News

ଜୁଲାଇରେ 14 ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ କରନ୍ତୁ ଛୁଟି ଲିଷ୍ଟ

ଜୁଲାଇରେ 14 ଦିନ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ଜୁଲାଇ ମାସରେ ବିଭିନ୍ନ ପର୍ବପର୍ବାଣୀ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ଛୁଟି ତାଲିକା ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

26 June, 2022 4:43 PM IST By: Shuvanshu Kar

ଯଦି କୌଣସି ଜରୁରୀ ବ୍ୟାଙ୍କ କାର୍ଯ୍ୟ ଥାଏ, ତେବେ ଜୁନ ଶେଷସୁଦ୍ଧା କରି ନିଅନ୍ତୁ । କାରଣ ଜୁଲାଇରେ 14 ଦିନ ବନ୍ଦ ରହିବ ବ୍ୟାଙ୍କ(Bank Holiday) । ଆସନ୍ତା ଜୁଲାଇ ମାସରେ ବିଭିନ୍ନ ପର୍ବପର୍ବାଣୀ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ଛୁଟି ତାଲିକା ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ।

ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଥିବା ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ । ଏଥିମଧ୍ୟରୁ ଅନେକ ଛୁଟି ରହିଛି ଯାହା କୌଣସି ରାଜ୍ୟ କିମ୍ବା ସ୍ଥାନୀୟ ଅଞ୍ଚଳ ସହ ସମ୍ବନ୍ଧିତ । ତେବେ ଏଥିପାଇଁ ବ୍ୟାଙ୍କର ଛୁଟି ରାଜ୍ୟ ହିସାବରେ ହୋଇଥାଏ। ଜୁଲାଇ ମାସରେ ପାଖାପାଖି ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ରଥଯତ୍ରା, ବକରି ଇଦ୍‌ ସହିତ ଅନ୍ୟାନ୍ୟ ପୂଜା ପଡୁଛି । ଏଥିରେ ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାରର ସାପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି ।

Bank Loan:ଲୋନ ପରିଶୋଧ କରିବାକୁ ବାଧ୍ୟ କରିପାରିବ ନାହିଁ ବ୍ୟାଙ୍କ

ସତର୍କ କରାଇଲା RBI, ମାଗଣା ବାଣ୍ଟରେ ବଢିବ ଚାପ

  • ଜୁଲାଇ ୧- ରଥ ଯାତ୍ରା, ଓଡିଶାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୩- ରବିବାର, ସାପ୍ତାହିକ ଛୁଟି
  • ଜୁଲାଇ ୫- ମଙ୍ଗଳବାର, ଗୁରୁ ହରଗୋବିନ୍ଦ ସିଂହ ଜୀଙ୍କ ପ୍ରକାଶ ଦିବସ, ଜାମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୭ ଖର୍ଚ୍ଚି ପୂଜା- ଅଗରତାଲାରେ ବ୍ୟାଙ୍କ ବନ୍ଦ
  • ଜୁଲାଇ ୯- ଶନିବାର, ମାସର ଦ୍ୱିତୀୟ ଶନିବାର, ବକରିଦ
  • ଜୁଲାଇ ୧୦- ରବିବାର, ସାପ୍ତାହିକ ଅବକାଶ
  • ଜୁଲାଇ ୧୧- ଇଦ ଉଲ ଅଜା, ଜାମ୍ମୁ ଏବଂ ଶ୍ରୀନଗରେ ବ୍ୟାଙ୍କ ଛୁଟି
  • ଜୁଲାଇ ୧୩- ଭାନୁ ଜୟନ୍ତୀ, ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୧୪- ବେନ ଡିଏନଖଲାମ, ସିଲଙ୍ଗରେ ବ୍ୟାଙ୍କ ବନ୍ଦ ରହିବ
  • ଜୁଲାଇ ୧୬- ହଲେଲା, ଡେରାଡୁନରେ ବ୍ୟାଙ୍କ ଛୁଟି ରହିବ
  • ଜୁଲାଇ ୧୭- ରବିବାର, ସାପ୍ତାହିକ ଛୁଟି
  • ଜୁଲାଇ ୨୩- ଶନିବାର, ମାସର ଚତୁର୍ଥ ଶନିବାର
  • ଜୁଲାଇ ୨୪- ରବିବାର, ସାପ୍ତାହିକ ଛୁଟି
  • ଜୁଲାଇ ୩୧- ରବିବାର, ସାପ୍ତାହିକ ଛୁଟି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)