1. କୃଷି ଖବର

ସଫଳ ମହୁ ଚାଷୀ: ବିଜୟ କୁମାର ବୀର

ମହୁର ମିଠା ସତେ କେତେ ବଢ଼ିଆ ! ଧୀରେ ଧୀରେ ଶୁଦ୍ଧ ମହୁର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଉଛି l ଏହାର ଲାଭ ଉଠାଇବା ପାଇଁ ବଡ଼ ବଡ଼ କମ୍ପାନୀମାନେ ଆଖି ଝଲସିଆ ବିଜ୍ଞାପନ ଦେଖାଇ ଗ୍ରାହକମାନଙ୍କ ଠାରୁ ଲାଭ ଉଠାଇ ଚାଲିଛନ୍ତି l କିନ୍ତୁ ଶୁଦ୍ଧ ମହୁ ମିଳିବା ମଧ୍ୟ ଏକ କଷ୍ଟକର କଥା l ଏହାକୁ ଦୃଷ୍ଟିରେ ରଖି ମହୁକୁ ଏକ ଲାଭଜନକ ଚାଷ ଭାବରେ ଗ୍ରହଣ କରିନେବାକୁ ଆଜିର ଯୁବ ଉଦ୍ୟୋଗୀମାନେ ମନବଳାଇଛନ୍ତି l ଏହି ମହୁକୁ ବ୍ୟବସାୟ ଭିତିରେ ଚାଷ କରି ସଫଳତା ହାସଲ କରିଥିବା ଜଣେ ଯୁବ କୃଷି ଉଦ୍ୟୋଗୀ ହେଉଛନ୍ତି, ଅନୁଗୁଳ ଜିଲ୍ଲାର ବନ୍ତଳା ବଜାର ନିବାସୀ ଶ୍ରୀଯୁକ୍ତ ବିଜୟ କୁମାର ବୀର l ନିଜର ଦୃଢ଼ ଇଛାଶକ୍ତି, ପରିଶ୍ରମରେ ସେ ଆଜି ମହୁ ଚାଷକୁ ଜୀବିକା ନିର୍ବାହର ମାଧ୍ୟମ କରି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି l ଆଜି ଆସନ୍ତୁ ଏଠାରେ ଆଲୋଚନା କରିବା ମହୁଚାଷ କରିବାରେ ତାଙ୍କର ଅନୁଭୂତି ସମ୍ପର୍କରେ କିଛି ଉପାଦେୟ କଥା l

Sugyan Kumar Nayak

ଶ୍ରୀଯୁକ୍ତ ବିଜୟ କୁହନ୍ତି, ୨୦ ବର୍ଷ ପୂର୍ବରୁ ସେ ବହୁତ କଷ୍ଟରେ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର (ଓୟୁଏଟି, ଓଡ଼ିଶା) ଠାରେ ମହୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଲାଭ କରିଥିଲେ l ସେ ଧୀରେ ଧୀରେ ଏ ଦିଗରେ ପ୍ରୟାସ କରି ନିଜର ପ୍ରତିଷ୍ଠାନ କରିଛନ୍ତି ଯାହାର ନାମ ଦେଇଛନ୍ତି ମିନିବାଳା ବିକିପିଙ୍ଗ ପ୍ରଡକ୍ସନ ୟୁନିଟ l ସେ ପ୍ରଥମେ ଗୋଟିଏ ଦୁଇଟି କରି ବକ୍ସ ରଖିଥିଲେ ତାହା ଏବେ ୧୦୦ ରୁ ୧୨୦ ରେ ପହଞ୍ଚିଛି l ସେ ନିଜର ଅନୁଭୂତିରୁ କୁହନ୍ତି, ମହୁଚାଷ କରିବାରେ ବ୍ୟବହାରିକ ଜ୍ଞାନର ବହୁତ ଗୁରୁତ୍ୱ ରହିଛି l ଏହାକୁ ଯେ କେହି କରିପାରିବେ l ଏଥି ନିମନ୍ତେ ପୁସ୍ତକଗତ ଜ୍ଞାନ ଅପେକ୍ଷା ବ୍ୟବହାରିକ ଜ୍ଞାନ ବହୁତ ଗୁରୁତ୍ୱପୂର୍ଣ ଅଟେ l ଏହାକୁ ଜଣେ ଅପାଠୁଆ ବ୍ୟକ୍ତି କରିପାରିବେ ଏବଂ ଜଣେ ଆଇଏଏସ ମଧ୍ୟ କରିପାରିବେ l ଲୋକମାନେ ନିଜର ପାର୍ଟ-ଟାଇମ ରୋଜଗାର ପନ୍ଥା ଭାବରେ ମଧ୍ୟ ଏହାକୁ କରିପାରିବେ l

ଓଡ଼ିଶାର ଜଳବାୟୁକୁ ଲକ୍ଷ୍ୟ କରି ସେ କୁହନ୍ତି ଓଡ଼ିଶାର ଜଳବାୟୁ ଏବଂ ପରିବେଶ ମହୁଚାଷ ପାଇଁ ଉପଯୁକ୍ତ ଅଟେ l କାରଣ ପ୍ରାୟ ବର୍ଷ ସାରା କୌଣସି ନା କୌଣସି ପ୍ରକାରର ଫୁଲ ଓଡ଼ିଶାର ଗାଁ ଗଣ୍ଡାରେ ହେଉଛି, ଯାହା କି ମହୁମାଛିମାନଙ୍କୁ ଖାଦ୍ୟ ସଂଗ୍ରହ କରିବାରେ ବହୁତ ସାହାଯ୍ୟ କରେ l ବର୍ଷା ଋତୁକୁ ଛାଡ଼ି ଅନ୍ୟ ଋତୁରେ ମହୁ ଉତ୍ପାଦନ କରାଯାଇପାରିବ l କାରଣ ବର୍ଷା ଦ୍ୱାରା ଫୁଲରୁ ମହୁ ଖସି ପଡ଼େ, ଯାହା ଦ୍ୱାରା ମହୁମାଛିମାନେ ତାହା ସଂଗ୍ରହ କରିପାରନ୍ତି ନାହିଁ l  ଏହି ସମୟରେ ମହୁମାଛିମାନଙ୍କୁ ବେସନ, ଚିନିସିରା, ପରାଗରେଣୁ ପ୍ରଭୃତି ଆଣି କୃତ୍ରିମ ଉପାୟରେ ଖାଇବାକୁ ଦିଆଯାଏ l ତାଙ୍କ ମତରେ ଦେଶୀ ମହୁମାଛି ଭିତରେ ବାଘୁଆ, ସପ୍ତଫେଣୀ, ବିଞ୍ଚିଣୀ କିମ୍ବା ଡାଳୀ, ନିକୁଟି ଅନ୍ୟତମ l ଏହା ଛଡ଼ା ଇଟାଲିଆନ ମହୁମାଛି ମଧ୍ୟ ଉପଲବ୍ଧ ହେଉଛି l ବ୍ୟବସାୟିକ ଭିତିରେ ମହୁଚାଷ ନିମନ୍ତେ ଇଟାଲିଆନ ମହୁମାଛି ଲାଭଦାୟକ ବୋଲି ସେ କୁହନ୍ତି l

ମହୁଚାଷରେ ସୁବିଧା ସୁଯୋଗ ସମ୍ପର୍କରେ ଶ୍ରୀଯୁକ୍ତ ବିଜୟ କୁହନ୍ତି ଯେ, ବର୍ତ୍ତମାନ ମହୁଚାଷ ନିମନ୍ତେ ସରକାରୀ ସହାୟତା ମିଳୁଛି l ଖଦୀ ବୋର୍ଡ ଏବଂ ଓୟୁଏଟି ବିଭିନ୍ନ ଅବଧିର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଏହା ବାଦ ଆଗ୍ରହୀ ମହୁଚାଷୀମାନେ କୌଣସି ପ୍ରକାରର ପରାମର୍ଶ ତଥା ମହୁଚାଷ ନିମନ୍ତେ କୌଣସି ଉପକରଣ ନିମନ୍ତେ ତାଙ୍କ ମୋବାଇଲ ନମ୍ବର 9861935529 ରେ ସିଧାସଳଖ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ ମଧ୍ୟ ସେ ପ୍ରକାଶ କରିଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments