1. କୃଷି ଖବର

ରାତି ପାହିଲେ ବିଦେଶ ଯାତ୍ରାରେ ବାହାରିବେ ମୁଖ୍ୟମନ୍ତ୍ରୀ

ରୋମରେ ଜାତିସଂଘ ପକ୍ଷରୁ ଆୟୋଜିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଓଡିଶାର ସଫଳ କାହାଣୀ ଉପରେ ନିଜର ବକ୍ତବ୍ୟ ଦେଇପାରନ୍ତି ନବୀନ ।

Shuvanshu Kar
Shuvanshu Kar
Odisha CM Naveen Patnaik to leave on 13-day foreign trip

Odisha CM Naveen Patnaik to leave on 13-day foreign trip

ରାତି ପାହିଲେ ବିଦେଶ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(cm Naveen Patnaik) । ରୋମ ଓ ଦୁବାଇଯିବେ ମୁଖ୍ୟମନ୍ତ୍ରୀ । ରୋମରେ ଜାତିସଂଘ(UN) ପକ୍ଷରୁ ଆୟୋଜିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଓଡିଶାର ସଫଳ କାହାଣୀ ଉପରେ ନିଜର ବକ୍ତବ୍ୟ ଦେଇପାରନ୍ତି ନବୀନ ।

ସୂଚନା ଅନୁଯାୟୀ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶାର ପଦକ୍ଷେପ ଓ ସଫଳତା ସମ୍ପର୍କରେ ନବୀନ(Naveen Patnaik) ନିଜ ଅଭିଭାଷଣ ରଖିବେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବାବେଳେ 20 ତାରିଖ ଅପରାହ୍ନରେ ଇଟାଲୀର ରୋମ ଅଭିମୁଖେ ଯାତ୍ରା କରିବେ । ରୋମରେ ପୋପଙ୍କୁ ସାକ୍ଷାତ କରିପାରନ୍ତି ନବୀନ ।

26 ତାରିଖରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଗସ୍ତ କରିବେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗାଦେବା ସହ ମୁଖ୍ୟମନ୍ତ୍ରୀ ଓଡିଶା ଇନଭେସଟର୍ସ ସମିଟରେ ସାମିଲ ହେବେ । ନବୀନଙ୍କ ଏହି ବିଦେଶ ଯାତ୍ରାରେ ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ରହିବେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିମଣ୍ଡଳରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟ ଶାସନ ସଚିବ ଖାଦ୍ୟ ଏବଂ ସିଭିଲ୍ ସାମଗ୍ରୀ ଭି ଭି ଯାଦବ, ମୁଖ୍ୟ ଶାସନ ସଚିବ ଇଣ୍ଡଷ୍ଟ୍ରିଜ୍ ହେମନ୍ତ ଶର୍ମା, ନୂଆଦିଲ୍ଲୀରେ ଥିବା ରେସିଡେଣ୍ଟ କମିଶନର ରବି କାନ୍ତପ୍ରମୁଖ ଅଛନ୍ତି । ତେବେ ଅନ୍ୟ କୌଣସି ମନ୍ତ୍ରୀ ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

9 ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

ବିପର୍ଯ୍ୟୟ ପ୍ରଶିକ୍ଷଣ ଓଡିଶା, ଅନ୍ୟ ରାଜ୍ୟ କାହିଁକି ଅନୁସରଣ କରୁଛନ୍ତି ନବୀନଙ୍କ ମଡେଲ ?

ଦୀର୍ଘ ୧୦ ବର୍ଷ ପରେ ବିଦେଶ ଯାତ୍ରା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 22 ବର୍ଷ ମଧ୍ୟରେ ଏହା ତାଙ୍କର ଦିତ୍ବୀୟ ବିଦେଶ ଯାତ୍ରା । ମୁଖ୍ୟମନ୍ତ୍ରୀ ତାଙ୍କ ୧୩ ଦିନିଆ ଗସ୍ତ ସାରି ୩୦ ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments