1. କୃଷି ଖବର

ରୋମରେ ଖାଦ୍ୟ ସୁରକ୍ଷା ଉପରେ କଣ କହିଲେ ନବୀନ ? ଜାଣନ୍ତୁ...

ଖାଦ୍ୟ ଉତ୍ପାଦନରେ ଓଡିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇଥିବା ରୋମରେ ଦେଇଥିବା ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Shuvanshu Kar
Shuvanshu Kar
CM Naveen Patnaik Shares Odisha’s Achievements on Food Security at WFP in Rome

CM Naveen Patnaik Shares Odisha’s Achievements on Food Security at WFP in Rome

ଅନେକ ସମୟରେ ଓଡିଶା ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି । ଖାଦ୍ୟ ଅଭାବରୁ ବହୁ ଲୋକଙ୍କ ଜୀବନ ହାରିଛନ୍ତି । ଏନେଇ ସାରାବିଶ୍ୱରେ ଏକ ଗରିବ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟ ଭାବେ ଅପବାଦ ମୁଣ୍ଡାଇଥିଲା ଓଡିଶା । ଏବେ କିନ୍ତୁ ସମୟ ବଦଳିଛି, ଓଡିଶା ଆଉ ଖାଦ୍ୟ ଅଭାବ ରାଜ୍ୟ ହୋଇ ରହିନାହିଁ । ଖାଦ୍ୟ ଉତ୍ପାଦନରେ ଓଡିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇଥିବା ରୋମ(WFP in Rome)ରେ ଦେଇଥିବା ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ( CM Naveen Patnaik) ।

ଇଟାଲୀର ରୋମରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ଖାଦ୍ୟ ସୁରକ୍ଷାର କାହାଣୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଖାଦ୍ୟ ସୁରକ୍ଷା(Food Security) ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନାକୁ ନେଇ ମତ ରଖିଥିଲେ ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରାବିଶ୍ୱରେ ଏକ ଗରିବ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟ ଭାବେ ଅପବାଦ ମୁଣ୍ଡାଇଥିଲା ଓଡିଶା । ଏବେ କିନ୍ତୁ ସମୟ ବଦଳିଛି, ଓଡିଶା ଆଉ ଖାଦ୍ୟ ଅଭାବ ରାଜ୍ୟ ହୋଇ ରହିନାହିଁ । ଖାଦ୍ୟ ଉତ୍ପାଦନରେ ଓଡିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇଛି ।

ଧାନ, ପନିପରିବା ଉତ୍ପାଦନରେ ଓଡିଶା କିଭଳି ଆଗୁଆ ରହିଛି ତାହା ବର୍ଣ୍ଣନା କରିଥିଲେ ନବୀନ । ଓଡିଶାର ସଫଳତାକୁ ସାରା ବିଶ୍ୱ ଆଗରେ ରଖିଛନ୍ତି ଉପସ୍ଥାପନା କରିଥିଲେ ମୁଖ୍ୟମନ୍ତ୍ରୀ । ଗତ ୨ ଦଶନ୍ଧି ଭିତରେ ଖାଦ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କିଭଳି ବ୍ୟାପକ ଉନ୍ନତି ଆସିଛି, ଏହା ଉପରେ ଆଲୋଚନା ହୋଇଥିଲା ।

ରୋମସ୍ଥିତ ଡବ୍ଲୁଏଫପି ମୁଖ୍ୟାଳୟରେ ଖାଦ୍ୟ ସୁରକ୍ଷା ନେଇ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଫଳରେ କିଭଳି ପଛୁଆବର୍ଗ ଓ ମହିଳାଙ୍କ ଜୀବନ ଧାରଣରେ ଉନ୍ନତି ଆଣିବାରେ କାର୍ଯ୍ୟ କରିଛି । ରୋମ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ଭାଟିକାନସିଟିରେ ନବୀନ ପୋପଙ୍କୁ ସାକ୍ଷାତ କରିଥିଲେ ।

ରାତି ପାହିଲେ ବିଦେଶ ଯାତ୍ରାରେ ବାହାରିବେ ମୁଖ୍ୟମନ୍ତ୍ରୀ

9 ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

26 ତାରିଖରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଗସ୍ତ କରିବେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗାଦେବା ସହ ମୁଖ୍ୟମନ୍ତ୍ରୀ ଓଡିଶା ଇନଭେସଟର୍ସ ସମିଟରେ ସାମିଲ ହେବେ । ନବୀନଙ୍କ ଏହି ବିଦେଶ ଯାତ୍ରାରେ ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ରହିଛନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments