ ସର୍ଦ୍ଦାର, ଖୁଦପଶିର ପଦ୍ମ ଚରଣ ବାରିକ, ତେନ୍ତେଳାପଶି ଗ୍ରାମର ସୁଶାନ୍ତ ମହାପାତ୍ର, ଯୁଙ୍ଗା ଗ୍ରାମର ସୁନୀଲ ପାଲ, ବୁଢାଖମଣଗ୍ରାମର ଚକ୍ରଧର ବାରିକ, ତେନ୍ତେଳାପଶିର ପ୍ରଭାକର ନାଏକ, ଆଦି ୪୫ରୁ ଅଧିକ ପ୍ରଗତିଶୀଳ ଚାଷୀ ଅଂଶ ଗ୍ରହଣ କରିଥିଲେ l ଶିବିରର ଉଦଯାପନୀ ଉତ୍ସବରେ କ୍ଷୀରମଣି ତାଡ ଉପସ୍ଥିତ ସମସ୍ତ ଲାଭାର୍ଥୀ ଓ ସମ୍ମାନୀତ ଅତିଥିବୃନ୍ଦକୁ ଶିବିରରେ ଯୋଗ ଦେଇ କରଜ୍ୟକ୍ରମକୁ ସଫଳ ରୂପାୟନ ଦେଇ ଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ I
Read more
Share your comments