
BASIX partners with Mastercard to digitize the rural ecosystem in Maharashtra benefiting 10 lac farmers
ମାଷ୍ଟରକାର୍ଡ(Mastercard)ସହଭାଗିତାରେ ଏକ ଏଗ୍ରିଗେଟ ପ୍ଲାଟଫର୍ମବେସିକ ଫାର୍ମର ମାର୍କେଟ(BFM)ଲଞ୍ଚ ନେଇ ଘୋଷଣା କରିଛି ବେସିକ୍ସ ସୋସିଆଲ୍ ଏଣ୍ଟରପ୍ରାଇଜ୍ ଗ୍ରୁପ୍(BASIX Social Enterprise Group) । ଏହା ମାଧ୍ୟମରେ କୃଷକମାନେ ଡିଜିଟାଲ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବେ ।
BFM କ୍ଷୂଦ୍ର ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ମାଷ୍ଟରକାର୍ଡର ଉଦ୍ୟୋଗୀ କ୍ଷମତା ଓ କୃଷିରେ ବେସିକ୍ସର ଗଭୀର ଉଦ୍ୟୋଗ ବିଶେଷଜ୍ଞତାର ଲାଭ ଉଠାଇବ । ଏହା ଅନୁସନ୍ଧାନ, ବଜାର ପହଞ୍ଚ, ଭରଣା ଓ ଋୁଣ ପ୍ରାପ୍ତ ସମ୍ବନ୍ଧୀୟ ସମସ୍ୟାର ସମାଧାନ ସହିତ କରାଯିବ ।
ବିଏମ୍ଏମ୍, ବେସିକ୍ସ ଏବଂ ମାଷ୍ଟରକାର୍ଡ ମାଧ୍ୟମରେ ସ୍ମାର୍ଟ ପ୍ରୋଜେକ୍ଟ ଅଧୀନରେ ମହାରାଷ୍ଟ୍ର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ସହିତ ସହଭାଗିତାର ଏକ ଅଂଶ ଭାବରେ 200 କୃଷକ ଉତ୍ପାଦକ ସଂଗଠନ (FPO)ର ଏକ ନୂତନ ଗୋଷ୍ଠୀ ସହିତ 1 ମିଲିୟନରୁ ଅଧିକ ଚାଷୀଙ୍କ ଜୀବନରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି।
26 ବର୍ଷରୁ ଅଧିକ ଚାଷୀଙ୍କୁ ସେବା ଯୋଗାଇବା ଏବଂ ସାରା ଦେଶରେ 600ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (FPO)କୁ ପ୍ରୋତ୍ସାହିତ କରିବା ପାଇଁ BASIX ଏପର୍ଯ୍ୟନ୍ତ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳର ପାଞ୍ଚଟି ଜିଲ୍ଲାରେ 1 ଲକ୍ଷ ଚାଷୀଙ୍କୁ BFM ପ୍ଲାଟଫର୍ମରେ ପଞ୍ଜୀକୃତ କରିଛି ।
ବିଏଫଏମ ବର୍ତ୍ତମାନ ମହାରାଷ୍ଟ୍ରର ନାଗପୁର, ଅକୋଲା, ଭୁଲଢାନା, ୱାର୍ଦ୍ଧା ଏବଂ ଅମରାବତୀ ଜିଲ୍ଲାର ଚାଷୀଙ୍କ ପାଇଁ କାର୍ଯ୍ୟ କରୁଛି । ଏକ ବ୍ୟବସାୟିକ ସ୍ଥାୟୀ ଡିଜିଟାଲ କୃଷି ଇକୋସିଷ୍ଟମ ସୃଷ୍ଟି ପାଇଁ ସାରା ଭାରତରେ ପହଞ୍ଚିବାକୁ ଯୋଜନା କରିଛି ବିଏଫଏମ । FPO ଏବଂ କୃଷକ ଗୋଷ୍ଠୀ ବିନା ମୂଲ୍ୟରେ ନିଜକୁ BFM ପ୍ଲାଟଫର୍ମରେ ସହଜରେ ପଞ୍ଜୀକୃତ କରିପାରିବେ ଏବଂ ସେମାନଙ୍କ ଉତ୍ପାଦକୁ ବିନା କୌଣସି ଅସୁବିଧାର ସମ୍ମୁଖୀନ ହୋଇ ଗ୍ରାହକଙ୍କୁ ବିକ୍ରି କରିପାରିବେ ।
Share your comments