1. କୃଷି ଖବର

ସତର୍କ କରାଇଲା RBI, ମାଗଣା ବାଣ୍ଟରେ ବଢିବ ଚାପ

ଜୋତାଠାରୁ ନେଇ ଛତା ଯାଏଁ ସବୁ କିଛି ମାଗଣାରେ ଚାଲିଛି । ରାଜ୍ୟ ସରକାର ହୀତାଧିକାରୀଙ୍କୁ ଦେଉଥିବା ସବସିଡିର ଅଧାରୁ ଅଧିକ ଅଂଶ ମାଗଣା ଯୋଜନା ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି ଏଭଳି ତଥ୍ୟ ।

Shuvanshu Kar
Shuvanshu Kar
RBI asks States to reprioritise expenditure on subsidies to achieve long-term advantages

RBI asks States to reprioritise expenditure on subsidies to achieve long-term advantages

ହିତାଧିକାରୀଙ୍କୁ ସରକାରୀ ସହାୟତା ଆଳରେ ଅନେକ ରାଜ୍ୟ ସରକାର ମାଗଣା ଯୋଜନା କରିଛନ୍ତି । ଜୋତାଠାରୁ ନେଇ ଛତା ଯାଏଁ ସବୁ କିଛି ମାଗଣାରେ ଚାଲିଛି । ରାଜ୍ୟ ସରକାର(state govt) ହୀତାଧିକାରୀଙ୍କୁ ଦେଉଥିବା ସବସିଡିର ଅଧାରୁ ଅଧିକ ଅଂଶ ମାଗଣା ଯୋଜନା ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ରିପୋର୍ଟରେ ପ୍ରକାଶ ପାଇଛି ଏଭଳି ତଥ୍ୟ ।

ମାଗଣା ଯୋଜନା ଦେଉଥିବା ରାଜ୍ୟଗୁଡିକ ମଧ୍ୟରେ ଓଡିଶା ମଧ୍ୟ ରହିଛି । ମାଗଣା ଯୋଜନା(Free Scheme) ଫଳରେ ରାଜକୋଷରେ ଉପରେ ଚାପ ବଢିବ ବୋଲି ଚେତାବନୀ ଦେଇଛି ରିଜର୍ଭ ବ୍ୟାଙ୍କ । ମାଗଣା ସ୍କିମ ଅନ୍ତର୍ଗତ ସବସିଡିରୁ କୌଣସି ଲାଭ ମିଳିବ ନାହିଁ ବୋଲି ଆରବିଆଇ ପରାମର୍ଶ ଦେଇଛି ।

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଗତ ୩ ବର୍ଷ ମଧ୍ୟରେ ଓଡ଼ିଶା, ଝାଡଖଣ୍ଡ, କେରଳ, ତେଲେଙ୍ଗାନାରେ ସବସିଡି ଖର୍ଚ୍ଚ ସର୍ବାଧିକ ହୋଇଛି । କିଛି ରାଜ୍ୟ ରାଜସ୍ୱ ବ୍ୟୟର ୧୦ ପ୍ରତିଶତରୁ ଅଧିକ ଅର୍ଥ ମାଗଣା ଯୋଜନାରେ ଖର୍ଚ୍ଚ କରୁଛନ୍ତି । ତେବେ ଏହି ମାଗଣା ଯୋଜନାରେ କୌଣସି ଲାଭ ମିଳିବ ନାହିଁ ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

ଓଡିଶାରେ ବିଭିନ୍ନ ଯୋଜନାରେ ସବସିଡି ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ଖର୍ଚ୍ଚ ବଢି ଚାଲିଛି । ଫଳରେ ରାଜକୋଷ ଉପରେ ଆଗକୁ ଚାପ ପଡିବ ବୋଲି ଆରବିଆଇ ଚେତାଇଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଗବେଷଣା, ଗ୍ରାମୀଣ ଭିତ୍ତିଭୂମିରେ ଟଙ୍କା ଖର୍ଚ୍ଚ କରିବାକୁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି ।

ରୋମରେ ଖାଦ୍ୟ ସୁରକ୍ଷା ଉପରେ କଣ କହିଲେ ନବୀନ ? ଜାଣନ୍ତୁ...

NPAs: କୃଷି ଋୁଣ 15% ବୃଦ୍ଧି

ଏପଟେ ମାଗଣା ରାସନ୍ ଯୋଜନା ବନ୍ଦ ହୋଇପାରେ ବୋଲି ଖବର ମିଳୁଛି । ମହାମାରୀ କୋରୋନା ମହାମାରୀ ପରଠାରୁ ଚାଲିଆସୁଥିବା ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ଗରିବ ପରିବାରକୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଥିବା ସୁବିଧା ସେପ୍ଟେମ୍ବର ପରେ ବନ୍ଦ ହୋଇପାରେ । ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ବ୍ୟୟ ବିଭାଗ ସରକାରଙ୍କୁ ଏହି ଯୋଜନାକୁ ସେପ୍ଟେମ୍ବର ମାସ ପରଠାରୁ ବୃଦ୍ଧି ନକରିବାକୁ ପରାମର୍ଶ ଦେଇଛି ।

କୋରୋନା ମହାମାରୀ ପରଠାରୁ ସରକାର ଖାଦ୍ୟ ସବସିଡି ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି । ଦେଶର ପ୍ରାୟ ୮୦କୋଟି ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି । ଯଦିଓ ଏହା ଲୋକଙ୍କୁ ସହାୟକ ହେଉଛି, ହେଲେ ଏଥିପାଇଁ ରାଜସ୍ୱ ଉପରେ ମଧ୍ୟ ଅନେକ ଚାପ ପଡ଼ୁଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments