1. କୃଷି ଖବର

ବାଉଁଶର ବାଦଶାହା: ଗୋବିନ୍ଦ ମହାପାତ୍ର

ମୟୁରଭଞ୍ଜ ଜିଲ୍ଲାର ଗୋବିନ୍ଦ ମହାପାତ୍ର ଓଡ଼ିଶାର ଜଣେ ସଫଳ ତଥା ଅଗ୍ରଣୀ ବାଉଁଶ ଚାଷୀ l ବାଉଁଶ ଚାଷ ଟଙ୍କାର ନିଶା ପଲିଟି ଯାଇଛି ଯେମିତି l ବ୍ୟବସାୟିକ ଭିତିରେ ବାଉଁଶ ଚାଷ କରି ସେ ସଫଳତା ହାସଲ କରିଛନ୍ତି l ପ୍ରଥମେ ପ୍ରଥମେ ଏହା ଆରମ୍ଭ କରିବା ବେଳେ ଆଖପାଖର ଲୋକେ ତାଙ୍କୁ ପାଗଳ କହି ଥଟ୍ଟା ପରିହାସ କରୁଥିଲେ, କିନ୍ତୁ ଏବେ ଲୋକମାନେ ଟଙ୍କାର ସଫଳତା ଦେଖି ତାଙ୍କ ଠାରୁ ପରାମର୍ଶ ନେଉଛନ୍ତି l ୨୦୧୪-୧୫ ମସିହାରେ ସେ ଓଡ଼ିଶାର ଶ୍ରେଷ୍ଠ ବାଉଁଶ ଚାଷୀ ପୁରସ୍କାର ପାଇଛନ୍ତି, ଏହା ସହିତ ପ୍ରକୃତି ବନ୍ଧୁ ପୁରସ୍କାର ବି ପାଇଛନ୍ତି l ସେ କହିଛନ୍ତି ଯେ, ୧୪୫ ପ୍ରଜାତିର ବାଉଁଶ ବର୍ତ୍ତମାନ ରହିଛି l ବାଉଁଶର ଉପଯୋଗୀତା ସମ୍ପର୍କରେ ଶ୍ରୀଯୁକ୍ତ ଗୋବିନ୍ଦ ମହାପାତ୍ର କୁହନ୍ତି ଯେ, ଏହାର ଉପଯୋଗୀତା ଆଗରୁ ଥିଲା, ଏବେ ରହିଛି ଏବଂ ଆଗକୁ ଏହାର ଉପଯୋଗୀତା ରହିବ l ବାଉଁଶ ଚାଷ ସମ୍ପର୍କରେ ଶ୍ରୀଯୁକ୍ତ ଗୋବିନ୍ଦ ମହାପାତ୍ରଙ୍କର କିଛି ମୂଲ୍ୟବାନ ମତାମତ ଏଠାରେ ଉପସ୍ଥାପନ କରାଯାଇଛି l

Sugyan Kumar Nayak
Sugyan Kumar Nayak
Bamboo farmer of Odisha

ତାଙ୍କ ମତରେ ବାଉଁଶ ହେଉଛି ବହୁତ ଲାଭଜନକ ଫସଲ l କାରଣ ଏଥିରେ ପରିଶ୍ରମ ଏବଂ ରକ୍ଷଣାବେକ୍ଷଣ କମ ଦରକାର ହୁଏ l ଦିନକୁ ଦିନ କାଠ ଉପରେ କଟକଣା ବଢ଼ି ବଢ଼ି ଚାଲିଛି ଏବଂ ବାଉଁଶ ତିଆରି ସାମଗ୍ରୀର ଆଦର ବଢୁଛି l ଏବେ କାଠର ବିକଳ୍ପ ହେଉଛି ବାଉଁଶ l ଅଦରକାରୀ ଜମିରେ ଆମେ ସଫଳତାର ସହିତ ବାଉଁଶ ଚାଷ କରିପାରିବା l ଜମିରେ ଯେପରି ଠିଆ ପାଣି ନ ରୁହେ l ବାଲିଆ ଦୋରସା ଜମିରେ ବାଉଁଶ ଭଲ ବଢ଼େ l  ବାଉଁଶ ପତ୍ର ଗାଈଗୋରୁ ଏବଂ ଛେଳିଙ୍କର ବହୁତ ପସନ୍ଦ, ତେଣୁ କରି ବାଉଁଶ ଲଗାଇ ଗଛ ବଡ଼ ହେବା ପର୍ଯ୍ୟନ୍ତ ଏହାକୁ ବଡ଼ ଦେଇ ରଖିବାକୁ ହେବ l ଶ୍ରୀଯୁକ୍ତ ଗୋବିନ୍ଦ ମହାପାତ୍ରଙ୍କ ମତରେ ଗୋଟିଏ ଛୋଟ ପିଲାର ଯତ୍ନ ନେବା ପରି ଛୋଟ ବାଉଁଶ ଗଛର ଯତ୍ନ ନେବାକୁ ପଡ଼ିବ l ବାଉଁଶ ଚାଷକୁ ଆହୁରି ଆଗକୁ ନେବାକୁ ଏକ କେନ୍ଦ୍ରୀୟ ସଂସ୍ଥା ରହିଛି, ଯାହାର ନାମ ହେଉଛି ବାମ୍ବୋ ମିଶନ l ଏକର ପ୍ରତି ବାଉଁଶ ଚାଷୀଙ୍କୁ ୨୦ ହଜାର ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯାଉଛି l ଗୋଟିଏ ହେକ୍ଟରକୁ ୫୦ ହଜାର ଟଙ୍କାର ସରକାରୀ ସହାୟତା ମିଳୁଛି l ତିନି ବର୍ଷରେ ଏହି ଟଙ୍କା ଆପଣଙ୍କୁ ଆକାଉଣ୍ଟକୁ ଆସିବ l ଟଙ୍କାର ହିସାବ ଅନୁସାରେ ଗୋଟିଏ ଏକର ବାଉଁଶ ଚାଷ ପାଇଁ ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ l  ବାଉଁଶ ଗଛ ଲଗାଇବାର ୫ ବର୍ଷ ପରେ ଏହା କାଟିବାକୁ ଉପଯୁକ୍ତ ହୋଇଯାଏ l ଏହି ପ୍ରଥମ ତିନି ରୁ ଚାରି ବର୍ଷ ଅବଧିରେ ଆପଣ ଏହା ଭିତରେ ହଳଦୀ, ଖମ୍ବ ଆଳୁ, ମକା ପ୍ରଭୃତି ଚାଷ କରି ଲାଭବାନ ହୋଇପାରିବେ l  ଏହା ପରଠାରୁ ଆପଣ ପଇସା ରୋଜଗାର କରିବା ଆରମ୍ଭ କରିବେ l

ନିଜର ଅନୁସନ୍ଧାନରୁ ଶ୍ରୀଯୁକ୍ତ ଗୋବିନ୍ଦ ମହାପାତ୍ର ଜାଣିଛନ୍ତି ଯେ, ବାଉଁଶ ଭିତରେ ଆରମ୍ଭରୁ ଶାଗୁଆନ ଗଛ ଲଗାଇଲେ ଏହା ଉତ୍ତମ ରୂପେ ବଢ଼ିପାରେ ଏବଂ ଚାଷୀ ଏହା ଦ୍ୱାରା ଲାଭବାନ ହୋଇପାରନ୍ତି l ସେ ଦୃଢୋକ୍ତି ପ୍ରକାଶ କରି କୁହନ୍ତି ଯେ, ବ୍ୟବସାୟଭିତିକ ବାଉଁଶ ଚାଷରୁ ନିଶ୍ଚିତ ଭାବରେ ଉପଯୁକ୍ତ ଲାଭ ମିଳିପାରିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments