
bank closed two days from today
ଆଜି(ଗୁରୁବାର)ଠୁ ଦୁଇଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ । ୟୁନାଇଟେଡ ଫୋରମ ବ୍ୟାଙ୍କ୍ ସଂଗଠନ ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରାଯାଇ ଆଜି(ଗୁରୁବାର) ଓ କାଲି(ଶୁକ୍ରବାର) ବନ୍ଦ ଡାକରା ଦେଇଛି ସଂଘ । ୧୬ ଓ ୧୭ ତାରିଖରେ ସମସ୍ତ ସରକାରୀ ବ୍ୟାଙ୍କ ଶାଖା ସମ୍ମୁଖରେ କର୍ମଚାରୀ ଓ ଅଧିକାରୀମାନେ ବ୍ୟାଙ୍କକୁ ବନ୍ଦ କରି ଧର୍ମଘଟରେ ବସିବେ।
ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସରକାରଙ୍କ ଏହି ଗଣବ୍ୟାଙ୍କ ବିରୋଧୀ ନୀତି ବିରୁଦ୍ଧରେ ବ୍ୟାଙ୍କ କର୍ମଚାରୀମାନେ ବାରମ୍ବାର ଆନ୍ଦୋଳନ ଓ ଧର୍ମଘଟ କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରୁ ଏଯାଏଁ ଓହରି ନାହାନ୍ତି । ପ୍ରତିବାଦ, ଆନ୍ଦୋଳନ ଓ ଧର୍ମଘଟ ସତ୍ତ୍ବେ କେନ୍ଦ୍ର ଅର୍ଥମନ୍ତ୍ରୀ ଆଇ.ଡି.ବି.ଆଇ ବ୍ୟାଙ୍କ ଏବଂ ଆଉ ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ ଏ ବର୍ଷ କରିବେ ବୋଲି ବଜେଟ ଭାଷଣରେ ଘୋଷଣା କରିଛନ୍ତି । ଏବେ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତିବାଦ କରି କରି ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସଂଘ ।
ଦେଶରେ ପ୍ରାୟ ୫୪ ହଜାର ବ୍ୟାଙ୍କ ଶାଖା ଏବଂ ରାଜ୍ୟର ପ୍ରାୟ ୫ ହଜାର ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ଦିଆଯିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ବୁଧବାର ୟୁନାଇଟେଡ଼ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଓଡ଼ିଶା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ୟୁଏଫ୍ବିୟୁର ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି ।
Share your comments