1. କୃଷି ଖବର

ଚାଷୀଙ୍କ ପାଇଁ ବରଦାନ ପାଲଟିବାରେ ବିଫଳ ବଳରାମ ଯୋଜନା !

ଭୂମିହୀନ କୃଷିଋଣ ଏବଂ ସମ୍ବଳ ବୃଦ୍ଧି ମଡେଲ (Balaram)ଯୋଜନା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର 6 ପ୍ରତିଶତ ଗତ ଦୁଇ ବର୍ଷ ମଧ୍ୟରେ ହାସଲ କରିଛି ।

Shuvanshu Kar
Shuvanshu Kar
Balaram scheme for farmers fails to achieve target

Balaram scheme for farmers fails to achieve target

ଭୂମିହୀନ କୃଷକ(landless farmers) ଏବଂ ଭାଗଚାଷୀଙ୍କୁ ସେମାନଙ୍କ ଆୟ ବୃଦ୍ଧିରେ ସହାୟତା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅନ୍ୟ ଏକ ବୃହତ କଲ୍ୟାଣକାରୀ ଯୋଜନା(flagship scheme) ଏହାର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି। ସୂଚନା ଅନୁଯାୟୀ, ଭୂମିହୀନ କୃଷିଋଣ ଏବଂ ସମ୍ବଳ ବୃଦ୍ଧି ମଡେଲ (Balaram)ଯୋଜନା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର 6 ପ୍ରତିଶତ ଗତ ଦୁଇ ବର୍ଷ ମଧ୍ୟରେ ହାସଲ କରିଛି ।

ଜୁଲାଇ 2020 ରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଯୋଜନା ଅନୁଯାୟୀ, ରାଜ୍ୟ ସରକାର ତିନି ବର୍ଷ ମଧ୍ୟରେ ପ୍ରାୟ ସାତ ଲକ୍ଷ ଭୂମିହୀନ କୃଷକଙ୍କୁ ସ୍ୱଳ୍ପ ମିଆଦି ଋଣ ସୁବିଧା ପାଇଁ ବ୍ୟାଙ୍କ ସହ ଯୋଡିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ଯୋଜନାର ଉଦ୍ଦେଶ୍ୟ ଅନୁଯାୟୀ, କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ଏଜେନ୍ସି (ATMA)କୁ ଜିଲ୍ଲା ସ୍ତରରେ ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଥିଲା ଯାହା ଦ୍ବାରା କୃଷକ ସାଥି ଏବଂ ଗ୍ରାମ୍ୟ କୃଷି ଶ୍ରମିକଙ୍କ ଦ୍ବାରା ମିଳିତ ଗୋଷ୍ଠୀ (JLGs) ଗଠନ ପାଇଁ ଭୂମିହୀନ ଚାଷୀଙ୍କୁ ଏକତ୍ରିତ କରାଯାଇଥିଲା।

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ 2020-21, 2021-22 ଏବଂ 2022-23 ରେ 1,63 ଲକ୍ଷ ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି ଫସଲ ଋଣ ପାଇବାକୁ 1,93,883 JLG ସୁନିଶ୍ଚିତ କରିବା ନେଇ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ​​। ହେଲେ ମାର୍ଚ୍ଚ ଶେଷ ସୁଦ୍ଧା କେବଳ 6,117 JLG ଫସଲ ଋଣ ପାଇପାରିଛି । ସେହିଭଳି, ଧାର୍ଯ୍ୟ 93,883 JLG ମଧ୍ୟରୁ 1,007ଟିକୁ ଅଗଷ୍ଟ 10 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଏବଂ ଗଞ୍ଜାମ ବାଦ ଦେଲେ ବଳରାମ ଅଧୀନରେ ସଫଳତା ଦୃଷ୍ଟିରୁ ଅନ୍ୟ ଜିଲ୍ଲାରେ ଏହାର କାର୍ଯ୍ୟକାରୀତା ସନ୍ତୋଷଜନକ ନୁହେଁ।

ଧାର୍ଯ୍ୟ ଲକ୍ଷ୍ୟ ଛୁଇଁ ପାରୁନଥିବା କାରଣରୁ ଏହି ଯୋଜନା କାର୍ଯ୍ୟକାରୀ ହେବାର ମନ୍ଥର ଗତି ନେଇ ଉଦବେଗ ପ୍ରକାଶ କରି ବିଭାଗର ମୁଖ୍ୟ ସଚିବ ଅରବିନ୍ଦ କୁମାର ପାଢୀ ଜିଲ୍ଲାପାଳମାନଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାଢୀ । ଅକ୍ଟୋବର ଶେଷ ସୁଦ୍ଧା 50 ପ୍ରତିଶତ ଏବଂ ଡିସେମ୍ବର ଶେଷ ସୁଦ୍ଧା 100 ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଅରବିନ୍ଦ ପାଢୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଜିଲ୍ଲା ପରାମର୍ଶଦାତା କମିଟି ଏବଂ ବ୍ଲକ୍ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କର୍ସଙ୍କ ସହ ବିଡିଓ ଏବଂ ତହସିଲଦାର ମିଶି ସମସ୍ୟା ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି । କେବଳ ସେତିକି ନୁହେଁ, ଏହି ଯୋଜନା ଅନ୍ତର୍ଗତ ମୋଟ ଧାର୍ଯ୍ୟ ଲକ୍ଷ ତୁଳନାରେ ଉପଲବ୍ଧିର ସମୟସୀମା ଏବଂ ଶତକଡ଼ା ଭାଗ ଅନୁଯାୟୀ ସମୀକ୍ଷା କରାଯିବ ବୋଲି ପାଢୀ ଚେତାବନୀ ଦେଇଛନ୍ତି। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚାଳରେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିର ପ୍ରାୟ 7,000 ଶାଖା ଅଛି । ମୋଡାଲିଟି ଅନୁଯାୟୀ, ପ୍ରତ୍ୟେକ ବ୍ୟାଙ୍କ ଶାଖା ଗୋଟିଏ ବର୍ଷରେ ଅତି କମରେ 10 JLGକୁ ଅର୍ଥ ପ୍ରଦାନ କରିବାକୁ ଥିଲା ।

ବନ୍ୟା ଉଜାଡିଲା ଫସଲ, ବର୍ଷା ସାଜିବ ବରଦାନ !

ଚାଷୀଙ୍କ ପାଇଁ ଧାନ କ୍ରୟ ପଞ୍ଜିକରଣ ସମୟସୀମା ବୃଦ୍ଧିକଲେ ରାଜ୍ୟ ସରକାର

Share your comments