1. କୃଷି ଖବର

ବିପର୍ଯ୍ୟୟ ପ୍ରଶିକ୍ଷଣ ଓଡିଶା, ଅନ୍ୟ ରାଜ୍ୟ କାହିଁକି ଅନୁସରଣ କରୁଛନ୍ତି ନବୀନଙ୍କ ମଡେଲ ?

ମହାମାରୀ ହେଉ କି ମହାବାତ୍ୟା, ଡିଜାଷ୍ଟର ମ୍ୟାନେଜମେଣ୍ଟର ମାଷ୍ଟର ପ୍ଲାନ ପଛରେ ରହିଥାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik)ଙ୍କ ହାତ । ଆଉ ଏଥିପାଇଁ କୁହାଯାଏ ଯେ ନବୀନ ହେଉଛନ୍ତି ପ୍ରାକୃତିକ ବିପର୍ଯ୍ୟୟ(natural disaster) ମୁକାବିଲାର ମହାନାୟକ ।

Shuvanshu Kar
Shuvanshu Kar
Know about Naveen Patnaik model of disaster management

Know about Naveen Patnaik model of disaster management

ଗତ 2 ଦଶନ୍ଧି ମଧ୍ୟରେ ଅନେକ ବାତ୍ୟା(Cyclone)ଓଡିଶା ଛୁଇଁଛି । ବଡ ବଡ ବନ୍ୟା ବିତ୍ପାତର ବି ସାମ୍ନା କରିଛି ରାଜ୍ୟ । ଅନେକ କ୍ଷୟକ୍ଷତି ହୋଇଛି । ଜୀବନ ହାନୀ ମଧ୍ୟ ଘଟିଛି । ତଥାପି ଅଣ୍ଟା ସଳଖି ଛିଡା ହୋଇଛି ଓଡିଶା । ପ୍ରତିକୂଳ ପରିସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ସାରା ବିଶ୍ବରେ ଓଡିଶା ଆଜି ଏକ ମଡେଲ ଭାବରେ ଉଭା ହୋଇଛି । ମହାମାରୀ ହେଉ କି ମହାବାତ୍ୟା, ଡିଜାଷ୍ଟର ମ୍ୟାନେଜମେଣ୍ଟର ମାଷ୍ଟର ପ୍ଲାନ ପଛରେ ରହିଥାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik)ଙ୍କ ହାତ । ଆଉ ଏଥିପାଇଁ କୁହାଯାଏ ଯେ ନବୀନ ହେଉଛନ୍ତି ପ୍ରାକୃତିକ ବିପର୍ଯ୍ୟୟ(natural disaster) ମୁକାବିଲାର ମହାନାୟକ ।

ବିପର୍ଯ୍ୟୟ ପ୍ରଶିକ୍ଷଣ ଓଡିଶା

ବାତ୍ୟା ମୁକାବିଲା(disaster management)ରେ ଓଡିଶା ଅନ୍ୟ ରାଜ୍ୟମାନଙ୍କଠାରୁ ଆଗରେ । ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା କିଭଳି କାର୍ଯ୍ୟ କରୁଛି ତାହା ଅନ୍ୟ ରାଜ୍ୟ ଶିଖିବା ଜରୁରୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବଲାରେ ଓଡ଼ିଶା ବିଶ୍ୱର ଏକ ରୋଲ ମଡେଲ। ଓଡ଼ିଶା ମଡେଲକୁ ଧିରେ ଧିରେ ଆପଣାଇବାରେ ଲାଗିଛନ୍ତି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ଓଡ଼ିଶା ସଫଳ ହୋଇଛି । ତେବେ ଓଡିଶା ବିପର୍ଯ୍ୟୟ ପ୍ରଶିକ୍ଷଣର କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ ।

କିଭଳି ରଣନୀତି ପ୍ରସ୍ତୁତ କରନ୍ତି ନବୀନ ?

ଓଡିଶାର ଅଣ୍ଟା ଭାଙ୍ଗି ଦେଇଥିଲା 1999 ମହାବାତ୍ୟା । ସବୁକିଛି ଛଆରଖାର ହୋଇଯାଇଥିଲା । 10 ହଜାରରୁ ଅଧିକ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଥଇଲେ । ସେତେବେଳେ ନା ଟେକ୍ନୋଲୋଜୀ ଉନ୍ନତ ଥିଲା ନା ଲୋକଙ୍କୁ ସଚେତନ କରାଇବା ପାଇଁ ଥିଲା କୌଣସି ଠୋସ ରଣନୀତି । ସବୁକିଛି ମାଟିରେ ମିଶିଯାଇଥିଲା । ଏହାପରେ ବଦଳିଥିଲା ଓଡିଶାର ଶାସନ । ଆଉ ନୂଆ କରି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ପ୍ରଥମ ପାଳିରେ ଆରମ୍ଭ ହେଲା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରଣନୀତି । ବାତ୍ୟା ପୂର୍ବରୁ ମାଇକ୍ରୋ ମ୍ୟାନେଜମେଣ୍ଟ ସହ ଜିରୋ କାଜୁଆଲଟି ଉପରେ ମଧ୍ୟ ଗୁରୁତ୍ୱ ଦେବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧିନ ରାଜ୍ୟସରକାର । ଆଉ ଦୀର୍ଘ 22 ବର୍ଷ ଧରି ଜିରୋ କାଜୁଆଲଟି ଫର୍ମୁଲାରେ ବାତ୍ୟା ମୁକାବିଲା କରୁଛି ଓଡିଶା ।

କୌଣସି ବି ବାତ୍ୟାରେ ଯେଭଳି ଜଣେ କେହି ମୃତ୍ୟୁ ବରଣ ନକରେ ଏ ଦିଗରେ ଗୁରୁତ୍ବ ଦିଅନ୍ତ ରାଜ୍ୟ ସରକାର । ଏନେଇ ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ବୟ ପକ୍ଷ କରି ପ୍ରସ୍ତୁତ ହୁଏ ମାଷ୍ଟରପ୍ଲାନ । ବାତ୍ୟା ପୂର୍ବରୁ ସମସ୍ତ ତଳିଆ ତଥା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଏ ।

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇରନ ଲଗାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସତର୍କ କରାଯାଏ । ପାଣିପାଗ ବିଭାଗର ସୂଚନା ମିଳିବା ପରେ ହିଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ବ୍ଲକରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ବିପର୍ଯ୍ୟୟ ପରିଚାଳନାକୁ ଜୋରଦାର କରାଯାଏ । ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହାର ଟିକନିକ ନିରୀକ୍ଷଣ କରିଥାନ୍ତି । ପୂର୍ବରୁ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଆଗୁଆ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ସେହିପରି ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ରାଜ୍ୟ ସରକାର ସଜାଗ ରହିଥାନ୍ତି । ବିଜୁଳି ବିଭ୍ରାଟ, ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ପରେ ଏସବୁର ମରାମତି କାର୍ଯ୍ୟ ଦ୍ରୁତ ଗତିରେ ହୋଇଥାଏ । ବିଦ୍ୟୁତ କର୍ମଚାରୀଙ୍କ ସହ ବିଭିନ୍ନ ସ୍ଥାନରେ ମୁତୟନ ଥିବା ଓଡ୍ରାଫ୍ ଓ ଏନଡିଆରଏଫ(NDRF) ଟିମ୍ ଉପୁଡି ପଡିଥିବା ଗଛକୁ କାଟିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥାନ୍ତି ।

ମହାମାରୀ ମୁକାବିଲାର ମହାନାୟକ ନବୀନ

କୋରୋନା ଭୂତାଣୁ ବିରୋଧରେ ଯେତେବେଳେ ଭାରତର ନିରବିଛିନ୍ନ ସଂଘର୍ଷ ଜାରି ରହିଥିଲା, ସେବେ ଅଣନିଶ୍ବାସୀ ଦେଶବାସୀଙ୍କ ନିଶ୍ବାସ ପାଲଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନାର ଭୟାବହତା ମଧ୍ୟରେ ଅମ୍ଳଜାନର ଅଭାବରୁ ଯେତେବେଳେ ଅନ୍ୟ ରାଜ୍ୟଗୁଡିକର ଅସହାୟତା ଜଳଜଳ କରି ଦେଖାଯାଉଥଇଲା, ସେତେବେଳେ ଅଟକିଥିବା ଦେଶର ପ୍ରଶ୍ବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ଯୋଗାଇଥଇଲା ଅକ୍ସିଜେନ ବୁଷ୍ଟର ।

କୋରୋନାର କରାଳ କାୟାରେ ଛନ୍ଦି ହୋଇ ଅଣନିଶ୍ବାସୀ ହେଉଥିବା ଦେଶବାସୀଙ୍କୁ ଅମ୍ଳଜାନ ଯୋଗାଇବାକୁ ଅଣ୍ଟା ଭିଡିଥିଲା ଓଡିଶା । ଅକ୍ସିଜେନ ଅଭାବ ଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ କରି କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପର ଅକ୍ସିଜେନ ଯୋଗାଣ ନେଇ ଆରମ୍ଭ ହୋଇଥିଲା ବ୍ୟାପକ ରଣନୀତି । ବିଭିନ୍ନ ଶିଳ୍ପ ସଂସ୍ଥାକୁ ଅକ୍ସିଜେନ ଉତ୍ପାଦନର ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଆଧାରରେ କୋରୋନାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଥିଲେ । ଏହି ବିପତ୍ତିର ସାମ୍ନା କରିବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର । ଦେଶରେ ଲକଡାଉନର ଘୋଷଣା ପୂର୍ବରୁ ଓଡିଶାର 5 ଜିଲ୍ଲା ଓ 8 ସହରରେ କଟକଣା ଲଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ବିଭିନ୍ନ ମେଡିକାଲ କଲେଜକୁ ସ୍ବତନ୍ତ୍ର କୋଭିଡ ମେଡିକାଲ କଲେଜରେ ପରିବର୍ତ୍ତିତ କରାଯାଇଥିଲା । ରାଜ୍ୟବାସୀଙ୍କୁ ମାଗଣା ଟିକା ବଣ୍ଟନ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଜ୍ୟର ସବୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମାଗଣା ଟିକା ଦିଆଯାଇଥଇଲା । ଏଥିପାଇଁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ସିଦ୍ଧହସ୍ତ ନବୀନ ଦେଶ ବିଦେଶରୁ ସାଉଁଟିଛନ୍ତି ଅନେକ ପ୍ରଶଂସା । ବାତ୍ୟା ହେ କି ମହାମାରୀ, ଓଡିଶାର ପ୍ରଭାବୀ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ବାଧିନ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ବିଶ୍ବ ଦରବାରରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ସମ୍ମାନର ଅଧିକାରୀ ହୋଇସାରିଛନ୍ତି ନବୀନ । ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲା ଜାତିସଂଘ ।

ସମୟ ବଦଳିବା ସହ ନୂଆ ନୂଆ ଚ୍ୟାଲେଞ୍ଜ ସବୁକୁ ଧୈର୍ଯ୍ୟର ସହିତ ସାମ୍ନା କରୁଛି ଓଡିଶା । ଆଉ ଅନ୍ୟରାଜ୍ୟ ପାଇଁ ପାଲଟିଛି ଆଶାର କେନ୍ଦ୍ରବିନ୍ଦୁ । ଆଉ ଏଥିପାଇଁ ଦେଶର ପ୍ରଗତୀର ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି ।

ବାତ୍ୟା ‘ଜଓ୍ୱାଦ’କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା : ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଉଜୁଡା କ୍ଷେତରେ କେନ୍ଦ୍ରୀୟ ଟିମ୍, ୬ ଜିଲ୍ଲା ବୁଲି ‘ଜଓ୍ବାଦ’କ୍ଷୟକ୍ଷତି କରୁଛି ଆକଳନ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments