1. କୃଷି ଖବର

B-ABLE Foundation: MFOI 2023ର ସହଯୋଗୀ ସଂଗଠନ

ଦେଶ ଶୁଣିବ ଚାଷୀଙ୍କ ସଂଘର୍ଷ l ଚାଷ ଆରମ୍ଭ ରୁ ସଫଳ ହେବାର ଯାତ୍ରା ବଖାଣିବେ ଚାଷୀ l ଆଉ ଏହି ସୁଯୋଗ ପାଇଁ ଚାଷୀଙ୍କୁ ଫ୍ଲାଟଫର୍ମ ଦେବ କୃଷି ଜାଗରଣ l ଏହା ଏକ ନିଆରା ପଦକ୍ଷେପ କୃଷି ଜଗତ ପାଇଁ l କୃଷି ଜାଗରଣ ଦ୍ୱାରା ଆୟୋଜିତ ଏହି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ଚଳିତ ଡିସେମ୍ବର ମାସରେ ଆୟୋଜିତ ହେଉଛି l

Tanushree Mahapatra
Tanushree Mahapatra
B-ABLE Foundation mfoi's supporting association

B-ABLE Foundation mfoi's supporting association

ଦେଶ ଶୁଣିବ ଚାଷୀଙ୍କ ସଂଘର୍ଷ l ଚାଷ ଆରମ୍ଭ ରୁ ସଫଳ ହେବାର ଯାତ୍ରା ବଖାଣିବେ ଚାଷୀ l ଆଉ ଏହି ସୁଯୋଗ ପାଇଁ ଚାଷୀଙ୍କୁ ଫ୍ଲାଟଫର୍ମ ଦେବ କୃଷି ଜାଗରଣ l ଏହା ଏକ ନିଆରା ପଦକ୍ଷେପ କୃଷି ଜଗତ ପାଇଁ l କୃଷି ଜାଗରଣ ଦ୍ୱାରା ଆୟୋଜିତ ଏହି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ଚଳିତ ଡିସେମ୍ବର ମାସରେ ଆୟୋଜିତ ହେଉଛି l ଆଉ ସ୍ବପ୍ନକୁ ସାକାର କରିବାରେ ମୁଖ୍ୟ ପ୍ରାୟୋଜକ ଭାବେ ଆମ ସହିତ ଯୋଡି ହୋଇଛି ମହିନ୍ଦ୍ର ଟ୍ରାକ୍ଟରସ l ଚଳିତ ମାସ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ନୂଆ ଦିଲ୍ଲୀର ପୁସା ତଥା IARI ର ମେଳା ପଡ଼ିଆଠାରେ ଆୟୋଜିତ ହେବାକୁ ଯାଉଛି l

ତେବେ ଏହି ୩ ଦିନର କାର୍ଯ୍ୟକ୍ରମରେ ବିଭିନ୍ନ କୃଷି ଅଗ୍ରଣୀ ସଂସ୍ଥା ଯୋଡି ହୋଇଛନ୍ତି l ଆଉ ଏହାରି ମଧ୍ୟରେ ଆଉ ଏକ ସଂସ୍ଥା ଆମ ସହିତ ନିଜକୁ ସାମିଲ କରିଛି l ସଂସ୍ଥାଟିର ନାଁ ହେଉଛି B-ABLE  Foundation l କମ୍ପାନୀଟି ୨୦୨୦ ମସିହାରେ ପଂଜିକୃତ ହୋଇଛି l ଯୁବକଯୁବତୀମାନଙ୍କୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ସଂସ୍ଥାଟି l ଧନ୍ଦାମୂଳକ ଦକ୍ଷତା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବିକାଶ, ଜ୍ଞାନ ସ୍ଥାନାନ୍ତର ପ୍ରକ୍ରିୟା, ନିରନ୍ତର ସବୁଜ ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ସ୍ତରରେ ମାଇକ୍ରୋ-ଉଦ୍ୟୋଗୀ ମଡେଲଗୁଡିକୁ ଅନ୍ତର୍ଭୁକ୍ତ କରିବା ଭାଳିଣ କାର୍ଯ୍ୟ କରି ଆସୁଛି ସଂସ୍ଥାଟି l ଦେଶର ୨୦ଟି ରାଜ୍ୟରେ ଏକାଧିକ ଜୀବିକା ପ୍ରୋତ୍ସାହନ ଏବଂ ଦକ୍ଷତା ବିକାଶ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରି ଚାଲିଛି l

ଗତ ୩ ବର୍ଷରୁ ଅଧିକ ବର୍ଷଧରି l ଏହାରି ମଧ୍ୟରେ ଲକ୍ଷାଧିକ ଯୁବକ ଯୁବତୀଙ୍କୁ ବିଭିନ୍ନ ପଦକ୍ଷେପ ନେବାରେ ସହାୟତା ପ୍ରଦାନ କରିଛି l ଏଭଳି ଏକ କମ୍ପାନୀରେ ସହାୟତା ନିଶ୍ଚିତ ଭାବେ ଏକ ଖୁସିର ବିଷୟ l

ତେବେ ହେବାକୁ ଥିବା ଏହି କୃଷି ମହା ସମ୍ମିଳନୀ ତଥା କୃଷି ମହାକୁମ୍ଭରେ ଏକଜୁଟ ହେବେ ହଜାର ହଜାର ଚାଷୀ l କୃଷି ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ କୃଷି ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ବିଭିନ୍ନ କୃଷି ବିଷୟ ଉପରେ ଆଲୋଚନା ମଧ୍ୟ ହେବ ଯାହା ଅନ୍ୟ ଚାଷୀଙ୍କୁ ଅଧିକ ରୁ ଅଧିକ ଉତ୍ସାହିତ କରିବ l ବିଭିନ୍ନ କୃଷି ଉପକରଣ ଉପରେ ନୂଆ ନୂଆ ତଥ୍ୟ ଜାଣିବାକୁ ପାଇବେ ଚାଷୀ l ନୂଆ କୃଷି ପ୍ରଣାଳୀ ଶିଖିବେ ଚାଷୀ l କୃଷିନୀତିର ସମସ୍ତ ଜ୍ଞାନର ଆଦାନ ପ୍ରଦାନ ହେବ l ସେହି ସମସ୍ତ ସଫଳ ଚାଷୀଙ୍କ ପାଖରୁ କୃଷିକୁ କିପରି ଅଧିକରୁ ଅଧିକ ଲାଭ କମ ସମୟରେ ଉପାର୍ଜନ କରିହେବ l ସେ ସମସ୍ତ ସୂଚନା ଜାଣିବେ l

ତେବେ ଏ ସମସ୍ତ ନୂଆ ଅନୁଭୁତିରେ ସାମିଲ ହେବା ପାଇଁ ଆପଣଙ୍କୁ ମଧ୍ୟ ମିଳିବ ସୁଯୋଗ l ନୂଆ କିଛି ଶିଖିବାର ଜାଣିବାର ମିଳିବ ସୁଯୋଗ l ଏହାକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ l MFOI 2023 ଫାରେ ସାମିଲ ହୁଅନ୍ତୁ ଆଉ ଏହାକୁ ସଫଳ କରିବାରେ ଆମ ସହିତ ସାମିଲ ହୁଅନ୍ତୁ l ଏହି କାର୍ଯ୍ୟକ୍ରମ ବିଷୟରେ ଜାଣିବାକୁ ଚାହୁଁଥିଲେ ନିମ୍ନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ l ଭିସିଟର ପାସ ପାଇଁ ଲିଙ୍କକୁ ଯାଇ ଆବେଦନ କରନ୍ତୁ l

For the visitor’s pass, click: https://millionairefarmer.in/get-visitor-pass/

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments