1. କୃଷି ଖବର

ବାଲେଶ୍ବର ଟ୍ରେନ୍ ଟ୍ରାଜେଡି: ଆଜି ଦିନିକିଆ ସରକାରୀ ଶୋକ

ଗତକାଲି ଘଟି ଯାଇଛି ଏକ ବଡ ଦୁଃଖଦ ଘଟଣା l ଯେଉଁଠି ଗୋଟିଏ ଦିନରେ ଅନ୍ଧାର ହୋଇଯାଇଛି ପ୍ରାୟତଃ ୧୦୦୦ ରୁ ଅଧିକ ଲୋକଙ୍କ ଘରେ l ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗଲୁରୁ ହାୱଡା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଏକାଧିକ ଲୋକଙ୍କ ପ୍ରାଣହାନୀ ହୋଇଛି ।

Tanushree Mahapatra
Tanushree Mahapatra
Balasore train accident

Balasore train accident

ଗତକାଲି ଘଟି ଯାଇଛି ଏକ ବଡ ଦୁଃଖଦ ଘଟଣା  l ଯେଉଁଠି ଗୋଟିଏ ଦିନରେ ଅନ୍ଧାର ହୋଇଯାଇଛି ପ୍ରାୟତଃ ୧୦୦୦ ରୁ ଅଧିକ ଲୋକଙ୍କ ଘରେ l ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗଲୁରୁ ହାୱଡା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଏକାଧିକ ଲୋକଙ୍କ ପ୍ରାଣହାନୀ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ ଟ୍ରେନ  ।

ପରେ ସେହିବାଟେ ଆସୁଥିବା ଅନ୍ୟ ଏକ ଟ୍ରେନ ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା ପଛ ପାଖରୁ  । ଏ ପର୍ଯ୍ୟନ୍ତ ସୂଚନା ଅନୁଯାୟୀ ମୋଟ୍ ୧୭ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।

ତେବେ ଘଟିଥିବା ଏହି ଦୁର୍ଘଟଣା ବାଲେଶ୍ୱର ବାହାନଗା ନିକଟରେ ଏକ୍ସପ୍ରେସ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୮୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏଭଳି ଦୁଃଖଦ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତେବେ ଅତି ଦୁଃଖର କଥା ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି ଉଦ୍ଧାରକାରୀ ଟିମ ପକ୍ଷରୁ । ଅନେକ ଲୋକ ଉଦ୍ଧାର ହୋଇଥିବାବେଳେ  ଏବେ ବି ବଗି ତଳେ ଆହୁରି କିଛି ଯାତ୍ରୀ ଚାପି ହୋଇରହିଥିବା ସୂଚନା ମିଳିଛି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ ସଦସ୍ୟ  । ଏ ପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ସମୀକ୍ଷା କରିଛନ୍ତି । ଏଥିସହ ବାଲେଶ୍ୱର ଜିଲ୍ଲା ମେଡିକାଲ କଲେଜକୁ ଯାଇ ଆହତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ । ତେବେ ଦୁର୍ଘଟଣା ଯୋଗୁଁ ଆଜି ରାଜ୍ୟ ସରକାର ଦିନିକିଆ ଶୋକ ପାଳନ କରୁଛନ୍ତି ରାଜ୍ୟରେ । ଆଜି କୌଣସି ସରକାରୀ ଉତ୍ସବ ପାଳନ ହେବ ନାହିଁ ରାଜ୍ୟରେ ବୋଲି କୁହାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଏସଆରସିଙ୍କୁ ଦୁର୍ଘଟଣା ସ୍ଥଳ ପଠାଇଥିଲେ ଦୁର୍ଘଟଣାର ସମୀକ୍ଷା କରିବା ସହିତ ଉଚିତ ପଦକ୍ଷେପ ଦ୍ୱାରା ଆହତଙ୍କ ଜୀବନ ରକ୍ଷା ପାଇଁ ।

ଏହାପରେ ନିଜେ ଏସଆରସି କଂଟ୍ରୋଲ ରୁମ ଯାଇ ସ୍ଥିତି ବିଷୟର ଅବଗତ ହେବା ସହିତ ଉଦ୍ଧାରକାରୀ ଦଳ ସହିତ ଜଡିତ ରହି ପ୍ରତିଟି ଆବଶ୍ୟକ ବିଷୟ ଉପରେ ଟିକନିକ ନଜର ରଖିଥିଲେ । ତେବେ ଦେଶର ଅନେକ ବୃହତ୍ତମ ଦୁର୍ଘଟଣା ମଧ୍ୟରେ ଏହି ଟ୍ରେନ ଟ୍ରାଜେଡି ଅନ୍ୟତମ l ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣା ପରେ ଏକାଧିକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ତଥା ଅନ୍ୟ କିଛି ଟ୍ରେନର ଗତିପଥ ବଦଳା ଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments