1. କୃଷି ଖବର

କୁକୁଡ଼ା ଚାଷ ପରିଚାଳନା ଉପରେ ସଚେତନତା ତାଲିମ ଅନୁଷ୍ଠିତ

ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା ।

Tanushree Mahapatra
Tanushree Mahapatra
Awareness training of farmers on poultry nutrition management

Awareness training of farmers on poultry nutrition management

ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା ।  ଯଦ୍ୱାରା କୃଷି କାର୍ଯ୍ୟରେ ନିୟୋଜିତ ଥିବା ଓ କୃଷି କାର୍ଯ୍ୟରେ ମନ ବଳାଉଥିବା ଯୁବପିଢ଼ୀ ଲାଭବାନ ହୋଇପାରିବେ ।

ତେବେ ସମଗ୍ର ଭାରତ ବର୍ଷରେ ମୋଟ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର ରହିଛି ଯାହା ପ୍ରତି ଜିଲ୍ଲାରେ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛି  । ଓଡ଼ିଶାରେ ମୋଟ୍ କୃଷି ବିଜ୍ଞାନ କେନ୍ଦ୍ର (KVK) ସଂଖ୍ୟା ହେଉଛି ୩୩ । ଓଡ଼ିଶାରେ ପାଖାପାଖି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏମାନଙ୍କୁ କୃଷି କାର୍ଯ୍ୟ ଦ୍ୱାରା ଆଗକୁ ବଢ଼ାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହି କୃଷି ବିଜ୍ଞାନର ସମସ୍ତ କାର୍ଯ୍ୟକର୍ତା ଜିଲ୍ଲାର ଚାଷୀଙ୍କୁ ଚାଷ ପ୍ରଣାଳୀରୁ ଆରମ୍ଭ କରି ଚାଷ ଶୈଳୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି  l

ପ୍ରତି କୃଷି ବିଜ୍ଞାନ କେନ୍ଦ୍ର ନୂତନ ପ୍ରଣାଳୀ ତଥା ନୂତନ ଜ୍ଞାନ କୌଶଳ ଚାଷୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇଥାନ୍ତି l ସେହିଭଳି କୁକୁଡ଼ା ଚାଷ ପରିଚାଳନାକୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଖୋର୍ଦ୍ଧା ଠାରେ l ଯାହାକୁ ଆୟୋଜିତ କରିଥିଲେ ଖୋର୍ଦ୍ଧା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ସଦସ୍ୟ , ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣ ଏବଂ ମହାରାଷ୍ଟ୍ରର ଏଭେରେଷ୍ଟ ଇଣ୍ଡଷ୍ଟ୍ରି ଲିମିଟେଡ l ଏହି କାର୍ଯ୍ୟକ୍ରମଟି ଖୋର୍ଦ୍ଧା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା l ଯାହାର ବିଷୟବସ୍ତୁ ଥିଲା " Awareness training of farmers on poultry nutrition management   " l

ଅନେକ ବରିଷ୍ଠ କୃଷି ଵିଜ୍ଞାନୀମାନେ ଏଥିରେ ଯୋଗ ଦେଇଥିଲେ ଏବଂ କୁକୁଡ଼ା ଚାଷ ପରିଚାଳନା ଉପରେ ସଚେତନତା ତାଲିମ ପ୍ରଦାନ କରିଥିଲେ l ତେବେ ଆଜି ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଏ କେ ଦାଶ ( senior scientist and head kvk ) , ଡାକ୍ତର ବି .କେ ବଞ୍ଜ ( sms , kvk – khordha  ) , ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ( area sales manager , Everest  ) ମ ଶୁଭ୍ର ମହାନ୍ତି ( regioanal manager , Krishi jagran  ) ଯୋଗ ଦେଇଥିଲେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments